ଉଚ୍ଚପ୍ରାଥମିକ ଶ୍ରେଣୀ ପାଇଁ ନୂଆ ଏକାଡେମିକ୍ କ୍ୟାଲେଣ୍ଡର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୋଭିଡ୍-୧୯ ପାଇଁ ହୋଇଥିବା ଲକ୍ଡାଉନ୍ରେ ପିଲାମାନେ ଘରେ ରହି ନିଜକୁ ଶିକ୍ଷାରେ ନିୟୋଜିତ କରିବେ । ଏଥିପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ (ଏମ୍ଏଚ୍ଆର୍ଡି) ପକ୍ଷରୁ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ନୂଆ ଏକାଡେମିକ କ୍ୟାଲେଣ୍ଡର ପ୍ରକାଶ କରାଯାଇଛି । ଶିକ୍ଷକ ଓ ଅଭିଭାବକଙ୍କ ସହାୟତାରେ ପିଲାମାନେ ଘରେ ନିଜ ସମୟକୁ ସୁଦୁପଯୋଗ କରି ପାଠ ପଢ଼ିବା ଉଦେ୍ଧଶ୍ୟରେ ଏହି କ୍ୟାଲେଣ୍ଡର କରାଯାଇଛି । ଏମ୍ଏଚ୍ଆର୍ଡି ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କ୍ୟାଲେଣ୍ଡରକୁ ଉନ୍ମୋଚିତ କରିଛନ୍ତି ।
ପୂର୍ବରୁ ପ୍ରାଥମିକ ଶ୍ରେଣୀ ପାଇଁ ୧୬ ତାରିଖରେ ଏକାଡେମିକ କ୍ୟାଲେଣ୍ଡର ପ୍ରକାଶ କରାଯାଇଥିଲା । ବର୍ତ୍ତମାନ ଉଚ୍ଚପ୍ରାଥମିକ କ୍ଷେତ୍ର ପାଇଁ ଏହା କରାଯାଇଛି । ଏସମ୍ପର୍କରେ ମନ୍ତ୍ରୀ ଶ୍ରୀ ପୋଖରିଆଲ୍ କହିଛନ୍ତି, ଏହି କ୍ୟାଲେଣ୍ଡର ଶିକ୍ଷକଙ୍କୁ ବିଭିନ୍ନ ଟେକ୍ନୋଲୋଜି ଓ ସୋସିଆଲ୍ ମିଡିଆର ବ୍ୟବହାର କରିବାକୁ ପାଇଁ ଗାଇଡ୍ଲାଇନ୍ ରହିଛି । ଶିକ୍ଷକମାନେ ମୋବାଇଲ୍, ରେଡିଓ, ଟେଲିଭିଜନ୍, ଏସ୍ଏମ୍ଏସ୍ ଓ ଅନେକ ସୋସିଆଲ୍ ମିଡିଆକୁ ବ୍ୟବହାର କରି ପିଲାଙ୍କୁ ପଢ଼ାଇ ପାରିବେ । ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଇଣ୍ଟରନେଟ୍ର ସୁବିଧା ନଥିବ, ଶିକ୍ଷକ ଭଏସ୍ କଲ୍ ବା ଏସ୍ଏମ୍ଏସ୍ ମାଧ୍ୟମରେ ଅଭିଭାବକ ଓ ପିଲାଙ୍କୁ ଗାଇଡ୍ କରିବେ । ଅନ୍ୟପକ୍ଷରେ ଖୁବ୍ଶୀଘ୍ର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏକାଡେମିକ କ୍ୟାଲେଣ୍ଡର ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
କ୍ୟାଲେଣ୍ଡରରେ ପ୍ରତି ସପ୍ତାହ ପାଇଁ ଯୋଜନା ରହିଛି । ଚାରୋଟି ଭାଷା ହିନ୍ଦି, ଇଂରାଜୀ, ଉର୍ଦ୍ଧୁ ଓ ସଂସ୍କୃତ ଭାଷାରେ ରେ ଅନେକ କାର୍ଯ୍ୟକଳାପ ଦିଆଯାଇଛି । କେବଳ ଏତିକି ନୁହେଁ ଶ୍ରେଣୀ ଅନୁସାରେ ପାଠ୍ୟକ୍ରମ ଓ ବିଷୟବସ୍ତୁ ଲକ୍ଷ୍ୟ ରଖି ପିଲାଙ୍କ ପାଇଁ ଏହା ପ୍ରସ୍ତୁତ କରାଯାଇଛି । ଏହା ସହ କଳା, ଶାରୀରିକ ଶିକ୍ଷା, ଯୋଗ, ଧନ୍ଦାମୂଳକ ଶିକ୍ଷା ଓ ଦକ୍ଷତା ଉପରେ ମଧ୍ୟ ଏହି କ୍ୟାଲେଣ୍ଡରର ଅନେକ ବିଷୟ ରହିଛି । କ୍ୟାଲେଣ୍ଡରରେ ଛାତ୍ରଛାତ୍ରୀମାନେ ଦିକ୍ଷା, ଇ-ପାଠଶାଳା, ଦ୍ଭrକ୍ଟରr ଆଦି ୱେବ୍ସାଇଟ୍ରୁ ଚାପ୍ଟର ଅନୁସାରେ କିଭଳି ଇ-ବିଷୟଗୁଡ଼ିକୁ ପାଇବେ ସେଥିପାଇଁ ଲିଙ୍କ ମଧ୍ୟ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ଏନ୍ସିଇଆର୍ଟି ପକ୍ଷରୁ ସ୍ୱୟଂ ପ୍ରଭା (କିଶୋର ମଞ୍ଚ) ଚ୍ୟାନେଲ୍ରେ ଲାଇଭ୍ କ୍ଲାସ୍ ମଧ୍ୟ କରାଯାଉଛି । ଏହା ବ୍ୟତୀତ ଛାତ୍ରଛାତ୍ରୀମାନେ କିଶୋର ମଞ୍ଚ ଆପ୍ ଡାଉନ୍ଲୋଡ୍ କରି ବା ଏନ୍ସିଇଆର୍ଟିର ଅଫିସିଆଲ୍ ଚ୍ୟାନେଲ୍ ୟୁଟୁବ୍ ଲାଇଭ୍ରୁ ମଧ୍ୟ ପଢ଼ିପାରିବେ । ପ୍ରତି ସୋମବାରରୁ ଶନିବାର ପର୍ଯ୍ୟନ୍ତ ଟେଲିକାଷ୍ଟ କରାଯାଉଛି । ପ୍ରାଥମିକ ଶ୍ରେଣୀ ପାଇଁ ୧୧ଟାରୁ ୧ଟା ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ୨ଟାରୁ ୪ଟା ପର୍ଯ୍ୟନ୍ତ ବିଷୟ ଟେଲିକାଷ୍ଟ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons