ନୂଆଦିଲ୍ଲୀ: ମାଗଣାରେ କରୋନା ଟେଷ୍ଟ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥି ସହ କିଭଳି ଅଧିକରୁ ଅଧିକ ପରୀକ୍ଷା କରାଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ବର୍ତ୍ତମାନ ସୁଦ୍ଧା ଦେଶର ୧ଲକ୍ଷରୁ ଅଧିକ ଲୋକଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ୧୩୦କୋଟି ଜନସଂଖ୍ୟା ତୁଳନାରେ ଏହା ବହୁତ କମ୍ । ତେଣୁ କିଭଳି ଅଧିକରୁ ଅଧିକ ଲୋକଙ୍କ ପରୀକ୍ଷା କରାଯାଇପାରିବ ସେନେଇ ଗୁରୁତ୍ବ ଦେବାକୁ କହିଛନ୍ତି କୋର୍ଟ । ବର୍ତମାନ ଦେଶର ୧୩୬ ସରକାରୀ ଏବଂ ୫୬ଟି ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ କରାଯାଉଛି । ପ୍ରତିଦିନ ୧୮ହାଜର ଟେଷ୍ଟ କରିବା ପାଇଁ ବ୍ୟବସ୍ଥା ରହିଛି ।
Comments are closed, but trackbacks and pingbacks are open.