ଲକ୍‌ଡାଉନ୍‌ ସମୟରେ ଶିଶୁଙ୍କ ସୃଜନଶୀଳତାକୁ ପ୍ରୋତ୍ସାହନ : “ ମୋ ପ୍ରତିଭା “ ରେ ପଞ୍ଜିକରଣ କଲେଣି ୫୪୪୪

Get real time updates directly on you device, subscribe now.

ଭୁବନେଶ୍ବର : କୋଭିଡ୍‌୧୯ ଭାଇରସ୍‌ର ଭୟ ଏବେ ସମସ୍ତଙ୍କୁ ଘାରିଛି । ସଂକ୍ରମଣ ରୋକିବାରେ କେବଳ ସଚେତନତା, ଘରେ ରହିବା ସହ ସାମାଜିକ ଦୂରତା ଅସ୍ତ୍ର ହୋଇଥିବାରୁ ଏବେ ସମସ୍ତେ ଘରେ । ସେପଟେ ସ୍କୁଲ ବନ୍ଦରୁ ପିଲାମାନେ ବି ଘରେ ବୋର୍ । ଆଉ ଠିକ୍‌ ଏମିତି ସମୟରେ ପିଲାଙ୍କ ସୃଜନଶୀଳତାକୁ ସାବାସି ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି “ମୋ ପ୍ରତିଭା” ।
୫ରୁ ୧୮ ବର୍ଷ ବୟସର ଶିଶୁ ତଥା କିଶୋରମାନଙ୍କୁ ଲକ୍‌ ଡାଉନ୍‌ ସମୟରେ ସୃଜନଶୀଳ କାର୍ୟ୍ୟରେ ନିୟୋଜିତ ରଖିବା ତଥା ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ଅପ୍ରେଲ୍‌ ୨ ତାରିଖରୁ ଆରମ୍ଭ ହୋଇଥିବା ‘ମୋ ପ୍ରତିଭା’ ଅନ୍‌ଲାଇନ୍‌ ପ୍ରତିଯୋଗିତାରେ ଏ ପର୍ୟ୍ୟନ୍ତ ୫୪୪୪ ଜଣ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ, ଶିଶୁ ଯନି ଅନୁଷ୍ଠାନର ଅନ୍ତେବାସୀ, ଜନଜାତି ବର୍ଗର ଶିଶୁ ଏବଂ କିଶୋରମାନେ ଭାଗ ନେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons