ଭଦ୍ରକ: କରୋନା ଭାଇରସ୍ର ପ୍ରକୋପକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକ୍ଡାଉନ୍ ଜାରି ରହିଛି। ସରକାର ବାରମ୍ବାର ଲୋକଙ୍କୁ ଘରେ ରହି ଲକ୍ଡାଉନ୍ ନିୟମର ପାଳନ କରିବାକୁ ଅପିଲ୍ କରୁଛନ୍ତି। ମାତ୍ର କିଛି ଲୋକଙ୍କ ଉପରେ ଏହାର କିଛି ଫରକ୍ ପଡୁନି। ଭଦ୍ରକରେ ଏମିତି ଅମାନିଆ ଲୋକଙ୍କ ପାଇଁ ଏବେ କଠୋର ହୋଇଛି ପୋଲିସ୍। ଲକଡାଉନ ବେଳେ ଭିଡ ରୋକିବାକୁ ଭଦ୍ରକ ପୋଲିସର ନୂଆ ଟ୍ରିକ। ନିୟମ ନମାନି ବାଇକ ଓ ଗାଡି ଚଳାଇବା ଏବେ ଅମାନିଆ ଲୋକଙ୍କୁ ପଡିବ ମହଙ୍ଗା । ସିଜ ହୋଇଥିବା ଗାଡିକୁ ମୁକୁଳାଇବା ପାଇଁ ଦେବାକୁ ହେବ ଫାଇନ। ଚାରିଚାକିଆକୁ ୫ ହଜାର ଓ ବାଇକକୁ ୨ ହଜାର ଫାଇନ ହେବ । ଆଦାୟ ଜୋରିମାନା କୋଭିଡ ଫଣ୍ଡକୁ ଯିବାର ବ୍ୟବସ୍ଥା କରାଯାଇଛି।
ଭଦ୍ରକ ଜିଲ୍ଲା ପ୍ରଶାସନ ଅମାନିଆ ଲୋକଙ୍କ ଗାଡ଼ି ଜବତ କରି ଫାଇନ କସିଥିବା ବେଳ ସିଟିର ଅମାନିଆ କିନ୍ତୁ ଆଶ୍ଵସ୍ତି । ବେଶି ନିୟମ ଉଲଂଘନକାରୀ କିନ୍ତୁ ପଡିନି ଫାଇନ ମାଡ । ସୂଚନା ଅନୁଯାୟୀ ରବିବାରରୁ ସୋମବାର ମଧ୍ୟରେ କଟକ ଓ ଭୁବନେଶ୍ବରରେ ଲକ୍ଡାଉନ ନିୟମ ଉଲଂଘନ ଅଭିଯୋଗରେ ୨୩୪୫ ଟି ଗାଡି ଜବତ ହୋଇଛି । କଟକରେ ଜବତ ଗାଡ଼ି ସଂଖ୍ୟା ୧୨୭୬ ହୋଇଥିବା ବେଳେ ଭୁବନେଶ୍ଵରରେ ଜବତ ଗାଡ଼ି ସଂଖ୍ୟା ୧୦୩୯ । ତେବେ ସେହି ଗାଡ଼ି ଗୁଡିକୁ କମିସନରେଟ ପୋଲିସ କିଛି ଘଣ୍ଟା ରକିବାପରେ ମାଲିକଙ୍କୁ ଫେରାଇ ଦେଇଛି।
ଅନ୍ୟପକ୍ଷରେ ସାରା ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୫ରୁ ଅପ୍ରେଲ ୬ ତାରିଖ ସକାଳ ପର୍ୟ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୪୯ଟି ମାମଲା ଦାୟର କରାଯାଇଛି । ସେଥିରୁ ୨୩୩ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୫ଟି ଗୁଜବ ସୃଷ୍ଟି ପାଇଁ ଓ ୧୧ଟି କୋଭଡିଡ୍-୧୯ ସଂପୃକ୍ତ ନିୟମାବଳୀ ଉଲଂଘନ ପାଇଁ ଅର୍ନ୍ତଭୁକ୍ତ। ବିଭିନ୍ନ ଅଭିଯୋଗରେ ୪୨୭ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଭଦ୍ରକ ସହରରେ ସାମାଜିକ ଦୂରତ୍ୱ ନିୟମ ଭଙ୍ଗ ଅଭିଯୋଗରେ ୨୯ ଜଣ ଦୋକାନୀଙ୍କୁ ପୋଲିସ୍ ଗିରଫ କରିଛି ।
Comments are closed, but trackbacks and pingbacks are open.