କଳାହାଣ୍ଡି ଏବଂ ସମ୍ବଲପୁରରେ ନିର୍ମିତ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲର ପରିଦର୍ଶନ କଲେ ୫-ଟି ସଚିବ ଏବଂ ଉନ୍ନୟନ କମିଶନର
କଳାହାଣ୍ଡି: କଳାହାଣ୍ଡି ଏବଂ ସମ୍ବଲପୁର ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର। ସେଠାରେ ପହଞ୍ଚି କଳାହାଣ୍ଡି ଏବଂ ସମ୍ବଲପୁର ଜିଲ୍ଲାରେ ନିର୍ମିତ କୋଭିଡ୍ ହସ୍ପିଟାଲର ପରିଦର୍ଶନ କରିଛନ୍ତି ଏହି ଦୁଇ ସଚିବ।
ଭବାନିପଟଣାସ୍ଥିତ ଏକ ସରକାରୀ ଇଞ୍ଜିନିୟରିଂ କଲେଜରେ ପ୍ରସ୍ତୁତ ହୋଇଥିବା ଏହି ସ୍ବତନ୍ତ୍ର କୋଭିଡ୍-୧୯ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପର୍ୟ୍ୟାପ୍ତ ପରିମାଣର ସୁବିଧା ରହିଛି। ଏହି କୋଭିଡ ହସ୍ପିଟାଲରେ ୬ଟି ଆଇସିୟୁ ସମେତ ୨୦୦ ଶଯ୍ୟା ରହିଛି। ଆଜି ୫୦ଟି ଶଯ୍ୟା କାର୍ୟ୍ୟକ୍ଷମ ହେବ। ଆସନ୍ତା ୭ ଦିନ ମଧ୍ୟରେ ୨୦୦ ବେଡ୍ କାର୍ୟ୍ୟକ୍ଷମ ହେବ ବୋଲି ସୂଚନ ଦିଆଯାଇଛି।
ସେହିପରି ସମ୍ବଲପୁର ଜିଲ୍ଲାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦ଟି ଆଇସିୟୁ ସମେତ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ନିର୍ମିତ ହୋଇଛି। କୋଭିଡ୍ ହସ୍ପିଟାଲ ପରିଦର୍ଶନ ସମୟରେ ୫-ଟି ସଚିବ ଏବଂ ଉନ୍ନୟନ କମିଶନରଙ୍କ ସମେତ ସମ୍ବଲପୁର ଡିଆଇଜି ଏବଂ ଏସ୍ପି ଉପସ୍ଥିତ ରହିଥିଲେ।
ସେହିପରି କେନ୍ଦ୍ରାପଡା ଏବଂ ଅନୁଗୁଳ ସମେତ ବିଭିନ୍ନ ଜିଲ୍ଲାରେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ନିର୍ମାଣ କରାଯାଇଛି। ସେହିପରି ଭୁବନେଶ୍ବର ଏବଂ କଟକରେ ମଧ୍ୟ ବହୁ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ନିର୍ମାଣ କରାଯାଇଛି।
Comments are closed, but trackbacks and pingbacks are open.