ଜୁମ୍ ଆପରେ ପାଠ ପଢ଼ିବା ବେଳେ ଚାଲିଲା ପର୍ଣ୍ଣ ଭିଡିଓ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜୁମ୍ ଆପକୁ ନେଇ ବିପଦ ବଢ଼ିଚାଲିଛି। ଭାରତ ସରକାର ଏହି ଭିଡିଓ କନଫରେନସିଂ ଆପ୍ ଉପରେ କଟକଣା ଲଗାଇବା ପରେ ଦେଶରେ ଜୁମ୍ ଆପକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି। ଚଣ୍ଡିଗଡରେ ଗୋଟିଏ ସ୍କୁଲର ଛାତ୍ରଛାତ୍ରୀ ମିଳିତ ଭାବରେ ଭିଡିଓ କନଫରେନସିଂ ଜରିଆରେ ବିଜ୍ଞାନ ପଢ଼ୁଥିଲେ। ଏହି ସମୟରେ ହଠାତ୍ ସ୍କ୍ରିନରେ ପର୍ଣ୍ଣ ଭିଡିଓ ଚାଲିଥିବା ଅଭିଯୋଗ ହୋଇଛି। ଟେକ୍ନୋଲଜି ଭାଷାରେ ଏହା ହ୍ୟାକିଂ। ଏଭଳି କାମ ହ୍ୟାକରଙ୍କର। ଏପରି କାମ ଚୋରି, ହତ୍ୟା ଆଦି ମାମଲା ସହିତ ସମାନ।
୧୮ ଏପ୍ରିଲରେ ଏଭଳି ହୋଇଥିବା ଅଭିଯୋଗ ହୋଇଛି। ଚଣ୍ଡିଗଡ଼ର ଏହି ସ୍କୁଲରେ ଜୁମ୍ ଆପ ଜରିଆରେ ସ୍କୁଲର ଶିକ୍ଷକ ଅନଲାଇନ୍ ଜରିଆରେ ୧୦ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଅଡିଓ-ଭିଡିଓ ମାଧ୍ୟମରେ ବିଜ୍ଞାନ ପଢ଼ାଉଥିଲେ। ରିପ୍ରଡକ୍ସନ ଉପରେ ଶିକ୍ଷକ ଜଣଙ୍କ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ବେଳେ ହଠାତ୍ ସ୍କିନରେ ପର୍ଣ୍ଣ ଭିଡିଓ ଚାଲିଥିଲା। ଏହି ସମୟରେ ଅଭିଭାବକମାନେ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି। ଜୁମ୍ ଆପ୍ ବାବଦରେ ସୃପୃକ୍ତ ଶିକ୍ଷକଙ୍କର ସେତେଟା ଅବଗତ ନଥିଲେ। ତେଣୁ ପାଞ୍ଚ ମିନିଟରୁ ଅଧିକ ସମୟ ଧରି ପର୍ଣ୍ଣ ଭିଡିଓ ଚାଲିଥିବା ଜଣାପଡ଼ିଛି। ପ୍ରାଥମିକ ଭାବରେ ସ୍କୁଲର ମ୍ୟାନେଜମେଣ୍ଟ ଭାବିଥିଲେ ଏହା ସ୍କୁଲ ଛାତ୍ରଛାତ୍ରୀଙ୍କ କାମ ହୋଇଥିବ। ହେଲେ ସ୍କୁଲର ପରିଚାଳନା ବୋର୍ଡ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ସାଇବର ପୁଲିସ ଆସି ତଦନ୍ତ କରିଥିଲା। ଏହାପରେ ଜଣାପଡ଼ିଥିଲା ଏଭଳି କାମ ହ୍ୟାକରଙ୍କର।ସୂଚନାଯୋଗ୍ୟ, ଏହା ପୂର୍ବରୁ ରବିବାର ସମାନ ଅଭିଯୋଗ ଆସିଥିଲା ଗୁଜରାଟରୁ। ଜୁମ୍ ଆପରେ ଭିଡିଓ କନଫରେନସିଂ ଜରିଆରେ ପାଠ ପଢ଼ୁଥିବା ବେଳେ ସ୍କ୍ରିନରେ ଅଶ୍ଳୀଳ ଭିଡିଓ ଚାଲିଥିବା ଅଭିଯୋଗ କରିଥିଲେ ଗୁଜରାଟ ଅହମଦାବାଦର ଜଣେ ଛାତ୍ରୀ। ସେ ଗୁଜରାଟର ନିର୍ମା ବିଶ୍ୱବିଦ୍ୟାଳୟର ଛାତ୍ରୀ।
ଏ ନେଇ ସେ ଜାତୀୟ ମହିଳା ଆୟୋଗଙ୍କ ନିକଟରେ ଛାତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ। ଏହାପରେ ଅଭିଯୋଗକୁ ଗୁରୁତର ସହ ନେଇଛନ୍ତି ମହିଳା କମିଶନ। ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଗୁଜରାଟ ପୁଲିସକୁ ନିର୍ଦ୍ଦେଶ ଦେଇଛି ମହିଳା କମିଶନ ଆୟୋଗ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons