ବିଶ୍ୱରେ ସଂକ୍ରମିତ ସଂଖ୍ୟା ୨୫ ଲକ୍ଷ ପାର୍

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ଭାଇରସ୍ (କୋଭିଡ-୧୯) ମହାମାରୀ ତାର କାୟା କ୍ରମାଗତ ଭାବେ ମେଲାଇଚାଲିଛି । ବିଶ୍ୱର ୨୧୦ଟି ଦେଶରେ ଏପର୍ଯ୍ୟନ୍ତ ୨୫ଲକ୍ଷ ୧୦ ହଜାର ୫୯୫ରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇସାରିଲେଣି । ୧ଲକ୍ଷ ୭୨ ହଜାର ୭୮୮ରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ଗଲାଣି । ଅନ୍ୟପକ୍ଷରେ କରୋନା ମହାମାରୀକୁ ମାତ୍ ଦେଇ ପ୍ରାୟ ୬ ଲକ୍ଷ ୬୦ ହଜାର ଲୋକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।
ଗତକାଲି ଗୋଟିଏ ଦିନରେ ସମଗ୍ର ବିଶ୍ୱରେ ୭୩ ହଜାର ୯୨୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୫ ହଜାର ୩୬୬ ଜଣଙ୍କର ମୃତୁ୍ୟ ଘଟିଥିଲା । ବିଶ୍ୱରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୯୪ ହଜାର ୨୯୭ରେ ପହଞ୍ଚôଥିଲା ବେଳେ ମୃତୁ୍ୟସଂଖ୍ୟା ୪୨ ହଜାର ୫୬୪ ଛୁଇଁଛି । ଗତ ୨୪ ଘଣ୍ଟାରେ ଏଠାରେ ୨୮ ହଜାର ୧୨୩ ନୂଆ ରୋଗୀ ଚିହ୍ନଟ ହୋଇଥିଲା ବେଳେ ୧ ହଜାର ୯୩୯ ଜଣଙ୍କ ଜୀବନ ଯାଇଛି । କରୋନା କହର ଯୋଗୁ ଦେଶରେ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ନାଗରିକଙ୍କ ଚାକିରି ବଞ୍ଚାଇବା ଲାଗି ବିଦେଶୀ ନାଗରିକଙ୍କ ପ୍ରବାସନକୁ ଅସ୍ଥାୟୀ ଭାବେ ବନ୍ଦ କରିଦେବେ । ଏଠାରେ ୧ କୋଟି ୬୮ ଲକ୍ଷ ଲୋକ ଚାକିରି ହରାଇ ବେକାରୀ ହୋଇଯାଇଛନ୍ତି । ଆମେରିକା ତଳକୁ ସଂକ୍ରମଣ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ସ୍ପେନ । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୪ ହଜାର ୧୭୮କୁ ବୃଦ୍ଧି ପାଇଥିଲା ବେଳେ ୨୧ ହଜାର ୨୮୨ ଜଣଙ୍କର ପ୍ରାଣହାନି ଘଟିଲାଣି । ମଙ୍ଗଳବାର ଏଠାରେ ୪୩୦ ଜଣଙ୍କର ମୃତୁ୍ୟ ହୋଇଛି । ଗତକାଲି ୪୦୦ ଜଣ ପ୍ରାଣ ହରାଇଥିଲେ ।
ସେପଟେ ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ତୁର୍କୀ ଓ ଇରାନରେ ସଂକ୍ରମଣ ସଂଖ୍ୟା ଲଗାତାର ବଢ଼ି ଚାଲିଛି । ଇଟାଲୀରେ ଏପର୍ଯ୍ୟନ୍ତ ୧ ଲକ୍ଷ ୮୧ ହଜାର ୨୨୮ ଜଣ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା ବେଳେ ମୃତୁ୍ୟସଂଖ୍ୟା ୨୪ ହଜାର ୧୧୪ରେ ପହଞ୍ଚôଛି । ମୃତୁ୍ୟସଂଖ୍ୟାରେ ଏହା ଆମେରିକା ତଳକୁ ଦ୍ୱିତୀୟ ସ୍ଥାନରେ ରହିଛି । ଗତକାଲି ଏଠାରେ ୪୫୪ ଜଣଙ୍କର ମୃତୁ୍ୟ ଘଟିଥିଲା । ତେବେ କିଛିଦିନ ହେଲା ଇଟାଲୀରେ ଉଭୟ ସଂକ୍ରମଣ ଓ ମୃତୁ୍ୟସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେହିଭଳି ଫ୍ରାନ୍ସରେ ଏପର୍ଯ୍ୟନ୍ତ ୧ ଲକ୍ଷ ୫୫ ହଜାର ୩୮୩ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେଠାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୦ ହଜାର ୨୬୫ରେ ପହଞ୍ଚôଛି । ଗତକାଲି ଏଠାରେ ୫୪୭ ଜଣ ପ୍ରାଣ ହରାଇଥିଲେ । ସର୍ବାଧିକ ମୃତୁ୍ୟ ତାଲିକାରେ ଫ୍ରାନ୍ସ ଚତୁର୍ଥରେ ରହିଛି । ଦେଶରେ ଲକ୍ଡାଉନ ବିରୋଧୀ ସ୍ୱର ଆରମ୍ଭ ହୋଇଗଲାଣି । ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସାମାଜିକ ଦୂରତା ବଜାୟ ରଖିବା ସମୟକୁ ମେ ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଜର୍ମାନୀରେ ମଧ୍ୟ ରୋଗ ସଂକ୍ରମଣ ବ୍ୟାପିବାରେ ଲାଗିଛି । ସେଠାରେ ଏପର୍ଯ୍ୟନ୍ତ ୧ ଲକ୍ଷ ୪୭ ହଜାର ୫୯୩ ଜଣ ସଂକ୍ରମିତ ହୋଇଛନ୍ତି । ମୃତୁ୍ୟସଂଖ୍ୟା ୪ ହଜାର ୮୬୯ରେ ପହଞ୍ଚôଛି ।
ବ୍ରିଟେନରେ ପରିସ୍ଥିତି କ୍ରମାଗତ ଅଣାୟତ୍ତ ହେବାରେ ଲାଗିଛି । ସେଠାରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୭୪୩ରେ ପହଞ୍ଚôଥିଲା ବେଳେ ମୃତୁ୍ୟସଂଖ୍ୟା ୧୬ ହଜାର ୫୦୯ ଅତିକ୍ରମ କରିଛି । ଗତକାଲି ବ୍ରିଟେନରେ ୪ ହଜାର ୬୭୬ ଜଣ ନୂଆ କରୋନା ମାମଲା ସାମ୍ନାକୁ ଆସିଥିଲା ବେଳେ ୪୪୯ ଜଣଙ୍କର ମୃତୁ୍ୟ ଘଟିଥିଲା । ସେପଟେ କିନ୍ତୁ ମହାରାଣୀ ଦ୍ୱିତୀୟ ଏଲିଜାବେଥ ଆଜି ତାଙ୍କର ୯୪ତମ ଜନ୍ମଦିନ ପାଳନ କରିଛନ୍ତି । ଜନ୍ମଦିନ ପାଳନ ବେଳେ ସାମାଜିକ ଦୂରତା ବଜାୟ ରଖାଯାଇଥିଲା । ତାଙ୍କର ୬୮ ବର୍ଷର ଶାସନ କାଳ ଭିତରେ ପ୍ରଥମଥର ପାଇଁ ଜନ୍ମଦିନରେ ମହାରାଣୀଙ୍କୁ ତୋପ ସଲାମୀ ଦିଆଯାଇ ନଥିଲା । ଅନ୍ୟପକ୍ଷରେ ତୁର୍କୀରେ ସଂକ୍ରମିତ ସଂଖ୍ୟା ୯୦ ହଜାର ୯୮୦ ହୋଇଥିଲା ବେଳେ ମୃତୁ୍ୟସଂଖ୍ୟା ୨ ହଜାର ୧୪୦ରେ ପହଞ୍ଚôଛି । ଇରାନରେ ମଧ୍ୟ ୮୪ ହଜାର ୮୦୨ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ଏଠାରେ ମୃତୁ୍ୟସଂଖ୍ୟା ୫ ହଜାର ୨୯୭ରେ ପହଞ୍ଚôଛି । କିନ୍ତୁ ଚୀନ୍ରୁ କରୋନା ଭାଇରସ୍ ଉପôତ୍ତି ହୋଇଥିଲେ ମଧ୍ୟ ସଂକ୍ରମଣ ତାଲିକାରେ ଏହା ନବମ ସ୍ଥାନରେ ରହିଛି । ସେଠାରେ ଏପର୍ଯ୍ୟନ୍ତ ୮୨ ହଜାର ୭୫୮ ଜଣ ସଂକ୍ରମିତ ହୋଇଛନ୍ତି । ମୃତୁ୍ୟସଂଖ୍ୟା ୪ ହଜାର ୬୩୨ରେ ସୀମିତ ରହିଛି । ଚୀନ୍ରେ ଆଜି ୧୧ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେଥିରୁ ୪ଟି ମାମଲା ବାହାରୁ ଆସିଥିଲା ବେଳେ ଅନ୍ୟ ୭ଟି ଘରୋଇ ସଂକ୍ରମଣ ଭାବେ ଚିହ୍ନଟ କରଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons