ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲକ୍ଡାଉନ୍ ଯୋଗୁଁ ପିଲାଙ୍କ ସ୍କୁଲ ବନ୍ଦ ରହିଛି । ତେଣୁ ସେମାନେ ଘରେ କେମିତି ସମୟ କାଟିବେ, ସେ ବାବଦରେ ଟିପ୍ସ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ମୋର ସାନ ପୁଅଝିଅ କହି ସମ୍ବୋଧନ କରିଛନ୍ତି । କରୋନାକୁ ନ ଡରି, ମିଳିମିଶି ଲଢ଼ିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ସାଙ୍ଗସାଥିଙ୍କ ସହ ଏବେ ନ ଖେଳିବାକୁ ବୁଝାଇଛନ୍ତି ।
ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ କହିଛନ୍ତି, ଆମେ ସମସ୍ତେ ସାବଧାନ ରହିବା । ବାପା, ମା’ଙ୍କୁ ହାତ ଧୋଇବାକୁ କହିବା । ଘରେ ରହିବାକୁ କହିବା । ବାହାରକୁ ଯିବାକୁ ହେଲେ ମାସ୍କ ପିନ୍ଧିବାକୁ କହିବା । ଏ ବର୍ଷର ସ୍କୁଲ ବହିତକ କାଢ଼ି ଆଉ ଥରେ ଥରେ ପଢ଼ିଦେବା । ମନକୁ ଖୁସି ରଖିବା । ଗପ ବହି ପଢ଼ିବା, ଚିତ୍ର ଆଙ୍କିବା । ଘର କାମରେ ମା’ ବାପାଙ୍କୁ ସାହାଯ୍ୟ କରିବା । ଭାଇ ଓ ଭଉଣୀମାନଙ୍କ ସାଙ୍ଗରେ କଳି କଜିଆ କରିବା ନାହିଁ । ସବୁ ସପ୍ତାହରେ ନୂଆ କଥାଏଟି ଶିଖିବା । ଲକ୍ଡାଉନ୍ ସମୟରେ ଘରେ ରହି ଏଭଳି ଭାବେ ସମୟ କାଟିବାକୁ ଟିପ୍ସ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଦେଇଥିବା ଟିପ୍ସ୍ ଶୁଣି ପିଲାମାନଙ୍କ ଭିତରେ ବେଶ ଉତ୍ସାହ ଓ ଉଦ୍ଧୀପନା ବୃଦ୍ଧି ପାଇଛି ।
Comments are closed, but trackbacks and pingbacks are open.