ଜଗତସିଂହପୁରରେ ୧୩ ତାରିଖରୁ କାର୍ୟ୍ୟକ୍ଷମ ହେବ ସ୍ବତନ୍ତ୍ର କୋଭିଡ୍-୧୯ ହସପିଟାଲ: ରାଜ୍ୟରେ ବଢିଲା ପରୀକ୍ଷଣ ସୁବିଧା ଏବଂ କ୍ଷମତା, ମାସ୍କ- ସାନିଟାଇଜର ମହଜୁଦ

Get real time updates directly on you device, subscribe now.

ଭୁବନେଶ୍ବର : କୋଭିଡ୍ ୧୯ ଭାଇରସ୍‌ର ମୁକାବିଲା ସମସ୍ତ ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରାକାର । ଏହି ଭୟଙ୍କର ଭୂତାଣୁ ଜନିତ ସଂକ୍ରମଣର ପ୍ରତିରୋଦ ଲାଗି ଭିତ୍ତିଭୂମିକୁ ଅଧିକ ମଜବୁତ କରିବା ଅଭିଯାନରେ ସରକାର ଆଗେଇ ଚାଲିଛନ୍ତି । ରାଜ୍ୟରେ ସ୍ବତନ୍ତ୍ର କୋଭିଡ ହସପିଟାଲ ସହ ଡାକ୍ତରଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ତାଲିମରେ କିଛି ବି ବିକଳ୍ପ ଛାଡୁ ନାହାନ୍ତି ସରକାର । ଓଡ଼ିଶାରେ କୋଭିଡ୍‌-୧୯ ହସ୍‌ପିଟାଲ୍‌ର ସଂଖ୍ୟା ବୃଦ୍ଧି ଦିଗରେ ଶନିବାର ଆଉ ଏକ ପାଦ ଆଗକୁ ବଢିଛି । ଜଗତସିଂହପୁରଠାରେ ଏକ ଉତ୍ସର୍ଗୀକୃତ କୋଭିଡ୍‌-୧୯ ହସପିଟାଲ୍‌ ପ୍ରତିଷ୍ଠା ନିମନ୍ତେ ଜଗତସିଂହପୁର ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ତ୍ରୀପାକ୍ଷିକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏହି ହସ୍‌ପିଟାଲ୍‌ ଚଳିତ ମାସ ୧୩ ତାରିଖରୁ କାର୍ୟ୍ୟକ୍ଷମ ହେବ ।
ଅନ୍ୟଏକ ବଡ଼ ଖବର ହେଲା,କୋଭିଡ୍‌-୧୯ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୫୦ ଜଣ ରୋଗୀଙ୍କ ମଧ୍ୟରୁ ୧୨ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।ଅନ୍ୟପକ୍ଷରେ ଆଞ୍ଚଳିକ ଭେଷଜ ଗବେଷଣା ପରିଷଦ (ଆର୍‌ଏମ୍‌ଆର୍‌ସି)କୁ ଉଚ୍ଚଶକ୍ତିସଂପନ୍ନ କୋବାସ୍‌ ଯନ୍ତ୍ର ଆସିବା ଫଳରେ କୋଭିଡ୍‌-୧୯ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଛି ।
ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ (ବ୍ରହ୍ମପୁର) ଓ ଆଇଜିଏଚ୍‌ (ରାଉରକେଲା) ମଧ୍ୟ କୋଭିଡ୍‌-୧୯ ପରୀକ୍ଷଣ କରିବେ । ଭୁବନେଶ୍ବରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ମଧ୍ୟ ଭାରତ ସରକାରଙ୍କ ବାୟୋଟେକ୍‌ନୋଲୋଜି ବିଭାଗରୁ କୋଭିଡ୍‌-୧୯ ପରୀକ୍ଷା ପାଇଁ ଅନୁମତି ପାଇଛି ଓ ଖୁବ୍‌ ଶୀଘ୍ର ଏହା ପରୀକ୍ଷଣ ଆରମ୍ଭ କରିବ । ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନମାନଙ୍କରେ କାର୍ୟ୍ୟରତ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ବ୍ୟବହାର ନିମନ୍ତେ ସାନିଟାଇଜର, ତିନିପ୍ରସ୍ତ ବିଶିଷ୍ଟ ସର୍ଜିକାଲ୍‌ ମାସ୍କ, ଏନ୍‌-୯୫ ମାସ୍କ ଓ ଅନ୍ୟାନ୍ୟ ସୁରକ୍ଷା ଉପକରଣମାନ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons