ଭୁବନେଶ୍ବର: ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳକୁ ସିଲ୍ କଲା ବିଏମ୍ସି। କାଳିଆସୁଣି ମନ୍ଦିର-ଟାଟା ପ୍ରୋଜେକ୍ଟ ଯାଏଁ ସିଲ୍ କରାଯାଇଛି। ସଂକ୍ରମଣ ରୋକିବାକୁ ବିଏମ୍ସି ଏଭଳି ପଦକ୍ଷେପ ନେଇଛି। ଏହାସହ କପିଳ ପ୍ରସାଦ, ଏବରଙ୍ଗ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା ହୋଇଛି।ରାଜ୍ୟରେ ମୋଟ୍ ୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ବରେ ସର୍ବାଧିକ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବର ବମିଖାଲରେ ୪ଜଣ, ସୂର୍ୟ୍ୟନଗରରେ ୮, କପିଳ ପ୍ରସାଦ ହାଉସିଂ ବୋର୍ଡ ଫେଜ୍-୨ ରେ ଜଣେ ଏବଂ ପୂର୍ବରୁ ଭୁବନେଶ୍ବରେ ୩ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ସହ ଯାଜପୁରରେ ଜଣେ, ଭଦ୍ରକରେ ୩ ଜଣ, ପୁରୀରେ ଜଣେ, କଟକରେ ଜଣେ ଏବଂ କଳାହାଣ୍ଡିରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
Comments are closed, but trackbacks and pingbacks are open.