ଭୁବନେଶ୍ବର: କୋଭିଡ-୧୯ ଭୂତାଣୁ ସଂକଟ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ଏବଂ ଏହି ସଂକ୍ରମଣର ବ୍ୟପକତାକୁ ପ୍ରତିହତ କରିବାକୁ ବିଭିନ୍ନ ଦେଶ ତାଲାବନ୍ଦ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳପଥ ମଧ୍ୟ ଯାତ୍ରୀବାହୀ ଟ୍ରେନଗୁଡିକର ଚଳାଚଳ ବନ୍ଦ କରିଛନ୍ତି। କିନ୍ତୁ ସାରା ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ବାଧାହୀନ ଭାବେ ପରିବହନ କରିବାକୁ ମାଲାବହୀ ଟ୍ରେନଗୁଡିକ ନିୟମିତ ଭାବେ ଚଳାଚଳ କରୁଛି। ଏହି ସଂକଟଜନକ ପରସ୍ଥିତିରେ ପୂର୍ବତଥ ରେଳପଥର କେତେକ ଶାଖାରେ ସୁରକ୍ଷାବଳୟର ମୁତୟନ ବନ୍ଦ ଅଛି। ଏହାସହ କିଛି ସ୍ଥାନରେ କମ୍ ମୁତୟନ ହୋଇଛନ୍ତି।ଏହି ତାଲାବନ୍ଦ ସମୟରେ ଟ୍ରେନ କୋଚ୍ ଓ ଯାତ୍ରୀ ସଂରକ୍ଷଣ କେନ୍ଦ୍ର ସବୁ ବ୍ୟବହାର ନ ହୋଇ ତାଲାବନ୍ଦ ହୋଇ ରହିଛି। ଏହା ସହିତ ବ୍ୟବହାର ହେଉଥିବା ସିଗ୍ନାଲିଂଗ୍, ଭିତ୍ତିଭୂମି, ଷ୍ଟେସନ ରିଲେ ରୁମ୍, ଗୁଡସ୍ ସେଡ୍, ଓ୍ବାଗନ ଷ୍ଟକ୍ ଇତ୍ୟାଦିର ସୁରକ୍ଷା ରେଳ ସୁରକ୍ଷାବଳ (ଆର୍.ପି.ଏଫ୍) ଉପରେ ନ୍ୟସ୍ତ ରହିଛି। ଏହା ବ୍ୟବହାର ହେଉ କି ନ ହେଉ। ସମୁଦାୟ ପୂର୍ବତଟ ରେଳପଥ ପରିସୀମାର ବୃହତ୍ ଅଞ୍ଚଳ ମାଓବାଦୀ ପ୍ରବଣ ହୋଇଥିବାରୁ ୨୪ X ୭ ସମୟ ଧରି ରେଳପଥର ସମସ୍ତ ସ୍ଥିର ଓ କାର୍ୟ୍ୟକ୍ଷମ ହେଉଥିବା ମୂଲ୍ୟବାନ ସମ୍ପତ୍ତିର ସୁରକ୍ଷା ଏହି ତାଲାବନ୍ଦ ସମୟରେ ଏକ ଆହ୍ବାନ ରୂପେ ଦଣ୍ଡାୟମାନ ହୋଇଛି। ତେଣୁ ଭାରତୀୟ ରେଳପଥରେ ପୂର୍ବତଟ ରେଳପଥ ହେଉଛି ପ୍ରଥମ ରେଳପଥ ଯିଏ ଏହି ସମ୍ପତ୍ତିର ସୁରକ୍ଷା ନିମନ୍ତେ ୨୪ X ୭ ସମୟ ଧରି ଡ୍ରୋନ କ୍ୟାମେରା ମୁତୟନ କରିଛି। ଏହି ଡ୍ରୋନ କ୍ୟାମେରା ରେଳ ସୁରକ୍ଷା ବଳର ଅଧିକାରୀମାନଙ୍କର ନିର୍ଦ୍ଦେଶ କ୍ରମେ ମୁତୟନ କରାଯାଇଛି। ଯାହାରେଳ ସୁରକ୍ଷାବଳର କାର୍ୟ୍ୟ ଦକ୍ଷତା ଓ ସାମର୍ଥ୍ୟ ଆଶାନୁରୂପ ଭାବେ ତୁଲାଇ ପାରିବେ।
ଅଜଗା ପଡିଥିବା ରେଳ ସମ୍ପତ୍ତିର ସୁରକ୍ଷା ନିମନ୍ତେ ଡ୍ରୋନର ଗୁରୁତ୍ବପୂର୍ଣ୍ଣ ସ୍ଥାପନ ଆବଶ୍ୟକ। ସେହିପରି ତାଲାବନ୍ଦ ସମୟରେ ରେଳପଥ ଟ୍ରାକ ଉପରେ କୌଣସି ଲୋକଙ୍କର ଅନଧିକୃତ ଯାତାୟତକୁ ଏହା ନିଶ୍ଚିତ କରିବ। ଯେହେତୁ ଏତେ ବିଶାଳ ସମ୍ପତ୍ତି ଏବଂ ଦେଶସାରା ବିଛେଇ ହୋଇଥିବା ରେଳ ଟ୍ରାକକୁ ବାସ୍ତବିକ ଭାବେ ଜଗି ହେବ ନାହିଁ। ସେଥି ନିମନ୍ତେ ପୂର୍ବତଟ ରେଳପଥ ଡ୍ରୋନ କ୍ୟାମେରା ମୁତୟନର ବ୍ୟବସ୍ଥା ପ୍ରଚଳନ କରିଛି।
ଆବଶ୍ୟକ ଅନୁସାରେ ଏହା ପ୍ରଥମେ ବିଶାଖାପାଟଣା, ଖୋର୍ଦ୍ଧା, ଭୁବନେଶ୍ବର ଓ ପୁରୀଠାରେ ଖୁବ୍ ଶୀଘ୍ର କାର୍ୟ୍ୟକ୍ଷମ କରାଯିବ। ଏହି ଡ୍ରୋନ କ୍ୟାମେରା ରାଜ୍ୟ ସରକାର, ନୌସେନା ଓ ବିମାନବନ୍ଦରର ସାହାଯ୍ୟ ଓ ଅନୁମତି ପାଇଲା ପରେ ଏହାର ଗତିବିଧିକୁ ନିୟନ୍ତ୍ରଣ କରାଯାଇ ପାରିବ।ସେମାନେ ଯେତେ ଅଧିକ ସୁବିଧାପ୍ରଦ ଉଚ୍ଚତାରୁ ଟ୍ରାକର ଯାତାୟତକୁଚ ଉତ୍ତୋଳନ କରିପାରିବେ। ଏହା ବ୍ୟତୀତ ରିଅଲ ଟାଇମ, ମନିଟରିଙ୍ଗକୁ ଆମେ ଭବିଷ୍ୟତର ରେଫରେନ୍ସ ନିମନ୍ତେ ଭିଡିଓ ଲାଇବ୍ରେରୀ ସ୍ଥାପନ କରି ଡାଟାଗୁଡିକ ଷ୍ଟୋର କରି ରଖା ଯାଇ ପାରିବ। ସେହି ସମୟରେ ମଧ୍ୟ ଡ୍ରୋନର ଅପରେଟର ସହ ରେଳ ସୁରକ୍ଷାବଳର ଯବାନଙ୍କୁ ନେଇ ମୋଟର କିମ୍ବା ପୁସ୍ ଟ୍ରଲିରେ ରେଳଶାଖା ଭିତରକୁ ଯାଇ ଆବଶ୍ୟକ ପଡିଲେ ସେଇ ଅଞ୍ଚଳକୁ ଉତ୍ତୋଳନ କରି ସଙ୍ଗେ ସଙ୍ଗେ କଣ୍ଟ୍ରୋଲ ରୁମ୍କୁ ସୂଚନା ପଠାଇବେ ଏବଂ ସେହି ସୂଚନା ତୁରନ୍ତ ସ୍ଥାନୀୟ ପୋଲିସ୍ ପଠାଇ ଯାଇପାରିବେ।
Comments are closed, but trackbacks and pingbacks are open.