ଭୁବନେଶ୍ୱର: ଆସନ୍ତାକାଲି ଶେଷ ହେବ କେନ୍ଦ୍ର ସରକାରଙ୍କ ଦ୍ୱାରା ସାରା ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ୍ କଟକଣା। କେନ୍ଦ୍ର ସରକାର ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିବେ ନା ନାହିଁ, ସେ ନେଇ ଏଯାବତ୍ କିଛି ନିଷ୍ପତ୍ତି ନେଇ ନାହାନ୍ତି। ଅନ୍ୟପକ୍ଷରେ ଓଡ଼ିଶା ସରକାର ଏହି ଅବଧି ବଢ଼ାଇବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ଲକ୍ଡାଉନ୍ ଏପ୍ରିଲ୍ ୧୫ ତାରିଖରୁ ଆରମ୍ଭ ହେବ। ଏହା ଏପ୍ରିଲ୍ ୩୦ ଯାଏ ଚାଲିବ। ତେବେ ଦ୍ୱିତୀୟ ପର୍ୟ୍ୟାୟ ଲକ୍ଡାଉନ୍ ବେଳେ କିଛି କଟକଣାକୁ କୋହଲ କରାଯାଇଛି। ବିଶେଷ ଭାବେ ଏଥିରେ ଚାଷୀମାନଙ୍କୁ ଗୁରୁତ୍ୱ ଦିଆଯାଇଛି। ସେହିପରି କିଛି ନିର୍ମାଣ କାର୍ୟ୍ୟ ଉପରେ ମଧ୍ୟ କଟକଣା କୋହଳ କରାଯାଇଛି। ଆଜି ଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏନେଇ ସମସ୍ତ ସୂଚନା ଦେଇଥିଲେ। ତାଙ୍କ ସୂଚନା ଅନୁଯାୟୀ କେଉଁ ସବୁ କାର୍ୟ୍ୟକୁ ଳକ୍ଡାଉନ୍ କଟକଣାରୁ ବାଦ୍ ଦିଆଯିବ, ତାହା ଜାଣି ନିଅନ୍ତୁ।
Comments are closed, but trackbacks and pingbacks are open.