କରୋନା ମୁକାବିଲା: ପ୍ରଣବ, ସୋନିଆ ଓ ମନମୋହନଙ୍କ ସମେତ ଅନେକ ନେତାଙ୍କ ସହ ଆଲୋଚନା କଲେ ମୋଦୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କ ବିଶ୍ୱାସଭାଜନ ହେବାକୁ ପ୍ରୟାସ କରୁଛନ୍ତି । ତେଣୁ ସର୍ବଦଳୀୟ ବୈଠକ ପୂର୍ବରୁ ସମସ୍ତ ରାଜନୈତିକ ଦଳ ସହ ସେ ଆଲୋଚନା କରିଛନ୍ତି । ମୋଦୀ ରବିବାର ୨ ପୂର୍ବତନ ରାଷ୍ଟ୍ରପତି ଓ ୨ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ ବିରୋଧୀ ଦଳର ନେତାଙ୍କ ସହ ମଧ୍ୟ ଚର୍ଚ୍ଚା କରିଛନ୍ତି ।
ମୋଦୀ କରୋନା ବିରୋଧି ଲଢେଇରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ, ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଏଚଡି ଦେବଗୌଡାଙ୍କ ସହ କଥା ହୋଇଛନ୍ତି ।
ଏହା ବ୍ୟତୀତ ସେ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ, ଅଖିଲେଶ ଯାଦବ, ଟିଏମସି ମୁଖ୍ୟ ମମତା ବାନାର୍ଜୀ, ନବୀନ ପଟ୍ଟନାୟକ, ପ୍ରକାଶ ସିଂ ବାଦଲ, ଚନ୍ଦ୍ରଶେଖର ରାଓ, ଏମକେ ଷ୍ଟାଲିନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏପ୍ରିଲ ୮ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ।ମୋଦୀ ସଂସଦରେ ସମସ୍ତ ଦଳର ନେତାଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ଏପ୍ରିଲ ୮ ତାରିଖ ଦିନ ୧୧ଟାରେ ମୋଦୀ ସେହି ନେତାଙ୍କ ସହ ଆଲୋଚନା କରିବେ ଯେଉଁ ଦଳର ଲୋକସଭା ବା ରାଜ୍ୟସଭାରେ ୫ରୁ ଅଧିକ ସାଂସଦ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons