ସିଲ୍‌ ଅଞ୍ଚଳରେ ମୋବାଇଲ୍‌ ଏଟିଏମ୍‌, ମିଲ୍କ ଭ୍ୟାନ୍‌

Get real time updates directly on you device, subscribe now.

ଭୁବନେଶ୍ୱର:ବିଏମ୍‌ସି ପକ୍ଷରୁ ସିଲ୍‌ ଓ ନିଷିଦ୍ଧାଞ୍ଚଳ ଘୋଷିତ ବିଭିନ୍ନ ଅଞ୍ଚଳରେ ଆଜି ମୋବାଇଲ୍‌ ଏଟିଏମ୍‌ ଓ ମିଲ୍କ ଭ୍ୟାନ ବୁଲିଛି । ଲୋକଙ୍କ ଦୁଆର ମୁହଁରେ ବିଭିନ୍ନ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯାଇଛି ।
ଆଜି ସୂର୍ୟ୍ୟନଗରରେ ଏକ୍ସିସ୍‌ ବ୍ୟାଙ୍କର ମୋବାଇଲ୍‌ ଏଟିଏମ୍‌ ବୁଲିଛି । ଅନେକ ଲୋକ ଏଥିରୁ ଟଙ୍କା ଉଠାଣ କରିଛନ୍ତି । ଆସନ୍ତାକାଲି ବମିଖାଲ ଓ ଯଦୁପୁର ଅଞ୍ଚଳକୁ ମୋବାଇଲ୍‌ ଏଟିଏମ୍‌ ଯିବ । ସେହିଭଳି ବିଏମ୍‌ସି ପକ୍ଷରୁ ବିଭିନ୍ନ ଭ୍ୟାନ୍‌ ଯୋଗେ ଅତ୍ୟାବଶ୍ୟକ ସାମଗ୍ରୀର ହୋମ୍‌ ଡେଲିଭରି କରାଯାଉଛି । ବମିଖାଲ ଅଞ୍ଚଳ ପାଇଁ ୫ଟି ପରିବା ଗାଡ଼ି ପଠାଯାଇଥିଲା । ୪ଟି କ୍ଷୀର ଗାଡ଼ି, ଗୋଟିଏ ଫଳ ଗାଡ଼ି ଓ ଗୋଟିଏ ଅଣ୍ଡା ଗାଡ଼ି ଏହି ଅଞ୍ଚଳ ବୁଲି ଲୋକଙ୍କୁ ସାମଗ୍ରୀ ଯୋଗାଇଥିଲା । ସୂର୍ୟ୍ୟନଗରରେ ୨ଟି ପରିବା ଓ ୨ଟି ଗ୍ରୋସରୀ ଗାଡ଼ି ଓ ଗୋଟିଏ ଅଣ୍ଡା ଗାଡି ଼ବୁଲିଥିଲା । ଆଜାଦନଗରରେ ଗୋଟିଏ ପରିବା ଗାଡି, ଯଦୁପୁରରେ ଗୋଟିଏ ପରିବା ଗାଡି, ଗୋଟିଏ କ୍ଷୀର ଓ ଗୋଟିଏ ଗ୍ରୋସରୀ ଗାଡି ବୁଲିଛି ।
ଆଜି ସହରର ବିଭିନ୍ନ ସ୍ଥାନରେ ୧୬୦୦ ଲୋକଙ୍କୁ ଦିନବେଳା ରନ୍ଧା ଖାଦ୍ୟ ବଣ୍ଟାଯାଇଛି । ଏହାବାଦ୍‌ ଏକାଧିକ ସ୍ଥାନକୁ ବିଶୋଧନ କରିଛି ବିଏମ୍‌ସି । ଆଜାଦ ନଗର, ମସଜିଦ୍‌ କଲୋନୀ, କପିଳପ୍ରସାଦ, ବମିଖାଲ, ମଧୁସୂଦନ ନଗର, ଗୁଇନ୍ଦା ବ୍ୟୁରୋର ଅଫିସ୍‌ ଓ କ୍ୱାର୍ଟର୍ସରେ ସ୍ପ୍ରେ ସିଞ୍ଚନ କରି ବିଶୋଧନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons