ଡିଜିଙ୍କ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ପରିଦର୍ଶନ

Get real time updates directly on you device, subscribe now.

ଜଳେଶ୍ୱର,(ବି.ବି.ନୁ୍ୟଜ୍): ରାଜ୍ୟରେ ୭୮ କରୋନା ପଜିଟିଭ୍ ମଧ୍ୟରୁ ଏକତୃତୀୟାଂଶରୁ ଅଧିକ (୨୯)ଟି ପଶ୍ଚିମବଙ୍ଗ ଲିଙ୍କ୍ ଜଣାଯିବା ପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି । ମଙ୍ଗଳବାର ୧୨ଟା ୪୫ରେ ରାଜ୍ୟ ପୁଲିସ୍ ମହାନିଦେ୍ର୍ଧଶକ ଅଭୟ ରାଜ୍ୟର ଉତ୍ତର ସୀମାରେ ଥିବା ରାସ୍ତାଗୁଡ଼ିକରେ ହୋଇଥିବା ସିଲ୍ ଏବଂ ସ୍ଥାନୀୟ ପୁଲିସ୍ ପ୍ରଶାସନ ସହ ଏ ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ସରକାର ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାସ୍ତାକୁ ସିଲ୍ କରିବା ନିଦେ୍ର୍ଧଶ ଦେଇଥିବା ବେଳେ ମୁଖ୍ୟ ରାସ୍ତାଗୁଡ଼ିକ ସିଲ୍ ହୋଇଥିଲେ ମଧ୍ୟ କେତେକ ଗ୍ରାମ୍ୟ ରାସ୍ତାରେ ବହୁ ଗାଡ଼ି ଯାତାୟାତ କରିଥିବା ଏବେ ଜାଣିବାକୁ ମିଳିଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ମାର୍ଚ୍ଚ ୨୮ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ସମସ୍ତ ରାସ୍ତାଗୁଡ଼ିକୁ ସିଲ କରାଯାଇଥିଲା । ୨୯ ତାରିଖ ଜିଲ୍ଲାପାଳ ଏ ସବୁ ପରିଦର୍ଶନ କରି ଫେରିଥିଲେ ମଧ୍ୟ ବହୁ ସଂଖ୍ୟାରେ ଗାଡ଼ି ପଶ୍ଚିମବଙ୍ଗରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏସବୁ ସମ୍ପର୍କରେ ତଥ୍ୟ ମିଳିବା ପରେ ମଙ୍ଗଳବାର ପୁଲିସ୍ ମହାନିଦେ୍ର୍ଧଶକ ଅଭୟ ଜଳେଶ୍ୱର ଶାନ୍ତିଆ ହ୍ୟାଲିପ୍ୟାଡ୍ଠାରେ ଅବତରଣ କରି ୬୦ ନମ୍ବର ଜାତୀୟ ରାଜପଥର ଟୋଲ ପ୍ଲାଜା ନିକଟରେ ଥିବା ଜଳେଶ୍ୱର ପୁଲିସ୍ ଅସ୍ଥାୟୀ ଗେଟ୍ ନିକଟକୁ ଆସିଥିଲେ । ସେଠାରେ ସେ କେତେକ ପଦସ୍ଥ କର୍ମକର୍ତ୍ତା ସହ ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଘଟଣାସ୍ଥଳରେ କେତେକ ସାମ୍ବାଦିକ ଓ ପୁଲିସ୍ କର୍ମକର୍ତ୍ତାଙ୍କୁ ବାଲେଶ୍ୱରର ସ୍ଥିତି ଗମ୍ଭୀର ଥିଲେ ମଧ୍ୟ ନିୟନ୍ତ୍ରଣରେ ରହିଥିବା ପ୍ରକାଶ କରିଥିଲେ । ପ୍ରଶାସନ, ପୁଲିସ୍ ଓ ମିଡିଆ କର୍ତ୍ତବ୍ୟ କରି ଚାଲିଛନ୍ତି । ଆଗକୁ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ତାଙ୍କ ସହିତ ଅତିରିକ୍ତ ପୁଲିସ୍ ମହାନିଦେ୍ର୍ଧଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ, ଏସପି ବି ଯୁଗଳ କିଶୋର, ଏସ୍ଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ଧନେଶ୍ୱର ସାହୁ, ରାଇବଣିଆ ଓଆଇସି ଅଜୟ ମୁର୍ମୁ, ସେଠାରେ କାର୍ଯ୍ୟରତ ପ୍ରବେସନାରୀ ଡିଏସପି ଅଭିଷେକ ପାଣିଗ୍ରାହୀ, ସ୍ୱରାଜ ଦେବତା ଓ ଅଞ୍ଜନା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ । ସେଠାରୁ ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ନିକଟରେ ଥିବା ଅନ୍ୟ ଏକ ଗେଟ୍ ସମ୍ପର୍କରେ ବୁଲି ଦେଖିଥିଲେ । ସେଠାରୁ ଶ୍ରୀ ଅଭୟ ହ୍ୟାଲିପ୍ୟାଡ୍କୁ ଫେରି ଆସି ବାରିପଦା ଅଭିମୁଖେ ଯାତ୍ରା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons