ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିକଟରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପ୍ରାଣ ହରାଇଲେ ମହିଳା । ମୃତକ ନାମ ଲତା ବେହେରା ବୋଲି ଜଣାପଡିଛି । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ମହିଳାଙ୍କ ଝିଅଙ୍କ ଚିକିତ୍ସା ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର କୁତାବଗା ଗ୍ରାମର ୩୫ ବର୍ଷୀୟ ମହିଳା ଲତା ବେହେରା ଓ ଝିଅ ରେଣୁକା ବେହେରାଙ୍କୁ ସେହି ଡାକ୍ତରଖାନାର ଜଣେ ଡାକ୍ତରଙ୍କ କାର ଧକା ଦେଇଥିଲେ । ଯାହାଫଳରେ ଉଭୟ ଗୁରୁତର ଅବସ୍ଥାରେରେ ମଣ୍ଡାଳିଆ ସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ।
ସେଠାରେ ମହିଳାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ କାରକୁ ଏକ ନାଳି ଭିତରେ ଓଲଟାଇ ଦେଇ ଥିଲା। ଘଟଣାସ୍ଥଳରେ ବ୍ରଜରାଜନଗର ପୋଲିସ ପହଞ୍ଚି କାରକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି । ଦୁର୍ଘଟଣା କରିଥିବା କାରରେ ଡାକ୍ତର ବସି ନଥିଲେ । ଝିଅ ରେଣୁକା ଡାକ୍ତରଖାନାରେ ଚିକିତ୍ସା ହେଉଛି।
Comments are closed, but trackbacks and pingbacks are open.