ବ୍ରହ୍ମପୁର କୁକୁଡ଼ାଖଣ୍ଡି ବ୍ଲକ୍ ମାଟିଆ ସାହି ଗାଁ କୋଭିଡ୍-୧୯ର ହଟସ୍ପଟ: ଭୁବନେଶ୍ବରର ସଂକ୍ରମିତ ଅଂଚଳରୁ ଗାଁକୁ ଯାଇଛନ୍ତି ୧୩୦ ଶ୍ରମିକ
ବ୍ରହ୍ମପୁର: ବ୍ରହ୍ମପୁର କୁକୁଡ଼ାଖଣ୍ଡି ବ୍ଲକର ମାଟିଆ ସାହି ଗାଁକୁ କରୋନା ହଟସ୍ପଟ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଭୁବନେଶ୍ବରର ସଂକ୍ରମିତ ଅଂଚଳରୁ ଗାଁକୁ ଯାଇଛନ୍ତି ୧୩୦ ଶ୍ରମିକ। ତେଣୁ ଗାଁକୁ ପ୍ରବେଶ ଓ ବାହାରିବା ଉପରେ କଟକଣା ଲଗାଯାଇଛି । ସେହିଭଳି କଳାହାଣ୍ଡିରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ଗାଁକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ନିକଟରେ ବାହାରିନ୍ରୁ ଫେରିଥିବା ଜଣେ ୨୯ବର୍ଷୀୟ ଯୁବକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି ।
ବ୍ରହ୍ମପୁର କୁକୁଡ଼ାଖଣ୍ଡି ବ୍ଲକ୍ ମାଟିଆ ସାହି ଗାଁ କୋଭିଡ୍-୧୯ ହଟସ୍ପଟ । ଗାଁକୁ ସିଲ୍ କରିବା ସହ ପ୍ରବେଶ ଓ ବାହାରିବା ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଭୁବନେଶ୍ବର ସଂକ୍ରମିତ ଅଂଚଳରୁ ଏହି ଗାଁକୁ ଫେରିଛନ୍ତି ୧୩୦ଶ୍ରମିକ । ଏହି ଘଟଣା ପ୍ରଶାସନର ନଜରକୁ ଆସିବା ପରେ ମାଟିଆ ସାହି ଗାଁକୁ ସମ୍ପୂର୍ଣ୍ଣ ଲକଡାଉନ୍ କରାଯାଇଛି । ଗୋଳନ୍ଥରା ଆଇଆଇସି ଗାଁ ମୁଣ୍ଡରେ ଅସ୍ଥାୟୀ ଚେକ୍ପୋଷ୍ଟ କରି ଗାଁକୁ ପ୍ରପେଶ ଓ ବାହାରିବା ଉପରେ ପୂରା ନଜର ରଖିଛନ୍ତି । ଗାଁରେ ପ୍ରତିଲୋକଙ୍କ ଘରକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇଦିଆଯିବ । ଏଥି ପାଇଁ ଜିଲ୍ଲା ଉନ୍ନୟନ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । କଟକଣା ଉଲଂଘନ କଲେ ବାଧ୍ୟତାମୂଳକ ଭାବେ କ୍ବାରେଣ୍ଟାଇନ୍ରେ ରଖାଯିବ ବୋଲି ଗାଁ ଲୋକଙ୍କୁ କଡ଼ା ଚେତାବନୀ ଦିଆଯାଇଛି ।
ସେହିଭଳି କଳାହାଣ୍ଡି ଜିଲ୍ଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ଗାଁକୁ ସିଲ୍ କରିଛି ଜିଲ୍ଲାପ୍ରଶାସନ। ଗାଁକୁ ପ୍ରବେଶ ଓ ବାହାରିବା ଉପରେ ଲାଗିଛି କଟକଣା । ବାହାରିନ୍ରୁ ଫେରିଥିବା ଜଣେ ୨୯ବର୍ଷୀୟ ଯୁବକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସଂପୃକ୍ତ ଅଂଚଳରେ ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୩୧ଜଣ ଆସିଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ସଂପୃକ୍ତ ଯୁବକଙ୍କ ପରିବାର ଲୋକ ମଧ୍ୟ ଅଛନ୍ତି । ସେମାନଙ୍କୁ କ୍ବାରେଣ୍ଟାଇନ୍ରେ ରଖିବା ସହ ସ୍ବାବ୍ ଟେଷ୍ଟ କରାଯିବ । ସେହଭଳି କରୋନା ଆକ୍ରାନ୍ତ ଯୁବକଙ୍କୁ ଚିକିତ୍ସା ପାଇଁ କଟକରେ କୋଭିଡ୍-୧୯ ହସ୍ପିଟାଲକୁ ପଠାଇଦିଆଯାଇଛି ।
ସେପଟେ ପୁରୀରେ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ପରିବା ବଜାରକୁ ଆସନ୍ତା ୧୪ତାରିଖ ପର୍ୟ୍ୟନ୍ତ ବନ୍ଦ କରିଦେଇଛି ପ୍ରଶାସନ । ଏଠାରେ ଲୋକମାନେ ଭିଡ଼ ଜମାଇବା ସହ ସାମାଜିକ ଦୂରତା ରକ୍ଷା କରୁନଥିବାରୁ ପ୍ରଶାସନ ତରଫରୁ ଏଭଳି ନିଷ୍ପତି ନିଆଯାଇଛି । ସାହି ଗଳିରେ ଥିବା ଛୋଟ ଦୋକାନ କିମ୍ବା ଠେଲାଗାଡ଼ିରେ ପରିବା ବିକ୍ରି କରିବାକୁ ଆସୁଥିବା ବେପାରୀଙ୍କ ଠାରୁ ପରିବା କିଣିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । କେବଳ ପୁରୀ, କଳାହାଣ୍ଡି କି ଗଞ୍ଜାମ ନୁହେଁ ଜିଲ୍ଲାରେ ଯେଉଁଠି କରୋନା ପଜିଟିଭ୍ ଚିହ୍ନଟ ହେବେ କିମ୍ବା ଯେଉଁ ସ୍ଥାନରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଥିବ ସେହି ସବୁ ସ୍ଥାନକୁ ସିଲ୍ କରିବାକୁ ଜିଲ୍ଲା ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି ।
Comments are closed, but trackbacks and pingbacks are open.