୫୦୩ଟି ଗ୍ରାମ ପଞ୍ଚାୟତର ଭିତ୍ତିଭୂମି ଅନୁଧ୍ୟାନ କରିବେ ଗଞ୍ଜାମ ଜିଲ୍ଲାପାଳ

Get real time updates directly on you device, subscribe now.

ବ୍ରହ୍ମପୁର: ଗ୍ରାମ ପଞ୍ଚାୟତ ବୁଲିବେ ଗଞ୍ଜାମ ଜିଲ୍ଲାପାଳ। ଜିଲ୍ଲାରେ ନିର୍ମାଣ ହୋଇଥିବା ସରକାରୀ କ୍ବାରେଣ୍ଟାଇନ୍‌ କେନ୍ଦ୍ର ଗୁଡିକାର ଭିତ୍ତିଭୂମି ଅନୁଧ୍ୟାନ କରିବେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ବିଦେଶୀ ଫେରନ୍ତା ମାନେ କିପରି କ୍ବାରେଣ୍ଟାଇନ୍‌ରେ କିପରି ଦିନ କାଟୁଛନ୍ତି, ତାହାର ଅନୁଧ୍ୟାନ କରିବେ ଜିଲ୍ଲାପାଳ। ସେଥିପାଇଁ ଜିଲ୍ଲାର ୫୦୩ ଗୋଟି ଗ୍ରାମ ପଞ୍ଚାୟତକୁ ସେ ବ୍ୟକ୍ତିଗତ ଭାବେ ପରିଦର୍ଶନ କରିବେ ।
ଗ୍ରାମ ପଞ୍ଚାୟତକୁ କେତେ ଲୋକ ଫେରିବେ, ଖାଇବା ବ୍ୟବସ୍ଥା, ବିଜୁଳି ସଂଯୋଗ, ପାନୀୟ ଜଳ ଓ ଶୌଚାଳୟ ପ୍ରଭୃତି ଅନୁଧ୍ୟାନ କରିବେ ଜିଲ୍ଲାପାଳ । ସେହିପରି ବରିଷ୍ଠ ଅଧିକାରୀ ମାନଙ୍କୁ ଭିନ୍ନ ଭିନ୍ନ ଗ୍ରାମ ପଞ୍ଚାୟତ ଗୁଡିକର ଦାୟିତ୍ବ ନ୍ୟସ୍ତ କରାଯିବ । ଜିଲ୍ଲାକୁ ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବାହାର ରାଜ୍ୟରୁ ଫେରିବେ ବୋଲି ପ୍ରାଥମିକ ଅକଳନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons