ପୂର୍ବତନ ନଗର ବିଜେଡି ସଭାପତି ଗିରଫ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ସୋସିଆଲ୍ ମିଡିଆରେ ସମାଲୋଚନା କରିବା ମହାଙ୍ଗା ପଡ଼ିଛି । ଆଉ ଶେଷରେ ଏଥିପାଇଁ ଗିରଫ ହୋଇଛନ୍ତି ପୂର୍ବତନ ନଗର ବିଜେଡି ସଭାପତି ଶ୍ରୀକାନ୍ତ ପଣ୍ଡା । ଏ ସମ୍ପର୍କରେ ଟାଉନ ଥାନା ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି । ପୁଲିସ ସୂଚନା ଅନୁସାରେ ପୂର୍ବତନ ନଗର ବିଜେଡି ସଭାପତି ଶ୍ରୀ ପଣ୍ଡା ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରସଙ୍ଗ ଉପରେ ଆପତ୍ତିଜନକ ପୋଷ୍ଟ୍ କରୁଥିଲେ । ଏ ସଂକ୍ରାନ୍ତରେ ଭଗବାନପୁରର ନୀଳମଣି ଜେନା କେନ୍ଦ୍ରାପଡ଼ା ଟାଉନ୍ ଥାନାେରେ ଏତଲା ଦେଇଥିଲେ । ଏନେଇ ପୁଲିସ ଏପିଡେମିକ୍ ଡିଜିଜ୍ ଆକ୍ଟ ୧୮୯୭ର ଦଫା ୩, ଡିଜାଷ୍ଟର୍ ମ୍ୟାନେଜ୍ମେଣ୍ଟ ଆକ୍ଟ ୨୦୦୫ର ଦଫା ୫୧(ଖ), ଆଇଟି ଆକ୍ଟ ଦଫା ୬୬(ଏଫ୍) ଓ ଆଇପିସିର ୫୦୧, ୫୦୪ ଦଫାରେ ମାମଲା ରୁଜୁ କରି ଶ୍ରୀ ପଣ୍ଡାଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons