୧ ହଜାରରୁ ଊଦ୍ଧ୍ୱର୍ ଏଲପିଜି ବିତରକଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ୧ ହଜାରରୁ ଊଦ୍ଧ୍ୱର୍ ଏଲପିଜି ବିତରକଙ୍କ ସହ ଆଲୋଚନା କରିବା ବେଳେ ଗରିବଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ଅଧିକରୁ ଅଧିକ ଉଜ୍ଜ୍ୱଳା ରିଫିଲ୍ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଲକ୍ ଡାଉନ୍ ସମୟରେ ଘରେ ଘରେ ଏଲପିଜି ସିଲିଣ୍ଡର ଯୋଗାଣ କାର୍ଯ୍ୟକୁ ନିଶ୍ଚିତ କରିଥିବାରୁ ଏଲପିଜି ଡେଲିଭରି ବୟ ଏବଂ ବିତରକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଶ୍ରୀ ପ୍ରଧାନ । ଏହି ଅବରରେ ଶ୍ରୀ ପ୍ରଧାନ ଡେଲିଭରି ବୟଙ୍କୁ ବର୍ତ୍ତମାନ ସମୟରେ ଆଗଧାଡ଼ିର ଯୋଦ୍ଧା ସହ ତୁଳନା କରିଛନ୍ତି । ସେ କହିଛନ୍ତି ଯେ କରୋନା ମହାମାରୀ ତଥା ଲକ୍ ଡାଉନ ପାଇଁ କେନ୍ଦ୍ର ସରକାର ଗରିବ ପରିବାରକୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାରେ ହିତାଧିକାରୀମାନଙ୍କୁ ମାଗଣାରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ଗ୍ୟାସ ପହଁଚାଇବା କାମକୁ ସଠିକ୍ ଭାବରେ କରିବା ନେଇ ଶ୍ରୀ ପ୍ରଧାନ ଗରୁତ୍ୱାରୋପ କରିଥିଲେ ।
ଆଲୋଚନା କାଳରେ ଶ୍ରୀ ପ୍ରଧାନ ଏଲପିଜି ବିତରକ ତଥା କର୍ମଚାରୀ ଓ ଡେଲିଭରି ବୟଙ୍କୁ କରୋନା ଭାଇସରୁ ରକ୍ଷା ନିମନ୍ତେ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ଏଲପିଜି ସିଲିଣ୍ଡର ନେଣଦେଣ ସମୟରେ ମଧ୍ୟ ସ୍ୱଚ୍ଛତା ଓ ଉପଭୋକ୍ତାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ପ୍ରଧାନ ବିତରକମାନଙ୍କୁ କହିଥିଲେ ।
ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଡେଲିଭରି ବୟଙ୍କୁ ଫେସ୍ ମାସ୍କର ବ୍ୟବହାର, ଆରୋଗ୍ୟ ସେତୁ ଆପ୍, ହାତକୁ ସଫା କରିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ବିଷୟରେ ସଚେତନତା କରିବା ସହ ଡେଲିଭରି ସମୟରେ ମଧ୍ୟ ଉପରୋକ୍ତାଙ୍କୁ ସଚେତନ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଚାରବିମର୍ଷ କରିଥିଲେ ।
ଶ୍ରୀ ପ୍ରଧାନ କରୋନା ସଂକ୍ରମଣର ବିପଦକୁ କମ୍ କରିବା ପାଇଁ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୂରତା, ସ୍ୱଚ୍ଛତା କାର୍ଯ୍ୟକୁ ଜାରୀ ରଖିବାକୁ ବିତରକମାନଙ୍କୁ ଆହ୍ୱାନ କରିଥିଲେ । ଏହାସହ ଆଗଧାଡିର ଏଲପିଜି ଯୋଦ୍ଧାମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା ସହ ସେମାନଙ୍କର ଯତ୍ନ ନେବାକୁ ଶ୍ରୀ ପ୍ରଧାନ ବିତରକମାନଙ୍କୁ ଏହି ଆଲୋଚନାରେ ଆହ୍ୱାନ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons