ନୟାଗଡ଼:ନୟାଗଡ଼ରେ ବଦଳିଲା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ସମୟ । ଆସନ୍ତା କାଲି ଠାରୁ ସକାଳ ୭ଟାରୁ ୧ଟା ପଯ୍ୟନ୍ତ ଖୋଲିବାକୁ ପ୍ରଶାସନର ନିର୍ଦ୍ଦେଶ । ପୂର୍ବରୁ ଦିନ ୧୦ଟାରୁ ୪ଟା ପର୍ୟ୍ୟନ୍ତ ଖୋଲା ଯାଉଥିଲା। ସେହିପରି ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଜଣେ କରୋନା ରୋଗୀ ଚିହ୍ନଟ ପରେ ସତ୍ୟନଗର ଅଞ୍ଚଳ ସିଲ୍ କରି ଦିଆଯାଇଛି। କରୋନା ସଂକ୍ରମିତଙ୍କ କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନାହିଁ।ସତ୍ୟନଗର ଅଞ୍ଚଳରୁ ବିଗ ବଜାରର ଉତ୍ତର ପାର୍ଶ୍ବ ମଧ୍ୟରେ କିଛି ଅଞ୍ଚଳ ସିଲ୍ ହୋଇଛି।
ସତ୍ୟନଗର ଛକରୁ କାଳୀ ମନ୍ଦିର ପର୍ୟ୍ୟନ୍ତ ସିଲ୍ ହୋଇଛି। ସେହିପରି କାଳୀ ମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ କ୍ବାର୍ଟର, ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ କ୍ବାର୍ଟରରୁ ସତ୍ୟନଗର ଛକ ପର୍ୟ୍ୟନ୍ତ ସିଲ୍ ହୋଇଛି।ସେହିଭଳି ସତ୍ୟନଗର ଅଞ୍ଚଳରୁ ବିଗ ବଜାରର ଦକ୍ଷିଣ ପାର୍ଶ୍ବ ମଧ୍ୟରେ PWD ଡିଭିଜନ୍-୩ ଅଫିସ ଏବଂ କ୍ବାର୍ଟର କମ୍ପ୍ଲେକ୍ସ ସିଲ୍ କଣ୍ଟେନମେଣ୍ଟ ଜୋନ୍ ବିମଏ୍ସି ଦ୍ବାରା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ।
Comments are closed, but trackbacks and pingbacks are open.