୬୪ ପୁଲିସ କର୍ମୀ କରୋନାରେ ଆକ୍ରାନ୍ତ

Get real time updates directly on you device, subscribe now.

ମୁମ୍ୱାଇ: କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ। ଡାକ୍ତରଙ୍କ ପରେ ପୁଲିସ ଏବେ କରୋନାରେ ଆକ୍ରାନ୍ତ। ମହାରାଷ୍ଟ୍ରରେ ସର୍ବାଧିକ ପୁଲିସ ଏବେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମୋଟ୍ ୬୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୧୨ ଜଣ ପୁଲିସ ଅଧିକାରୀ ଓ ୫୨ ଜଣ ପୁଲିସ କନେଷ୍ଟବଳ ରହିଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ମୁମ୍ୱାଇରୁ କେବଳ ୩୪ ଜଣ ପୁଲିସ କର୍ମୀ ରହିଛନ୍ତି।ଆକ୍ରାନ୍ତଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାରୀ ବାସଭବନରେ ନିୟୋଜିତ ପୁଲିସ ଅଧିକାରୀ ମଧ୍ୟ ସାମିଲ୍ ଥିଲେ। ମହିଳା ପୁଲିସ କର୍ମୀ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସାଙ୍ଗରେ ନିୟୋଜିତ ଥିବା ଅନ୍ୟ ୬ ଜଣ ପୁଲିସ କର୍ମୀଙ୍କୁ ମଧ୍ୟ ଏକାନ୍ତବାସରେ ରଖାଯାଇଛି। ମହାରାଷ୍ଟ୍ରରେ ୫୪୮୧ ଜଣ ଏଯାବତ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୫୧ ଜଣଙ୍କର ମୃତ୍ୟୁ ଘଟିଛି।
ଦେଶରେ ଏହି ମହାମାରୀରେ ୬୪୦ ଜଣଙ୍କର ମୃତ୍ୟୁ ଘଟିଛି। ୧୫,୪୭୪ ଜଣ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆକ୍ରାନ୍ତଙ୍କ ମଧ୍ୟରେ ୭୭ ଜଣ ବିଦେଶୀ କରୋନା ଆକ୍ରାନ୍ତ ରହିଛନ୍ତି। ୨୪ ଘଣ୍ଟା ମଧ୍ୟରେ ୬୪୦ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ମୋଟ୍ ୩୮୬୯ ଜଣ ଡିସଚାର୍ଜ ହୋଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons