ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ ଏବଂ ସଚେତନତା କରିବାର ଦାୟିତ୍ୱ ନେଉ ଓଡିଆ ସମାଜ : ଧର୍ମେନ୍ଦ୍ର ପ୍ରଧାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲକ୍ଡାଉନ୍ ପରେ ପ୍ରବାସୀ ଓଡ଼ିଆଙ୍କୁ ଘରକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ଏବେ ଜୋର୍ ଦେଉଛନ୍ତି । ଏହାକୁ ଫୋକ୍ସ୍ କରି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଦେଶବିଦେଶରେ ରହିଥିବା ପ୍ରବାସୀ ଓଡିÿଆ ସମାଜର ୩୦୦ରୁ ଅଧିକ ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହୋଇଛନ୍ତି । ସେଠାରେ ରହୁଥିବା ସମସ୍ତ ପ୍ରବାସୀ ଓଡିÿଆଙ୍କ ପଞ୍ଜିକରଣରେ ସହାୟତା କରିବା ସହ ସୁରକ୍ଷା ତଥା ସଚେତନତା ବାର୍ତ୍ତା ବାଣ୍ଟିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସେମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ବେଙ୍ଗାଲୁରୁ, ମୁମ୍ବାଇ, ଅହମ୍ମଦାବାଦ, ଦିଲ୍ଲୀ, ପୁନେ ସହ ବିଦେଶରେ ରହୁଥିବା ଓଡିÿଆ ସମାଜର ପ୍ରତିନିଧିମାନେ ଆଜିର ଭିଡିଓ କନଫରେନ୍ସିଂ ଆଲୋଚନାରେ ଭାଗ ନେଇଥିଲେ । ଧର୍ମେନ୍ଦ୍ର ସେମାନଙ୍କୁ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ ରାଜ୍ୟ ସରକାର ଲକ୍ଡାଉନ୍ ପରେ ବାହାର ରାଜ୍ୟର ଓଡିÿଆଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ପ୍ରଥମେ ସେମାନଙ୍କ ପୋର୍ଟାଲରେ ପଞ୍ଜିକରଣ କରାଯିବ । ପ୍ରବାସୀ ଓଡିÿଆମାନେ ସଚେତନ ହୋଇ ପଞ୍ଜିକରଣ କରିବା ଦିଗରେ ଓଡିÿଆ ସମାଜ କାମ କରୁ ବୋଲି ସେ କହିଥିଲେ ।
ଧର୍ମେନ୍ଦ୍ର ଆହୁରି କହିଛନ୍ତି, ଏବେ କରୋନା ମହାମାରୀ ସବୁଠୁ ବଡ଼ ଚାଲେଞ୍ଜ ପାଲଟିଛି । ଏ ଲଢେ଼ଇରେ ଆମେରିକା ଭଳି ଶକ୍ତିଶାଳୀ ଓ ପାଶ୍ଚାତ୍ୟ ଦେଶ ବି ଆଣ୍ଠେଇ ପଡିÿଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୃଢ଼ତାର ସହ କରୋନାକୁ ମାତ୍ ଦେବାକୁ ମୁକାବିଲା କରୁଛନ୍ତି । ମୋଦିଙ୍କ ଦୂରଦୃଷ୍ଟି ଯୋଗୁଁ ଭାରତରେ କରୋନା ସଂକ୍ରମଣକୁ ଅନେକାଂଶରେ ରୋକାଯାଇପାରିଛି । ତେବେ ମୋଦିଙ୍କ ଆହ୍ୱାନ ମୁତାବକ ଏହି ମୁକାବିଲାରେ ସମସ୍ତଙ୍କ ସହଯୋଗ ଲୋଡ଼ା । ରାଜ୍ୟ ବାହାରେ ଥିବା ଗରିବ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିବାରେ ଓଡିÿଆ ସମାଜ ଦାୟିତ୍ୱ ନେଉ ବୋଲି ସେ ଆହ୍ୱାନ ଦେଇଛନ୍ତି ।
ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଆପଣାନ୍ତୁ । ମାସ୍କ ପିନ୍ଧିବା ସହ ହାତକୁ ନିୟମିତ ବ୍ୟବଧାନରେ ସଫା କରିବା ଓ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରି ଅପ୍ଡେଟ୍ ରହିବାକୁ ଅନ୍ୟମାନଙ୍କୁ ପରାମର୍ଶ ଦିଅନ୍ତୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons