ପିପିଲି ଦାନଗହିର ସଟ୍‌ଡାଉନ, କରୋନା ଆକ୍ରାନ୍ତ ଚିହ୍ନଟ ପରେ ସବୁ ରାସ୍ତା ସିଲ୍

Get real time updates directly on you device, subscribe now.

ପିପିଲି : ପିପିଲି ଦାନଗହୀରକୁ ସିଲ୍‌ କଲା ପିପିଲି ପୁଲିସ ଓ ଆଜି ଭୋରୁ ଦାନଗହୀର ମୁଖ୍ୟ ରାସ୍ତା କୁ ସିଲ କରିଛି ଓ କୌଣସି ମତେ ଘରୁ ବାହାରକୁ ନ ବାହାରିବାକୁ ଡାକବାଜି ଜନ୍ତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି ଓ ଯଦି ଏଥିରେ କେହି ଖିଲାପ କଲେ, ତେବେ ତାଙ୍କୁ ୧୪ ଦିନ ପର୍ୟ୍ୟନ୍ତ ସଂଘରୋଧ ଗୃହରେ ରଖିବାକୁ ଚେତାବନୀ ଦେଇଛି ପ୍ରଶାସନ ଓ ପୁରୀ ପିପିଲିର ଦାନଗହିର ଗାଁକୁ ୧୦ ଦିନ ପାଇଁ ସଟ୍‌ଡାଉନ କରାଯାଇଛି। କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନର ପଦକ୍ଷେପ । ଆଜି ସକାଳ ୭ଟାରୁ ୧୪ ତାରିଖ ଯାଏ ସଟ୍‌ଡାଉନ । ପୁରୀର ପ୍ରବେଶ ଓ ପ୍ରସ୍ଥାନ ପଥକୁ ମଧ୍ୟ ସିଲ୍‌ କଲା ପୋଲିସ ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ରାଜ୍ୟରେ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣେ ପୁରୀ ଜିଲ୍ଲାର ବ୍ୟକ୍ତି ଅଛନ୍ତି ଓ ତେବେ ପ୍ରଶାସନ ଆଗୁଆ ସଚେତନ ଦୃଷ୍ଟିରେ ଦାନଗହୀର ଅଞ୍ଚଳକୁ ସିଲ୍‌ କରିଛି । ଗତ କିଛି ଦିନ ତଳେ ଉକ୍ତ ଗ୍ରାମର କିଛି ବ୍ୟକ୍ତି ଦିଲ୍ଲୀ ରେ ଚାଲିଥିବା ଧର୍ମ ସଭାରେ ଯୋଗ ଦେଇ ଫେରିଥିବା କଥା ନଜରକୁ ଆସିବା ପରେ ପିପିଲି ପୁଲିସ ଆଜି ଦାନଗହୀର କୁ ସମ୍ପୂର୍ଣ୍ଣ ରୂପରେ ସିଲ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons