ଆଉ ୩ ସୁସ୍ଥ, ଜଣେ ପଜିଟିଭ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟର ଆଉ ଗୋଟିଏ ଜିଲ୍ଲାକୁ ଧସେଇ ପଶିଛି କରୋନା । ଭଦ୍ରକର ପଡେ଼ାଶୀ ବାଲେଶ୍ୱର ଜିଲ୍ଲାରେ ପହଞ୍ଚିଛି କରୋନା । ଆଜି ଜିଲ୍ଲାର ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍ ଆସିଛି । ଏହାକୁ ନେଇ ଜିଲ୍ଲାରେ ଆରମ୍ଭ ହୋଇଛି ତନାଘନା । ତେବେ ଏପଟେ ରାଜ୍ୟବାସୀଙ୍କ ପାଇଁ ବି ରହିଛି ଆଶ୍ୱସ୍ତିକର ଖବର । କୋଭିଡ୍ ହସ୍ପିଟାଲରେ୍ ଚିକିତ୍ସିତ ହେଉଥିବା ୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କୁ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଛି । ଏ ୩ ଜଣ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡ଼ିଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଶୁକ୍ରବାର ରାତି ୧୨ଟା ସୁଦ୍ଧା ରାଜ୍ୟରେ ୧୦୪୨ ନମୁନା ପରୀକ୍ଷା ହୋଇଥିଲା । ଯେଉଁଥିରୁ ଗୋଟିଏ ପଜିଟିଭ୍ ଆସିଛି । ପଜିଟିଭ୍ ଆସିଥିବା ବ୍ୟକ୍ତି ଜଣେ ପୁରୁଷ । ସେ କେଉଁଠିକି ଯାଇଥିଲେ, କାହା ସହ ମିଶିଥିଲେ ଓ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ସଂପର୍କରେ ଖୋଳତାଡ ଚାଲିଛି । ବାଲେଶ୍ୱରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କୋଭିଡ୍ ଆକ୍ରାନ୍ତ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ପୂର୍ବରୁ ୯ ଜିଲ୍ଲା ଯାଜପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ,ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ଆଜି ଏ ତାଲିକାରେ ବାଲେଶ୍ୱର ସାମିଲ ହୋଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୬୧୯ଟି ନମୁନା ରାଜ୍ୟରେ ପରୀକ୍ଷା ହୋଇଛି । ତେବେ ୮୫୫୯ ଜଣଙ୍କ ନମୁନା ନେଗିଟିଭ୍ ଆସିଛି । ଜଣଙ୍କର କରୋନାରେ ଜୀବନ ଯାଇଛି । ଏବେ ସକ୍ରିୟ ସଂକ୍ରମଣଙ୍କ ସଂଖ୍ୟା ରହିଛି ୪୦ ।
ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଆକ୍ରାନ୍ତଙ୍କ ନମୁନା ଆଜି ନେଗେଟିଭ୍ ଆସିଛି । ଏ ସମସ୍ତେ ହେଉଛନ୍ତି ଭୁବନେଶ୍ୱରର । ୨୪ ଘଣ୍ଟା ମଧ୍ୟରେ ଲଗାତାର ଦୁଇଥର ନମୁନା ନେଗେଟିଭ୍ ଆସିଥିବାରୁ ଏମାନଙ୍କୁ କୋଭିଡ୍ ହସପିଟାଲରୁ ଡିସ୍ଚାର୍ଜ କରାଯାଇଛି । ପୂର୍ବରୁ ୨୧ ଜଣ ଆକ୍ରାନ୍ତ ଡିସ୍ଚାର୍ଜ ହୋଇଥିବାବେଳେ ଏବେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ତାଲିକାରେ ଆଉ ୩ ଜଣଙ୍କ ନାମ ଯୋଡିହୋଇଛି । ଏବେ ଏ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ଏ ଖବର ଏବେ ରାଜ୍ୟବାସୀଙ୍କୁ ଟିକେ ଆଶ୍ୱସ୍ତ କରିଛି ।
ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ସରକାର ଭୁବନେଶ୍ୱରରେ ସପ୍ତାହକ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ ତାହାକୁ ଆଜିଠାରୁ କାର୍ଯ୍ୟକାରୀ କରାଯାଇଛି । ଗତକାଲି ଭୁବନେଶ୍ୱରରେ ୭୮୮ ଜଣଙ୍କର କରୋନା ପରୀକ୍ଷଣ କରାଯାଇଥିଲା ବେଳେ ଆଜି ମଧ୍ୟାହ୍ନ ସୁଦ୍ଧା ୭୫୬ ଜଣଙ୍କର ପରୀକ୍ଷା କରାଯାଇଛି । ତେବେ ରାଜ୍ୟ ସରକାର କରୋନା ଲଢେ଼ଇରେ ବେଶ୍ ସଫଳତା ପାଇଛନ୍ତି ବୋଲି ଶ୍ରୀ ଧଳ ଦମ୍ଭ ବାଢ଼ିଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ ସଂପ୍ରତି କରୋନା ସମୟରେ ସ୍ୱାସ୍ଥ୍ୟ ବିଭାଗ ହିଁ ହେଉଛି ସରକାର । ଆନୁଷଙ୍ଗିକ ସମସ୍ତ ବିଭାଗ ସ୍ୱାସ୍ଥ୍ୟ ବିଭାଗକୁ ସହଯୋଗ ଯୋଗାଇବାକୁ ସେ ନିଦେ୍ର୍ଧଶ ଦେଇଥିଲେ । ଲକଡାଉନ କଟକଣାକୁ ଲୋକଙ୍କ ସମର୍ଥନ ସହ ସରକାରୀ କଳର ତ୍ୱରିତ ନିଷ୍ପତ୍ତିର ଫଳ ଆମକୁ ମିଳିଛି । ୩୩ ଦିନ ମଧ୍ୟରେ ରାଜ୍ୟରେ ୨୭ କୋଭିଡ୍ ହସପିଟାଲ ମୁଣ୍ଡ ଟେକି ଛିଡ଼ା ହୋଇପାରିଛି । ଇତିମଧ୍ୟରେ ୧ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟ ବିଭାଗ ସହ ଅନ୍ୟ କର୍ମଚାରୀଙ୍କୁ କରୋନା ମୁକାବିଲା ନେଇ ଆମେ ତାଲିମ୍ ଦେଇସାରିଛୁ । ଗତ ମାସ ୨୧ରୁ ରାଜ୍ୟରେ କରୋନା ପରୀକ୍ଷା ଆରମ୍ଭ ହୋଇଥିଲା । ୪ ଦିନରେ ଆମେ ମାତ୍ର ୨୨୬ଟି ନମୁନା ପରୀକ୍ଷା କରିବାରେ ସମର୍ଥ ହୋଇଥିଲୁ । ମାତ୍ର ଏହା ବଢ଼ି ବଢ଼ି ୪ର୍ଥ ସପ୍ତାହରେ ୫୦୭୨ରେ ପହଞ୍ଚିଛି । ଏବେ ୭ଟି ଲାବ୍ରେ କରୋନା ପରୀକ୍ଷଣ କରାଯାଉଛି ।
ଶ୍ରୀ ଧଳ କହିଛନ୍ତି, ଭୁବନେଶ୍ୱରରେ ସପ୍ତାହକରେ ୫ ହଜାର କରୋନା ପରକ୍ଷା ପାଇଁ ଆଇଏମସିଆର ୬ ହଜାର ଟେଷ୍ଟିଂ କିଟ୍ ପଠାଇଛି । ଆଜିଠାରୁ ଏ ଟେଷ୍ଟିଂ ଆରମ୍ଭ ହୋଇଛି । ରାପିଡ୍ କିଟରେ ମାତ୍ର ୧୫ ମିନିଟରେ ପଜିିଟିଭ ଜଣାପଡୁଛି । ଯାହାର ପଜିଟିଭ୍ ଆସିବ ତାଙ୍କଠାରୁ ପୁଣି ନମୁନା ସଂଗ୍ରହ କରାଯାଇ ସାନି ପରୀକ୍ଷା କରାଯିବ । ଭୁବନେଶ୍ୱରର ଏ ଅଭିଯାନ ସମଗ୍ର ଦେଶରେ ଆନୁପାତିକ ହାରରେ ଶୀର୍ଷରେ । ଦିଲ୍ଲୀରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୯୨ ଜଣଙ୍କର ନମୁନା ପରୀକ୍ଷା କରାଯାଉଥିଲା ବେଳେ ମୁମ୍ବାଇରେ ୧୮୦ । ମାତ୍ର ଭୁବନେଶ୍ୱରରେ ଏହି ହାର ୧୯୦ ଛୁଇଁଛି ।
ସବୁଠାରୁ ବଡ଼ କଥା ହେଲା ଭୁବନେଶ୍ୱରକୁ କରୋନା ହଟସ୍ପଟ ଘୋଷଣା କରାଯାଇଥିଲେ ମଧ୍ୟ ଏଯାଏ ଏଠାରେ ଗୋÂୀ ସଂକ୍ରମଣ ହୋଇନାହିଁ । ଜନସାଧାରଣଙ୍କ ସହଯୋଗରେ ଆମେ କରୋନା ଲଢେ଼ଇରେ ନିଶ୍ଚୟ ବିଜୟୀ ହେବା ବୋଲି ସରକାର ରାଜ୍ୟବାସୀଙ୍କୁ ଆଶା ଦେଖାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons