ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ (କୋଭିଡ-୧୯) ସଂକ୍ରମଣ ସଂଖ୍ୟା ପ୍ରତିଦିନ ବଢ଼ିବଢ଼ି ଚାଲିଛି । ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହା କବଳରେ ପଡିଥିଲା ବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର । ଏଠାରେ ଏପର୍ଯ୍ୟନ୍ତ ୬ ହଜାର ୪୩୦ରୁ ଅଧିକ ଲୋକ ସଂକ୍ରମିତ ହୋଇଥିଲା ବେଳେ ମୃତୁ୍ୟସଂଖ୍ୟା ୨୮୩ରେ ପହଞ୍ଚôଛି । ଯାହାକି କେବଳ ରାଜ୍ୟ ପାଇଁ ନୁହେଁ, ବରଂ ସମଗ୍ର ଦେଶ ଲାଗି ଚିନ୍ତାର କାରଣ ପାଲଟିଛି । କେବଳ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୪ ହଜାର ୨୦୩ ଜଣ ସଂକ୍ରମିତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୬୮ ଜଣଙ୍କ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ୪୩୭ ଜଣ ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି ।
ସେହିଭଳି ଗୁଜରାଟ, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ମଧ୍ୟ ସଂକ୍ରମଣ ଓ ମୃତୁ୍ୟସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି । ଗୁଜରାଟରେ ମୃତୁ୍ୟସଂଖ୍ୟା ୧୧୨ ହୋଇଥିଲା ବେଳେ ମଧ୍ୟପ୍ରଦେଶରେ ୮୩, ଦିଲ୍ଲୀରେ ୫୦, ଆନ୍ଧ୍ରପ୍ରଦେଶରେ ୨୯, ରାଜସ୍ଥାନରେ ୨୭, ତେଲଙ୍ଗାନାରେ ୨୬, ଉତ୍ତରପ୍ରଦେଶରେ ୨୪, ତାମିଲନାଡୁରେ ୨୦, କର୍ଣ୍ଣାଟକରେ ୧୮, ପଞ୍ଜାବରେ ୧୬ ଓ ପଶ୍ଚିମବଙ୍ଗରେ ୧୫ ଜଣ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ଶୁକ୍ରବାର କେବଳ ଗୋଟିଏ ଦିନରେ ୧୭୫୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକି ଦେଶରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଗୋଟିଏ ଦିନରେ ସର୍ବାଧିକ । ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩ ହଜାର ୪୫୨କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।
ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା ଅନୁସାରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୭ ହଜାର ୯୧୫ ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୪ ହଜାର ୮୧୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ୭୨୩ ଜଣଙ୍କର ମୃତୁ୍ୟ ଘଟିଛି । ସେ କହିଛନ୍ତି ବର୍ତ୍ତମାନ ଆରୋଗ୍ୟ ହାର ୨୦.୫୭ ଧକୁ ବୃଦ୍ଧି ପାଇଛି । ସଂକ୍ରମଣ ହାର ଦୁଇଗୁଣ ହେବା ସମୟ ମଧ୍ୟ ୧୦ ଦିନକୁ ବଢ଼ିଛି । ଦେଶରେ କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ ଲକ୍ଡାଉନ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ଥିଲା । ଯଦି ଲକ୍ଡାଉନ କାର୍ଯ୍ୟକାରୀ କରାଯାଇ ନଥାନ୍ତା ତେବେ ବର୍ତ୍ତମାନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୭୩ ହଜାରରେ ପହଞ୍ଚôଥାନ୍ତା । ଗତ ୨୮ ଦିନ ହେଲା ୧୫ଟି ସଂକ୍ରମିତ ଜିଲ୍ଲାରେ ଜଣେ ହେଲେ ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି । ସେହିଭଳି ସଂକ୍ରମିତ ହୋଇଥିବା ୮୦ଟି ଜିଲ୍ଲାରେ ଗତ ୧୪ ଦିନ ହେଲା ଗୋଟିଏ ବି ନୂଆ ମାମଲା ସାମ୍ନାକୁ ଆସି ନାହିଁ । ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ବ୍ୟକ୍ତି ମିଳୁଛନ୍ତି କିମ୍ବା ମୃତୁ୍ୟହାର ଅଧିକ କିମ୍ବା ଦୁଇଗୁଣ ସମୟ ବ୍ୟବଧାନ କମ୍ ରହୁଛି ସେସବୁ ଜିଲ୍ଲାକୁ ଅଧିକ ଫୋକସରେ ରଖି କାର୍ଯ୍ୟ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ପରାମର୍ଶ ଦିଆଯାଇଥିବା ଅଗ୍ରୱାଲ ପ୍ରକାଶ କରିଛନ୍ତି ।
କେନ୍ଦ୍ର ସରକାରଙ୍କ କ୍ଷମତାସମ୍ପନ୍ନ କମିଟି-୧ର ଅଧ୍ୟକ୍ଷ ତଥା ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲ କହିଛନ୍ତି ଦେଶରେ ଯଦି ଲକ୍ଡାଉନ ଲାଗୁ କରାଯାଇ ନଥାନ୍ତା ତେବେ ସଂକ୍ରମଣ ସଂଖ୍ୟା ପ୍ରାୟ ୧ ଲକ୍ଷରେ ପହଞ୍ଚôଥାନ୍ତା ବୋଲି ଅନୁମାନ କରାଯାଇଛି । ସେହିଭଳି ଦେଶରେ ସଂକ୍ରମଣ ସଂଖ୍ୟା ଦୁଇଗୁଣ ହେବାକୁ ଏବେ ୧୦ ଦିନ ଲାଗୁଛି । ମାର୍ଚ୍ଚ ୨୧ ତାରିଖ ବେଳକୁ ଦୁଇଗୁଣ ହେବାକୁ ୩ ଦିନ ଲାଗୁଥିଲା । ମାର୍ଚ୍ଚ ୨୩ରେ ଯାତ୍ରା କଟକଣା ଲାଗୁ କରାଯିବା ଯୋଗୁ ଫଳାଫଳ ମିଳିବା ଆରମ୍ଭ କରିଥିଲା । ଏପ୍ରିଲ ୬ ବେଳକୁ ସଂକ୍ରମଣ ଉପରେ ରୋକ୍ ଲାଗିପାରିଥିଲା । ତାହାର ମୁଖ୍ୟ କାରଣ ଥିଲା ଦେଶବ୍ୟାପୀ ଲକ୍ଡାଉନ ଲାଗୁ କରାଯିବା । ସେହିଭଳି ସର୍ଭେଲାନ୍ସ ଯୋଗୁ ସଂକ୍ରମଣକୁ ମଧ୍ୟ ରୋକାଯାଇ ପାରିଥିଲା । ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟେ୍ରାଲର ନିଦେ୍ର୍ଧଶକ ଡକ୍ଟର ସୁଜିତ ସିଂହ କହିଛନ୍ତି ଯେ କମୁ୍ୟନିଟି ସର୍ଭେଲାନ୍ସ କରୋନା ଭାଇରସ୍ ମୁକାବିଲା କରିବାରେ ପ୍ରମୁଖ ଅସ୍ତ୍ର ହୋଇଛି । ଦେଶରେ କରୋନା ସଂକ୍ରମଣ ଦେଖାଦେବା ପୂର୍ବରୁ ସର୍ଭେଲାନ୍ସ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ପ୍ରାୟ ୯ ଲକ୍ଷ ୪୫ ହଜାର ଲୋକଙ୍କ ଉପରେ ନଜର ରଖାଯାଇଛି । ସେମାନଙ୍କ ଠାରୁ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଉଛି । ଜିଲ୍ଲା ସ୍ତରରେ ଗଠନ କରାଯାଇଥିବା ସର୍ଭେଲାନ୍ସ ଟିମ୍ ଘରକୁ ଘର ବୁଲି ଯାଞ୍ଚ କରିବା ବେଳେ ଥଣ୍ଡା, ଜ୍ୱର ଓ କାଶରେ ପୀଡ଼ିତ କୌଣସି ରୋଗୀଙ୍କୁ ଚିହ୍ନଟ କରିବା ସହଜ ହୋଇଥିଲା । ପରେ ତାଙ୍କ ଠାରୁ ନମୁନା ସଂଗ୍ରହ କରାଯିବା ସହିତ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି ଯେ ଆଉ ୪ ଟି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ଗୁଜରାଟ, ତେଲଙ୍ଗାନା ଓ ତାମିଲନାଡୁ ଗସ୍ତ କରିବ । ପ୍ରତି କମିଟିର ନେତୃତ୍ୱ ଜଣେ ଅତିରିକ୍ତ ସଚିବ ସ୍ତରୀୟ ଅଧିକାରୀ ନେଉଛନ୍ତି । ଅହମ୍ମଦାବାଦ, ସୁରଟ, ହାଇଦ୍ରାବାଦ ଓ ଚେନ୍ନାଇ ଏବେ ଦେଶର ନୂଆ କରୋନା ହଟ୍ସ୍ପଟରେ ପରିଣତ ହୋଇଛି । ସେଠାରେ କରୋନା ପରିସ୍ଥିତି, ଲକ୍ଡାଉନ ଆଇନ କାର୍ଯ୍ୟକାରୀ କରାଯିବା, ସାମାଜିକ ଦୂରତା ବଜାୟ ରଖିବା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଏବଂ ଶ୍ରମିକ ଓ ଗରିବ ଲୋକମାନେ ରହୁଥିବା ରିଲିଫ କ୍ୟାମ୍ପର ଅବସ୍ଥା ଆଦି ଏହି ଟିମ୍ ତଦାରଖ କରିବ । ସେହିଭଳି ମହାରାଷ୍ଟ୍ରର ଥାନେ ଏବେ ନୂଆ ହଟ୍ସ୍ପଟ ପାଲଟିଥିଲା ବେଳେ ସେଠାକୁ ଗସ୍ତ କରିବା ଲାଗି ଆଉ ଏକ ଟିମ୍ ଗଠନ କରାଯାଇଛି । ପୂର୍ବରୁ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ରାଜସ୍ଥାନ ଓ ମଧ୍ୟପ୍ରଦେଶକୁ ୬ଟି ଆନ୍ତଃ ମନ୍ତ୍ରୀସ୍ତରୀୟ ଟିମ୍ ପଠାଯାଇଥିଲା । ସେଥିରୁ ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ଗସ୍ତରେ ଯାଇଥିବା ଟିମ୍ ଫେରିଆସି କେନ୍ଦ୍ର ସରକାରଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି । ମଧ୍ୟପ୍ରଦେଶର ଇନେ୍ଦାରରେ କେବଳ ୧୭୧ଟି କଣ୍ଟେନମେଣ୍ଟ ଜୋନ୍ ରହିଥିଲା ବେଳେ ସେଥିରୁ ୨୦ଟି ଅଧିକ ବିପଜ୍ଜନକ ଥିବା କମିଟି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ତେବେ ସେଠାରେ ଲକଡାଉନ ଗାଇଡ୍ଲାଇନ ଠିକ୍ ଭାବେ ପାଳନ କରାଯିବା ସହ ସାମାଜିକ ଦୂରତା ବଜାୟ ରହୁଥିବା କମିଟି କହିଛି ।
Comments are closed, but trackbacks and pingbacks are open.