ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଛୁଇଁଲା

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): କରୋନା ପଞ୍ଝାରେ ବାଲେଶ୍ୱର । ଓଡ଼ିଶାରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଯେତେ ବଢ଼ୁଛି, ଜିଲ୍ଲାରେ ପଜିଟିଭ କେସ୍ ସେତେ ନୂଆ ନୂଆ ଆସିଛି । ପ୍ରାୟ ୪୮ ଘଣ୍ଟା ମଧ୍ୟରେ ଜିଲ୍ଲାରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୩ ଛୁଇଁଛି । ଆଗାମୀ ଦିନରେ ଏହି ସଂଖ୍ୟା ବଢ଼ିବା ନେଇ ଆଶା କରାଯାଉଛି ।
ଶନିବାର ଜିଲ୍ଲାର ପ୍ରଥମ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବାଲେଶ୍ୱରର ନେଳିଆବାଗ୍ ଅଞ୍ଚଳରୁ ବାହାରିଥିଲା । ଘଟଣାକୁ ୪୮ ଘଣ୍ଟା ନପୂରୁଣୁ ଜିଲ୍ଲାରେ ଆଉ ଦୁଇ ଜଣ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଯଦିଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନି, ବେସରକାରୀ ତଥ୍ୟ ସୂଚନା ମୁତାବକ ଏହି ଆକ୍ରାନ୍ତ ଦ୍ୱୟଙ୍କ ମଧ୍ୟରୁ ଜଣଙ୍କ ଘର ବାଲେଶ୍ୱର ଷ୍ଟେସନ ପାଖ ଏକ କଲୋନୀରେ ହୋଇଥିବାବେଳେ ଅନ୍ୟ ଜଣଙ୍କ ଘର ନୀଳଗିରି ଅଞ୍ଚଳରେ ।
ଆର୍ପିଏଫ୍ କଲୋନୀର ଆକ୍ରାନ୍ତଙ୍କ ବୟସ ୩୨ ବର୍ଷ । ତାଙ୍କ ଘର ବିହାରର ନୱାଡା ଜିଲ୍ଲାର । ସେ ରେଳ ବିଭାଗରେ ଚାକିରି କରନ୍ତି । ସେ କେମିତି ଆକ୍ରାନ୍ତ ହେଲେ, କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନି । ଏହା ବ୍ୟତୀତ ତାଙ୍କ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ପ୍ରକାଶ ହେଉନି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ହେଲେ ନୀଳଗିରି ବ୍ଲକ ବରମପୁର ଥାନା ଅନ୍ତର୍ଗତ ଧମମପୁର ପଞ୍ଚାୟତ ଅଞ୍ଚଳର । ଏହି ଆକ୍ରାନ୍ତ ଜଣଙ୍କ ଅଢେ଼ଇ ବର୍ଷର ଶିଶୁକନ୍ୟା । ତାଙ୍କ ପରିବାରର ୬ଜଣ ସଦସ୍ୟ । ସେମାନଙ୍କ ମଧ୍ୟରୁ କେହି ବାହାରେ ନ ଥିବାବେଳେ ଏହି ଝିଅ ଜଣକ କେମିତି ଆକ୍ରାନ୍ତ ହେଲେ ତାହା ଏବେ ଆଲୋଚ୍ୟ ବିଷୟ ପାଲଟିଛି । ଶୁଣିବାକୁ ମିଳିଛି, ଏହି ଗ୍ରାମର କିଛି ଯୁବକ ହାଇଦ୍ରାବାଦରୁ ଆସିଛନ୍ତି । ସେମାନଙ୍କ ଦ୍ୱାରା ଏହା ସଂକ୍ରମଣ ହୋଇ ଥାଇପାରେ । ଖବର ପ୍ରଚାର ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତପôରତା ପ୍ରକାଶ ପାଇଛି । ବରହମପୁର ଆଇଆଇସି, ବିଡିଓ, ତହସିଲଦାର, ସ୍ୱାସ୍ଥ୍ୟ କର୍ମୀ ପହଞ୍ଚି ଗାଁକୁ ସିଲ୍ କରିଛନ୍ତି ।
ଅପରପକ୍ଷରେ ଜିଲ୍ଲାରେ ତିନିଟି କୋଭିଡ୍-୧୯ ପଜିଟିଭ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ସମସ୍ତ ପ୍ରାଶାସନିକ ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ପୂର୍ବରୁ ନେଳିଆବାଗ୍କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏବେ ଭାସ୍କାରଗଞ୍ଜ, ନୀଳଗିରିର ଧମମପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯିବ କି ନାହିଁ ସେନେଇ ବିଚାର ବିମର୍ଶ ଚାଲିଛି । ଏସ୍ଓପି ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁÂାନ ନିଆଯିବ ବୋଲି ଜଣେ ବରିÂ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons