ବଲାଙ୍ଗୀର, ବରଗଡ଼, ସୋନପୁର, ଫୁଲବାଣୀ ଗସ୍ତରେ ୫-ଟି ସଚିବ

Get real time updates directly on you device, subscribe now.

ବଲାଙ୍ଗୀର/ବରଗଡ଼/ସୋନପୁର/ଫୁଲବାଣୀ,(ବି.ବି.ନୁ୍ୟଜ୍): କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବିଭିନ୍ନ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ମଧ୍ୟ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଛି । ଶନିବାର ରାଜ୍ୟସରକାରଙ୍କ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଏବଂ ୫-ଟି ସଚିବ ଭି.କେ.ପାଣ୍ଡିଆନ ସ୍ୱତନ୍ତ୍ର ହେଲିକପ୍ଟରରେ ବଲାଙ୍ଗୀର, ବରଗଡ଼, ସୋନପୁର ଏବଂ ଫୁଲବାଣୀ ଗସ୍ତ କରି କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତି ସମୀକ୍ଷା କରିବା ସହ ଏହାର ସୁବିଧା ଅସୁବିଧା ନେଇ ଜିଲ୍ଲାସ୍ତରୀୟ ଉଚ୍ଚାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ବଲାଙ୍ଗୀର ଗସ୍ତ କାଳରେ ଉଭୟ ସଚିବ ଜେଆଇଟିଏମ କ୍ୟାମ୍ପସ ପରିସରରେ ପ୍ରସ୍ତୁତ ଅସ୍ଥାୟୀ ହେଲିପ୍ୟାଡ଼ରେ ଓହ୍ଲାଇ କିସ୍ କ୍ୟାମ୍ପସରେ ହୋଇଥିବା କୋଭିଡ଼-୧୯ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ । ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୧୦ଟି ଆଇସିୟୁ, ୧୦ଶଯ୍ୟା ବିଶିଷ୍ଟ ଏଚ୍ଡିୟୁର ବ୍ୟବସ୍ଥା ରହିଛି । ପରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଓ ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । କୋଭିଡ଼-୧୯ ହସ୍ପିଟାଲରେ କର୍ତ୍ତବ୍ୟରତ ଡାକ୍ତର ଏବଂ କର୍ମଚାରୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିଥିଲେ । କରୋନା ମୁକାବିଲା ସକାଶେ ଜିଲ୍ଲାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ, ଏସ୍ପି ଏବଂ ଅନ୍ୟାନ୍ୟ ବରିÂ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାରେ ଲକଡାଉନକୁ କଡ଼ାକଡ଼ି କରିବାକୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଧଶ ଦେବା ସହିତ ଗ୍ରାମାଞ୍ଚଳରେ ଜୀବନ ଜୀବିକାକୁ ବଜାୟ ରଖିବାକୁ ନରେଗା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, କୃଷି କାର୍ଯ୍ୟକୁ ମଧ୍ୟ ସୂଚାରୁ ରୂପେ କାର୍ଯ୍ୟକାରୀ କରାଇବାକୁ ନିଦେ୍ର୍ଧଶ ଦେଇଥିଲେ । ଜିଲ୍ଲାରେ ଶ୍ରମିକଙ୍କ ନିମନ୍ତେ ନିଆଯାଇଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚାରି ବୁଝିଥିଲେ । କିନ୍ତୁ ଏହି ସମସ୍ତ କାର୍ଯ୍ୟରେ ସାମାଜିକ ଦୂରତ୍ୱକୁ ବଜାୟ ରଖିବାକୁ ପ୍ରଶାସନ ମଧ୍ୟ ତପôରତା ପ୍ରକାଶ କରିବାକୁ ସେ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବଙ୍କ ଏହି ପରିଦର୍ଶନ ସମୟରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ଶ୍ରୀ ଡାକୁଆ, ଏସ୍ପି ମଡ଼କର ସନ୍ଦୀପ ସମ୍ପତ, ଭୀମଭୋଇ ମେଡ଼ିକାଲ କଲେଜର ଡିନ୍ ଡା.ଲଳିତ ମେହେର, ସିଡିଏମ୍ଓ ଡା. ନାରାୟଣ ଥନାପତି, ଭୀମଭୋଇ ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟ ଡା. ମହେନ୍ଦ୍ର ନାୟକ, ନୋଡ଼ାଲ ଅଫିସର ଦିଲ୍ଲିପ ପଣ୍ଡା, ବଲାଙ୍ଗୀର ସ୍ଥିତ କୋଭିଡ଼-୧୯ ହସ୍ପିଟାଲର ଇନ୍ଚାର୍ଜ ଡା. ଅଭିନାଶ ନାୟକଙ୍କ ସମେତ କୋଭିଡ଼-୧୯ ହସ୍ପିଟାଲର ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ସେହିପରି ଶ୍ରୀ ତ୍ରିପାଠୀ ଏବଂ ଶ୍ରୀ ପାଣ୍ଡିଆନ ବରଗଡ଼ ଓ ସୋନପୁର ଗସ୍ତ କରି କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସହ ଏହାର ସୁବିଧା ଅସୁବିଧା ନେଇ ଉଚ୍ଚାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପରିଦର୍ଶନ ସମୟରେ ହସ୍ପିଟାଲ ପରିଚାଳନା ଦାୟିତ୍ୱରେ ଥିବା ବିକାଶ ଗ୍ରୁପ୍ ତଥା ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଚେୟାରମ୍ୟାନ ଡି. ମୂରଲି କ୍ରୀଷ୍ଣା ସଂସ୍ଥା ପକ୍ଷରୁ ହସ୍ପିଟାଲ ପାଇଁ ନିଆଯାଇଥିବା ଆନୁଷଙ୍ଗିକ ଚିକିତ୍ସା ବ୍ୟବସ୍ଥା ଓ ସୁବିଧା ବିଷୟରେ ସୂଚନା ଦେଇଥିଲେ ।
ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍ପି ପଦ୍ମିନୀ ସାହୁ, ସିଡିଏମ୍ଓ ଡା. ବିଭୂତି ଭୂଷଣ ମେହେର, ପିଡି କୃତ୍ତିବାସ ରାଉତ, ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏଡିଏମ୍ଓ ଡା. ଏମ୍ ପାଢ଼ୀ, ଡା. ସାଧୁଚରଣ ଦାଶ, ଡା. ପ୍ରଶାନ୍ତ କିଶୋର ଦାଶ, ଡା. ଏସ୍. ତ୍ରିପାଠୀ ଉପସ୍ଥିତ ଥିଲେ । ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ନିଦେ୍ର୍ଧଶକ ଡା. ହିମାଂଶୁ ଶେଖର ମିଶ୍ର, ଡା. ନିଶାନ ଦେବତା, ଡା. ସତୀବାବୁ, ଡା. ଗୀତାରାଣୀ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ଚକ୍ରଧର ପ୍ରସାଦ ଗନ୍ତାୟତ, ବିଦୁ୍ୟତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅନୁଭବ ଦାଶ ମଧ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ୨୦୦ ଶଯ୍ୟା ବିଶିଷ୍ଟ ବରଗଡ଼ କୋଭିଡ୍ ହସପିଟାଲର ୧୦୦ଟି ଶଯ୍ୟା ଏମ୍ସିଏଚ୍ ବିଲ୍ଡିଂରେ ରହିଛି । ଅବଶିଷ୍ଟ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ୟୁନିଟ୍ ହସ୍ପିଟାଲକୁ ଲାଗି ସରକାରୀ ପଲିଟେକ୍ନିକ୍ରେ ବ୍ୟବସ୍ଥା କରାଯାଇଛି । ମୁଖ୍ୟହସପିଟାଲରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ସହ ୮ଟି ଆଇସିୟୁ ରହିଛି । ଆଇଓସିଏଲ ସହଯୋଗରେ ବରଗଡ଼ କୋଭିଡ଼ ହସପିଟାଲକୁ ଡାକ୍ତର ଓ ଷ୍ଟାଫ, ଯନ୍ତ୍ରପାତି ସମେତ ବୈଷୟିକ ଜ୍ଞାନକୌଶଳ ବିକାଶ ଗ୍ରୁପ ଯୋଗାଇଛି । ଜିଲ୍ଲା ପ୍ରଶାସନ ଏହାର ସମସ୍ତ ବ୍ୟବସ୍ଥା ବୁଝୁଛି । ଆବଶ୍ୟକ ପଡ଼ିଲେ ବରଗଡ଼ ଡିଏଚ୍ଏଚ୍ର ଡାକ୍ତର ଓ ଷ୍ଟାଫ ମଧ୍ୟ ପରିଚାଳନାରେ ସହାୟତା କରିବେ ବୋଲି କୁହାଯାଇଛି । ଏହି ଡାକ୍ତରଖାନା ଆସନ୍ତା ୨୦ ତାରିଖ ଆରମ୍ଭ ହେବ ଓ ଭିଡିଓ କନ୍ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍ଘାଟନ କରିବେ ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟସରକାରଙ୍କ ଦୁଇ ପ୍ରମୁଖ ଅଧିକାରୀଗଣ ବ୍ୟବସ୍ଥା ନେଇ ସନ୍ତୋଷ ବ୍ୟକ୍ତ କରିବା ପରେ ଉତ୍ସାହ ୨ ଗୁଣ ହୋଇଛି ବୋଲି କୋଭିଡ଼ ହସ୍ପିଟାଲ ପରିଚାଳନା ଦାୟିତ୍ୱରେ ଥିବା ବିକାଶ ଗ୍ରୁପ୍ ଚେୟାରମେନ ଡି. ମୂରଲିକ୍ରୀଷ୍ଣା କହିଛନ୍ତି ।
ଅନୁରୂପ ଭାବେ ସୋନପୁର ସରକାରୀ ଆଇଟିଆଇଠାରେ ଅସ୍ଥାୟୀ ଭାବେ ପ୍ରସ୍ତୁତ ହୋଇଥିବା କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ପାଇଁ ପହଞ୍ଚିଥିଲେ ରାଜ୍ୟମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଏବଂ ୫ଟି ସଚିବ ପାଣ୍ଡିଆନ । ସ୍ୱାସ୍ଥ୍ୟକେନ୍ଦ୍ରର ଆବଶ୍ୟକ ଆନୁସାଙ୍ଗିକ ବ୍ୟବସ୍ଥା ତଦାରଖ କରିବା ସହ ହସ୍ପିଟାଲ ସୁପରିଚାଳନାକୁ ଗୁରୁତ୍ୱ ଦେଇଥିଲେ । କାର୍ଯ୍ୟକ୍ରମରେ ଡିଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଏସ୍ପି ଦେବୀପ୍ରସାଦ ଦାଶ, ସିଡିଏମ୍ଓ ଡା. ଦିଲ୍ଲୀପ ପଣ୍ଡା, କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାଧିକୃତ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ କୁମାର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ । କରୋନା ମୁକାବିଲାରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ୫-ଟି ସଚିବ ପ୍ରଶଂସା କରିଥିଲେ ।
ଫୁଲବାଣୀ ଗସ୍ତ କରି ଶ୍ରୀ ତ୍ରିପାଠୀ ଏବଂ ଶ୍ରୀ ପାଣ୍ଡିଆନ ଫୁଲବାଣୀରେ ନିର୍ମିତ କୋଭିଡ୍-୧୯ ହସ୍ପିଟାଲ ପରିଦର୍ଶନ କରିଥିଲେ । ଉଭୟ ହେଲିକପ୍ଟରରେ ଆସି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସର ଜିଏନ୍ଏମ୍ ତାଲିମ୍ କେନ୍ଦ୍ରରେ ପ୍ରତିÂା ହୋଇଥିବା କୋଭିଡ୍-୧୯ ହସପିଟାଲରେ ପହଞ୍ଚିଥିଲେ । ସେମାନଙ୍କ ସହ ଜିଲ୍ଲାପାଳ ଡା. ବୃନ୍ଦା ଡି, ଏସ୍ପି ପ୍ରତୀକ୍ ସିଂ ଉପସ୍ଥିତ ଥିଲେ । ହସପିଟାଲ ପରିସରରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା. ରାଜ୍ୟଶ୍ରୀ ପଟ୍ଟନାୟକ ଏବଂ କୋଭିଡ୍ ହସପିଟାଲର ଡାକ୍ତର ଓ କର୍ମଚାରୀ ସ୍ୱାଗତ କରିଥିଲେ । କରୋନା ସଂକ୍ରମିତଙ୍କ ପାଇଁ ହସ୍ପିଟାଲରେ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ମୁଖ୍ୟସଚିବ ଓ ୫ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଗଣମାଧ୍ୟମଠାରୁ ଲୁଚାଇ ରଖା ଯାଇଥିଲା । କୌଣସି ସୂତ୍ରରୁ ଖବର ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚିଥିଲେ । ଜିଲ୍ଲା ପ୍ରଶାସନର ଅଧିକାରୀ ଗଣମାଧ୍ୟମକୁ ହସପିଟାଲ୍ ଭିତରକୁ ଯିବାକୁ ମନା କରିବା ସହ ଫୋଟ ଉଠାଇବାକୁ ବାରଣ କରିଥିଲେ । ଏପରିକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେଠାରୁ ଚାଲିଯିବାକୁ ଏକ ପ୍ରକାର ବାଧ୍ୟ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଓ ଏସ୍ପି ଗଣମାଧ୍ୟମ ପ୍ରତିନିଧିଙ୍କୁ ଫଟୋ ଓ ଭିଜୁଆଲ ଦିଆଯିବ ଆପଣମାନେ ଦୟାକରି ଏଠାରେ ରହନ୍ତୁନି ବୋଲି ଅନୁରୋଧ କରିଥିଲେ । ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରି ଫେରି ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons