ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ମହାମାରୀ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲଢେ଼ଇରେ ସାମିଲ ହୋଇଛି ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲ୍କୋ) । ନାଲ୍କୋ ପକ୍ଷରୁ କରୋନା ଲଢେ଼ଇ ପାଇଁ ୧୦ କୋଟି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ନାଲ୍କୋ ପକ୍ଷରୁ ମିଳିଥିବା ସୂଚନା ।ଅନୁସାରେ, କମ୍ପାନୀ ପିଏମ୍ କେୟାର୍ସ ପାଣ୍ଠିକୁ ୫କୋଟି ଟଙ୍କା ପ୍ରଦାନ କରିଛି । ସେହିଭଳି କମ୍ପାନିର କର୍ମଚାରୀମାନେ ନିଜର ୨ ଦିନର ଦରମାକୁ କରୋନା ଭୂତାଣୁ ଲଢେ଼ଇ ପାଇଁ ଦାନ କରିଛନ୍ତି । ଏହାର ଅଂଶସ୍ୱରୂପ କର୍ମଚାରୀଙ୍କ ବେତନରୁ ୨.୬ କୋଟି ଟଙ୍କା ପିଏମ୍୍ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଇଛି । ସେହିଭଳି ଆଉ ୨.୬ କୋଟି ଟଙ୍କା ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦିଆଯାଇଛି । ଏସବୁ ଅର୍ଥ କରୋନା ଲଢେ଼ଇ ଉଦେ୍ଧଶ୍ୟରେ ବିଭିନ୍ନ ଉପକରଣ କ୍ରୟ ଓ ସହାୟତା ଦିଗରେ ଖର୍ଚ୍ଚ ହେବ ବୋଲି ଥିବା ନାଲ୍କୋ ପକ୍ଷରୁ କୁହାଯାଇଛି ।
Comments are closed, but trackbacks and pingbacks are open.