ଇନେ୍ଦାର: କରୋନା ଭାଇରସ ସଂକ୍ରମଣ ଯୋଗୁ ମଧ୍ୟପ୍ରଦେଶର ଇନେ୍ଦାରରେ ଜଣେ ପୁଲିସ ଇନ୍ସପେକ୍ଟରଙ୍କ ପ୍ରାଣହାନି ଘଟିଛି । ମୃତକ ହେଲେ ଦେବେନ୍ଦ୍ର ଚନ୍ଦ୍ରବଂଶୀ । ୪୫ ବର୍ଷୀୟ ଚନ୍ଦ୍ରବଂଶୀ ଶାଜାପୁର ଜିଲ୍ଲାର ବାସିନ୍ଦା ହୋଇଥିବାବେଳେ ଜୁନି ପୁଲିସ ଷ୍ଟେସନ୍ରେ କାର୍ଯ୍ୟରତ ଥିଲେ । କିଛି ଦିନ ତଳେ କରୋନା ପଜିଟିଭ୍ ଭାବେ ଚିହ୍ନିତ ହୋଇଥିଲେ ଚନ୍ଦ୍ରବଂଶୀ । ଏହାପରେ ଗତ ୧୯ ଦିନ ହେଲା ଅରବିନ୍ଦ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ସେଠାରେ ୧୫ ଦିନ ଧରି ଭେଣ୍ଟିଲେଟରରେ ଥିଲେ ସେ । ତେବେ ଶନିବାର ରାତି ୨ଟାରେ ତାଙ୍କର ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ଏ ସଂପର୍କରେ ହସ୍ପିଟାଲର ମୁଖ୍ୟ ଡାକ୍ତର ବିନୋଦ ଭଣ୍ଡାରୀ କହିଛନ୍ତି ଚନ୍ଦ୍ରବଂଶୀଙ୍କର ମୃତୁ୍ୟର ମୁଖ୍ୟ କାରଣ ହେଉଛି ପଲମୋନାରୀ ଏମ୍ୱୋଲିଜିମ୍ । ତାଙ୍କର ପ୍ରଥମ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲେ ମଧ୍ୟ ଏପ୍ରିଲ ୧୩ ଓ ୧୫ ତାରିଖର ରିପୋର୍ଟ ନେଗେଟିଭ୍ ଆସିଥିଲା । ରବିବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବାର ଥିଲା । କିନ୍ତୁ ତା’ ପୂର୍ବରୁ ଶନିବାର ବିଳମ୍ୱିତ ରାତିରେ ତାଙ୍କର ମୃତୁ୍ୟ ହୋଇଯାଇଛି । ସେହିପରି ଇନେ୍ଦାରର ସିଏମ୍ଏଚ୍ଓ ଡାକ୍ତର ପ୍ରବୀଣ ଜଡ଼ିଆ ଚନ୍ଦ୍ରବଂଶୀଙ୍କର ମୃତୁ୍ୟ କରୋନା ମୃତୁ୍ୟ ସଂଖ୍ୟାରେ ଗଣତି ହେବ ବୋଲି କହିଛନ୍ତି ।
ସେପଟେ ଚନ୍ଦ୍ରବଂଶୀଙ୍କ ପାର୍ଥିବ ଶରୀରକୁ ଆଜି ହସ୍ପିଟାଲରୁ ସିଧା ମୁକ୍ତିଧାମ ନିଆଯାଇଥିଲା । ସେଠାରେ ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଡିଆଇଜିଙ୍କ ସମେତ ବହୁ ବରିÂ ଅଧିକାରୀ ତାଙ୍କୁ ଶ୍ରଦ୍ଧାଳି ଜଣାଇବାକୁ ପହଞ୍ଚିଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଚନ୍ଦ୍ରବଂଶୀଙ୍କର ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ତାଙ୍କର ପତôୀଙ୍କୁ ମଧ୍ୟ ସବଇନ୍ସପେକ୍ଟର ପଦରେ ନିଯୁକ୍ତ କରାଯିବ । ସୂଚନାଥାଉ କି, ମହାରାଷ୍ଟ୍ର ପରେ ମଧ୍ୟପ୍ରଦେଶରେ ସବୁଠୁ ଅଧିକ କରୋନାଜନିତ ମୃତୁ୍ୟ ଘଟିଛି । ବିଶେଷକରି ଇନେ୍ଦାର କରୋନାର ହଟ୍ସ୍ପଟ୍ ପାଲିଛି । ସେଠାରେ ଗତ କିଛି ଦିନ ହେଲା ବହୁ ସ୍ୱାସ୍ଥ୍ୟକର୍ମୀ ଓ ପୁଲିସ ଅଧିକାରୀ କରୋନାର ଶିକାର ହୋଇଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.