କରୋନା ଅାଁରେ ବିଶ୍ୱ ତୈଳ ବଜାର:‘ଶୂନ’ ତଳକୁ ଖସିଗଲା ଦର

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ଭୂତାଣୁ (କୋଭିଡ-୧୯) କବଳରେ ଫସିଛି ବିଶ୍ୱ ତୈଳ ବଜାର । ଅଶୋଧିତ ତୈଳ ଦର ଐତିହାସିକ ନିମ୍ନ ସ୍ତରକୁ ଖସିଆସିଛି । ଆମେରିକା ତୈଳ ବଜାରକୁ ସର୍ବାଧିକ ପ୍ରଭାବିତ କରିଛି ଏହି ମହାମାରୀ ।
ୱେଷ୍ଟ ଟେକ୍ସାସ ଇଣ୍ଟର୍ମିଡିଏଟ୍(ଡବ୍ଲୁ୍ୟଟିଆଇ)ର ଫୁ୍ୟଚର୍ ପ୍ରାଇସ୍ ପ୍ରଥମ ଥର ପାଇଁ ନେଗେଟିଭ୍ ଜୋନରେ ପହଞ୍ଚିଛି । ସୋମବାର ବ୍ୟାରେଲ ପିଛା ଏହା -୩୭.୬୩ ଡଲାରକୁ ଖସିଆସିଥିଲା । ତେବେ ମଙ୍ଗଳବାର ଏଥିରେ ସାମାନ୍ୟ ସୁଧାର ଦେଖାଦେଇଛି । ବ୍ୟାରେଲ ପିଛା ଏହା ୧.୧୦ ଡଲାରକୁ ବଢ଼ିଛି । ଦର ନେଗେଟିଭ୍ ଜୋନ୍କୁ ଆସିବା ଅର୍ଥ ଉପôାଦନକାରୀ ଟଙ୍କା ନେବା ବଦଳରେ ଟଙ୍କା ଦେଇ ଗ୍ରାହକଙ୍କୁ ଅଶୋଧିତ ତୈଳ ଦେବେ ।
୧୯୮୩ ପରେ ପ୍ରଥମ ଥର ପାଇଁ ସୋମବାର ତେଲର ଫୁ୍ୟଚର ପ୍ରାଇସ୍ ନେଭେଟିଭ୍ ସ୍ତରକୁ ଖସିଛି । ସମଗ୍ର ବିଶ୍ୱ ଏବେ କରୋନାର ତାଣ୍ଡବଲୀଳା ମଧ୍ୟରେ ମୁହଁ ମାଡ଼ି ପଡିଛି । ଅର୍ଥନୈତିକ କାରବାର ପ୍ରଭାବିତ ହେବା ସହ ତୈଳ ଚାହିଦା ଭୟଙ୍କର ଭାବେ ସଙ୍କୁଚିତ ହୋଇଛି । ଏପଟେ ଚାହିଦା ହ୍ରାସ, ଅନ୍ୟପଟେ ଅନାବଶ୍ୟକ ଯୋଗାଣ । ଏଭଳି ସ୍ଥିତିରେ ଅଶୋଧିତ ତୈଳ ଦର ନେଗେଟିଭ୍ ଜୋନ୍କୁ ଆସିବା ସ୍ୱାଭାବିକ ବୋଲି କହିଛନ୍ତି ବଜାର ବିଶେଷଜ୍ଞ । ଚିନ୍ତାର ବିଷୟ ହେଉଛି ଅତିରିକ୍ତ ଉପôାଦନ ଯୋଗୁ ତେଲ ରଖିବାକୁ ଜାଗାର ଅଭାବ ସୃଷ୍ଟି ହୋଇଛି ।
୧୯୮୩ରେ ନୁ୍ୟୟର୍କ ମର୍କାଣ୍ଟାଇଲ୍ ଏକ୍ସଚେଞ୍ଜ୍ ତେଲର ଫୁ୍ୟଚର୍ ଟ୍ରେଡିଂ ଆରମ୍ଭ କରିଥିଲା । ସେବେଠାରୁ ବର୍ତ୍ତମାନ ମଧ୍ୟରେ ପ୍ରଥମ ଥର ପାଇଁ ତେଲ ଦର ‘ଶୂନ’ ତଳକୁ ଖସିଛି । ଏହା ଏଭଳି ସ୍ଥିତି, ଯାହାର କେବେ କଳ୍ପନା କରାଯାଇ ନ ଥିଲା ।
ତୈଳ ଦର ମୁଖ୍ୟତଃ ୩ଟି ବିଷୟ ଉପରେ ନିର୍ଭର କରିଥାଏ । ଚାହିଦା, ଯୋଗାଣ ଏବଂ କ୍ୱାଲିଟି ବା ମାନ । କରୋନା ଭାଇରସ୍ କାରଣରୁ ବିଶ୍ୱର ଅନେକ ସ୍ଥାନରେ ଲକ୍ଡାଉନ୍ ଚାଲିଛି । ଅଧିକାଂଶ ଗାଡ଼ିର ଚକା ବନ୍ଦ । ଫଳରେ ତେଲର ଚାହିଦା ଅନେକାଂଶରେ ହ୍ରାସ ପାଇଛି । ଚାହିଦା ନ ଥିବାବେଳେ ଅତିରିକ୍ତ ଯୋଗାଣ ଯୋଗୁ ତେଲକୁ ରଖିବା ପାଇଁ ଉପôାଦନକାରୀଙ୍କ ପାଖରେ ସ୍ଥାନର ଅଭାବ ରହିଛି । ତେଣୁ ଶସ୍ତାରେ ଷ୍ଟକ୍ ଖସାଇବା ପାଇଁ ଚାହୁଁଛନ୍ତି ଉପôାଦନକାରୀ । ଅତିରିକ୍ତ ଯୋଗାଣ ସମୟରେ ନେଗେଟିଭ୍ ପ୍ରାଇସ୍ର ଅର୍ଥ ଉପôାଦନକାରୀ ଏବେ ଫୁ୍ୟଚର ଟ୍ରେଡରମାନଙ୍କୁ ତେଲ ନେବା ପାଇଁ ଓଲଟା ପଇସା ଦେବେ ।
ଫୁ୍ୟଚର୍ କାରବାରରେ ଟ୍ରେଡର ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚୁକ୍ତି କରିଥାଏ । ଏଥିରେ ଏକକାଳୀନ ପେମେଣ୍ଟ କରାଯାଇ ନ ଥାଏ ବରଂ ଭବିଷ୍ୟତରେ କୌଣସି ତାରିଖକୁ ଏକ୍ସପାଏରି ଡେଟ୍ ଭାବେ ଧାର୍ଯ୍ୟ କରାଯାଏ । ଏକ୍ସପାଏରି ଡେଟ୍ ଆସିବା ଯାଏ ଟ୍ରେଡର୍କୁ ନିଜର ଚୁକ୍ତିକୁ ସମ୍ପୂର୍ଣ୍ଣ କରିବାକୁ ପଡ଼ିଥାଏ । ଏବେ ଡବ୍ଲୁ୍ୟଟିଆଇ ଦର ନେଗେଟିଭ୍ ଅଛି । ଏହା ମେ’ ମାସ ପାଇଁ ଉଦ୍ଧିଷ୍ଟ । କୌଣସି ସାମଗ୍ରୀ ଯେପରି ଅଶୋଧିତ ତୈଳ, ସୁନା କିମ୍ବା ଅନ୍ୟ କୌଣସି ସାମଗ୍ରୀକୁ ବିକ୍ରି କରିବା ପାଇଁ ଭବିଷ୍ୟତର କୌଣସି ତାରିଖ ନିର୍ଦ୍ଧାରଣ କରିବାର ଚୁକ୍ତିକୁ ଫୁ୍ୟଚର କଣ୍ଟ୍ରାକ୍ଟ କୁହାଯାଇଥାଏ । ଆମେରିକାରେ ଅଶୋଧିତ ତୈଳର ଫୁ୍ୟଚର ଟ୍ରେଡିଂ ନୁ୍ୟୟର୍କ ମର୍କାଣ୍ଟାଇଲ୍ ଏକ୍ସଚେଞ୍ଜ(ଏମ୍ସିଏକ୍ସ) ଜରିଆରେ ହୋଇଥାଏ । ମେ’ ମାସର ଡେଲିଭରି ପାଇଁ ଚୁକ୍ତିର ଅନ୍ତିମ ଦିନ ଏପ୍ରିଲ ୨୧ ରହିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons