୨୦ ଦିନ ହେଲା ମିଳିଲାନି ଖାଇବାକୁ, ଲକ୍ ଡାଉନ୍‌ରେ ରାସ୍ତାକୁ ଓହ୍ଲାଇଲେ ୪୦୦ ପରିବାର

Get real time updates directly on you device, subscribe now.

କୋଲକତା : ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲାର ଡୋମକଲ ପୌରପାଳିକା ଅଞ୍ଚଳର ଶତାଧିକ ଲୋକ ବୁଧବାର ସକାଳେ ୩ ଘଣ୍ଟା ଧରି ରାଜ୍ୟ ରାଜପଥ ଅବରୋଧ କରିଥିଲେ । ଏହି ଆନ୍ଦୋଳନକାରୀଙ୍କ ମଧ୍ୟରେ ବହୁ ମହିଳା ଏବଂ ଶିଶୁ ସାମିଲ ଥିଲେ । ଆନ୍ଦୋଳନକାରୀମାନେ ଲକ୍ ଡାଉନ୍ ଉଲଂଘନ କରି ବରହମପୁର-ଡୋମକଲ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ଅଧିକାଂଶ ଆନ୍ଦୋଳନକାରୀ ମାସ୍କ ପିନ୍ଧିନଥିଲେ କିମ୍ବା ସାମାଜିକ ଦୂରତା ନିର୍ଦ୍ଦେଶାବଳୀ ମାନି ନଥିଲେ । ତେବେ ସେମାନେ ଅଭିଯୋଗ କରିଥିଲେ ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିଶ୍ରୁତି ସତ୍ତ୍ବେ ସେମାନଙ୍କୁ ୨୦ ଦିନ ହେବ ଖାଇବାକୁ ମିଳିନଥିଲା ।
ସ୍ଥାନୀୟ ପ୍ରଶାସନ ଏଥିରେ ହସ୍ତକ୍ଷେପ କଲାବେଳେ ଆନ୍ଦୋଳନକାରୀମାନେ ଏହି ଅବରୋଧକୁ ହଟାଇ ଦେଇଥିଲେ। କିନ୍ତୁ ଘଟଣାସ୍ଥଳରେ ପହଞ୍ଚିଥିବା ଡୋମକଲ ପୌରପାଳିକାର ସଭାପତି ସ୍ବୀକାର କରିଛନ୍ତି ଯେ ନିମ୍ନ ଦାରିଦ୍ର୍ୟ ରେଖା (ବିପିଏଲ) ବିଭାଗରେ ଖାଦ୍ୟ ଯୋଗାଣ କୋଟା ବୃଦ୍ଧି କରାଯାଇ ନାହିଁ । ପ୍ରତ୍ୟେକ ରାସନ କାର୍ଡ ଧାରକ ଏକ ମାସରେ ପାଞ୍ଚ କିଲୋଗ୍ରାମ ଚାଉଳ ଏବଂ ପାଞ୍ଚ କିଲୋଗ୍ରାମ ଅଟା ପାଇବା ଉଚିତ୍ ।
ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଜ୍ୟୋତିପ୍ରିୟୋ ମଲ୍ଲିକ କହିଥିଲେ ଯେ, ପଶ୍ଚିମବଙ୍ଗରେ ଚାଉଳର ଅଭାବ ନାହିଁ । ଆମ ପାଖରେ ୯.୪୫ ଲକ୍ଷ ମେଟ୍ରିକ୍ ଟନ୍ ଷ୍ଟକ୍ ଅଛି ଏବଂ ଆଉ ୪ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ମିଲରେ ଗଚ୍ଛିତ ଅଛି । ଅଗଷ୍ଟ ସୁଦ୍ଧା ଲୋକଙ୍କୁ ଖାଇବାକୁ ଦେବା ପାଇଁ ଆମ ପାଖରେ ପର୍ୟ୍ୟାପ୍ତ ଚାଉଳ ଅଛି । ଆମ ସରକାର ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆରୁ ଚାଉଳ କିଣନ୍ତି ନାହିଁ । ଆମେ ସିଧାସଳଖ କୃଷକମାନଙ୍କଠାରୁ କିଣିଥାଉ । ମନ୍ତ୍ରୀ କହିଛନ୍ତି ଯେ କିଛି ରାସନ ଡିଲର ସେମାନଙ୍କ ଦୋକାନ ନ ଖୋଲିବା କିମ୍ବା ଲୋକଙ୍କୁ ସମ୍ପୂର୍ଣ୍ଣ କୋଟା ନ ଦେବା କାରଣରୁ ପ୍ରଶାସନ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ।
ବୁଧବାର ଦିନ ଡୋମକଲ ମ୍ୟୁନିସିପାଲିଟିର ଜଣେ ବାସିନ୍ଦା କହିଛନ୍ତି ଯେ, ଆମ ଅଞ୍ଚଳର ରାସନ ଡିଲର ଗତ ଦୁଇ ସପ୍ତାହ ମଧ୍ୟରେ ହାତଗଣତି ପରିବାରକୁ ଏକ କିଲୋ ଚାଉଳ ଦେଇଥିଲେ । ୪-୫ ସଦସ୍ୟଙ୍କ ପରିବାର ଚଳାଇବା ଯଥେଷ୍ଟ ନୁହେଁ । ଏହି ଅଞ୍ଚଳର ଅଧିକାଂଶ ଲୋକ ପଶ୍ଚିମବଙ୍ଗ କିମ୍ବା ଅନ୍ୟାନ୍ୟ ରାଜ୍ୟରେ କାର୍ୟ୍ୟ କରନ୍ତି । ଲକ୍ ଡାଉନ୍ ହେତୁ ଆମେ ଆମର ଜୀବିକା ହରାଇଲୁ । ଆମକୁ କୁହାଯାଇଥିଲା ଯେ ରାଜ୍ୟ ଏବଂ କେନ୍ଦ୍ର ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons