୫୬ ତମ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କଲା ଭଦ୍ରକ ଜିଲ୍ଲା ପ୍ରଶାସନ

Get real time updates directly on you device, subscribe now.

ଭଦ୍ରକ: ୫୬ ତମ କୋଭିଡ-୧୯ ପଜିଟିଭ୍ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କଲା ଭଦ୍ରକ ଜିଲ୍ଲା ପ୍ରଶାସନ। ଏମାନଙ୍କୁ କ୍ବାରେନଣ୍ଟାଇନ୍‌ ରଖାଯାଇଛି। ଏ ସଂପର୍କରେ ଭଦ୍ରକ ଜିଲ୍ଲାପାଳ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି। ଭଦ୍ରକ ଡିଏମ୍‌, ଏସ୍‌ପି, ସିଡିଏମ୍‌ଓ ଏବଂ ଏନ୍‌ଏଚ୍‌ଏମ୍‌ଙ୍କୁ ଟ୍ୟାଗ କରି ଭଦ୍ରକ ଜିଲ୍ଲାପାଳ ଟ୍ବିଟ କରିଛନ୍ତି।
ରାଜ୍ୟର ୫୬ ନମ୍ବର କରୋନା ପଜିଟିଭ୍‌ ଜଣଙ୍କ ଯାଜପୁରରୁ ବୋଲି ଜଣାପଡିଥିଲା । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଆକ୍ରାନ୍ତ ଜଣକ ଯାଜପୁର ବ୍ଲକ ଜାଫରପୁର ପଞ୍ଚାୟତ ସାନ ତ୍ରିଲୋଚନପୁର ଗାଁର ବୋଲି ଜଣାପଡିଥିଲା । ତାଙ୍କ ବୟସ ୬୬ ବର୍ଷ ।ଗତ ମାର୍ଚ୍ଚ ୨୮ରେ ସେ କୋଲକାତାରୁ ଏକ ପରିବା ଗାଡିରେ ଫେରିଥିଲେ । ଏହା ଜଣାପଡିବା ପରେ ଗତ ୧୦ ତାରିଖରେ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ତେବେ ଗତକାଲି ତାଙ୍କର ସ୍ବାବ୍ ଟେଷ୍ଟ ପାଇଁ ଯାଇଥିବା ବେଳେ କୋଭିଡ୍-୧୯ ପଜିଟିଭ୍ ଆସିଥିଲା । ବର୍ତ୍ତମାନ ତାଙ୍କୁ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କଣ୍ଟାକ୍ଟ ଟ୍ରେସିଂ ପରେ ସେହି ଗାଡିରେ ୭ ରୁ ୮ ଜଣ ଥିବା ଜଣାପଡିଥିଲା ।ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ୫୬ ନମ୍ବର ଆକ୍ରାନ୍ତ ଚିହ୍ନଟ ପରେ ସାନ ତ୍ରିଲୋଚନପୁର ଗାଁ ଏବଂ ଏହାର ନିକଟବର୍ତ୍ତୀ ସଇପୁର-୩ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons