କରୋନା ମୁକାବିଲା ପାଇଁ ସହଯୋଗ:ଧର୍ମେନ୍ଦ୍ରଙ୍କ ପନôୀ ଓ ଝିଅ ସିଲେଇ କଲେ ମାସ୍କ

Get real time updates directly on you device, subscribe now.

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଘରୁ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବାକୁ ରାଜ୍ୟ ସରକାର ଆଜିଠୁ ବାଧ୍ୟତାମୂଳକ କରିଛନ୍ତି। ତେବେ ପର୍ୟ୍ୟାପ୍ତ ପରିମାଣର ମାସ୍କ ଉପଲବ୍ଧ କରାଇବା ନିମନ୍ତେ ମହିଳା ଏସଏଚଜିଗୁଡ଼ିକୁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଉଥିବାବେଳେ ନିଜ ହାତରେ ଘରେ କିଭଳି ମାସ୍କ ତିଆରି ହୋଇପାରିବ ସେ ନେଇ ରାଜନୀତିକ ଦଳର ନେତ୍ରୀମାନେ ଆଗେଇ ଆସି ଲୋକଙ୍କୁ ସଚେତନ କରାଉଥିବା ଜଣାପଡ଼ିଛି। ଦେଶବ୍ୟାପୀ ଏବେ ଲକଡାଉନ୍ ଚାଲିଥିବାବେଳେ ଗତ କିଛିଦିନ ଧରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଓ ତାଙ୍କ ଝିଅ ସିଲେଇ ମେସିନରେ ମାସ୍କ ପ୍ରସ୍ତୁତ କରିବାର ଫଟୋ ସମେତ ବିଜେଡି ଓ ବିଜେପିର ନେତ୍ରୀମାନେ ନିଜ ନିଜସ୍ତରରେ ମାସ୍କ ପ୍ରସ୍ତୁତ କରିବା ଓ ଘର ତିଆରି ମାସ୍କ ପିନ୍ଧି ଲୋକଙ୍କୁ ସଚେତନ କରାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି।ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ନିଜେ ସିଲେଇ ମେସିନରେ ମାସ୍କ ତିଆରି କରୁଥିବାବେଳେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ମଧ୍ୟ ଅନୁରୂପ ଭାବେ ମାସ୍କ ତିଆରି କରୁଥିବାର ଫଟୋ ଆଜି ସୋଶାଲ ମିଡିଆରେ ଭାଇରାଲ ହୋଇଛି। ସେହିପରି ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସୁନାବେଡ଼ା ମ୍ୟୁନିସପାଲଟି ଅଧ୍ୟକ୍ଷା ତଥା ବିଜେଡି ନେତ୍ରୀ ଶୁଭଶ୍ରୀ ମଲ୍ଲିକ, ବାଲିକୁଦା ୪ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ବବିତା ସ୍ୱାଇଁ ଓ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ମାସ୍କ ପ୍ରସ୍ତୁତି ଅବା ହ୍ୟାଣ୍ଡମେଡ୍ ମାସ୍କ ପିନ୍ଧି ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଏହି ନେତ୍ରୀମାନଙ୍କର ଦ୍ୱାରା ଘରେ ପ୍ରସ୍ତୁତ କରାଯାଉଥିବା ମାସ୍କକୁ ମଧ୍ୟ ସୋଶାଲ ମିଡିଆରେ ସାଧାରଣ ଲୋକେ ବେଶ୍ ପ୍ରଶଂସା କରିଛନ୍ତି।
କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଘରୁ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବା ଜରୁରୀ ଥିବାବେଳେ ରାଜ୍ୟ ସରକାର ମଧ୍ୟ ମାସ୍କ ନପିନ୍ଧି ଘରୁ ବାହାରିଲେ ୨୦୦ରୁ ୫୦୦ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଗାଁଠୁ ଆରମ୍ଭ କରି ସହର ପର୍ୟ୍ୟନ୍ତ ସବୁଠି ଏହି ନିୟମ ଲାଗୁ ହେବ। ତେବେ ଏତେ ସଂଖ୍ୟକ ମାସ୍କ ମିଳିବା ଏବେ କଷ୍ଟକର ବ୍ୟାପାର ହୋଇଥିବାବେଳେ ସରକାର ମଧ୍ୟ କେବଳ ବଜାରରେ ମିଳୁଥିବା ମାସ୍କ ଉପରେ ନିର୍ଭର ନକରି ଘରେ ଥିବା ପୁରୁଣା ଗଞ୍ଜି, ରୁମାଲ, ଗାମୁଛା ଅବା ଅନ୍ୟାନ୍ୟ ସୂତା ପୋଷାକକୁ ଦୁଇ ପରସ୍ତ କରି ମାସ୍କ ଆକାରରେ ଉପଯୋଗ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । କେହି କାହାର ମାସ୍କ ପିନ୍ଧିବା ଅନୁଚିତ୍ ବୋଲି ମଧ୍ୟ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons