ଜଷ୍ଟିସ୍ ମହମ୍ମଦ ରଫିକ୍ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ମେଘାଳୟ ହାଇକୋର୍ଟର କାର୍ଯ୍ୟରତ ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବିରେ ନିଯୁକ୍ତି ମିଳିଛି । ଜଷ୍ଟିସ୍ ରଫିକ୍ଙ୍କ ବଦଳିକୁ ସୁପ୍ରିମ୍କୋର୍ଟର କଲେଜିୟମ୍ ଗତ ୧୮ ତାରିଖରେ ଅନୁମୋଦନ କରିଛନ୍ତି । କଲେଜିୟମ୍ଙ୍କ ନିଷ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କ ସମ୍ମତିର ମୋହର ବାଜିବା ପରେ ଏହି ଆଦେଶ କାର୍ଯ୍ୟକାରୀ ହେବ । ଓଋିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିବା ଜଷ୍ଟିସ୍ କେ.ଏସ୍. ଜାଭେରୀ ଅବସର ଗ୍ରହଣ କରିବା ପରଠାରୁ ଏହି ପଦବି ଖାଲି ପଡିଛି । ହାଇକୋର୍ଟର ବରିÂ ବିଚାରପତି କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱରେ ଅଛନ୍ତି ।
ବଦଳି ହୋଇ ଆସୁଥିବା ଜଷ୍ଟିସ୍ ମହମ୍ମଦ ରଫିକ୍ ରାଜସ୍ଥାନର ଚୁରୁ ଜିଲ୍ଲାର ସୁଜନଗଡଠାରେ ୧୯୬୦ ମେ’ ୨୫ରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହାରେ ବି.କମ୍ ଶେଷ କରିବା ପରେ ୧୯୮୪ରେ ଏଲ୍ଏଲ୍ବି ଏବଂ ୧୯୮୬ରେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ଏମ୍କମ୍ ଶେଷ କରିଥିଲେ । ୧୯୮୪ ମସିହାରେ ସେ ବାର୍ରେ ଜଣେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୮୬ ଜୁଲାଇ ୧୫ରୁ ସେ ରାଜସ୍ଥାନ ହାଇକୋର୍ଟରେ ସହକାରୀ ସରକାରୀ ଆଇନଜୀବୀ ଏବଂ ପରେ ଡେପୁଟି ସରକାରୀ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ । ୧୯୯୨ରୁ ୨୦୦୧ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଷ୍ଟାଣ୍ଡିଂ କାଉନ୍ସେଲ୍ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରିଥିଲେ । ୧୯୯୯ ଜାନୁଆରୀ ୭ରେ ରାଜସ୍ଥାନ ସରକାରଙ୍କ ପାଇଁ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ । ୨୦୦୬ ମେ’ ୧୫ ତାରିଖରେ ସେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଜଜ୍ ଭାବେ କାର୍ଯ୍ୟ କରିବା ଭିତରେ ଏହି ହାଇକୋର୍ଟରେ ସେ ଦୁଇ ଥର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ପଦବିରେ ରହି କାର୍ଯ୍ୟ ତୁଲାଇଥିଲେ । ଏହାପରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ତାଙ୍କୁ ନିଯୁକ୍ତିି ମିଳିଥିଲା । ସେ ୨୦୧୯ ନଭେମ୍ବର ୧୩ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ଜଷ୍ଟିସ୍ ରଫିକ୍ଙ୍କ ଯୋଗଦାନ ପରେ ଓଡିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୫ରେ ପହଞ୍ଚିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons