ଭୁବନେଶ୍ୱର, (ବି.ବି.ବୁ୍ୟରୋ): ସୁନ୍ଦରଗଡକୁ ଶନିବାର କରୋନା ମୁକ୍ତ ଘୋଷଣା କରାଗଲା । ୨୪ ଘଣ୍ଟା ପୂରିନି ଆଜି ସକାଳୁ ସକାଳୁ ତିନି ନୂଆ ଆକ୍ରାନ୍ତ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କର ଘର ରାଉରକେଲାରେ । ଏପଟେ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ରାଉରକେଲା ମହାନଗର ନିଗମ ସହରର ନାଲା ରୋଡ୍ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି । ଏହାକୁ ଲାଗିଥିବା କିଛି ଅଞ୍ଚଳକୁ ବଫର୍ ଜୋନ୍ ଭାବେ ନେଇଛି ପ୍ରଶାସନ ।
ଆଜି ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମ୍ସରେ ଚିକିତ୍ସିତ ହେଉଥିବା ଏହି ଆକ୍ରାନ୍ତ ଜଣଙ୍କ ରାଜଧାନୀର । ତେବେ ତାଙ୍କର ଅନ୍ୟ ଗୁରୁତର ରୋଗ ଥିବାରୁ ତାଙ୍କୁ ଡିସ୍ଚାର୍ଜ କରାଯାଇପାରିନି । ଏବେ ବି ସେ ଏମ୍ସରେ ରହି ଚିକିତ୍ସିତ ହେଉଛନ୍ତି । ଗତକାଲି ରାଜ୍ୟରେ କରୋନା ୧୦୦ ଛୁଇଁଥିଲା । ପଶ୍ଚିମବଙ୍ଗରୁ ଫେରିଥିବା ଆକ୍ରାନ୍ତ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି । ତେବେ ରାଉରକେଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ନାହିଁ । ଦୁଇଜଣ ଜିଲ୍ଲାରୁ ଚିହ୍ନଟ ହୋଇଥିବା ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କୀୟ । ଆଉ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନେ୍ଦହ କରାଯାଉଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ପୁରୁଷ ହୋଇଥିବାବେଳେ ଜଣେ ମହିଳା । ପୁରୁଷ ଆକ୍ରାନ୍ତଙ୍କ ବୟସ ୨୩ ବର୍ଷ ଓ ୬୦ ବର୍ଷ ହୋଇଥିବାବେଳେ ମହିଳା ଆକ୍ରାନ୍ତଙ୍କୁ ୫୭ ବର୍ଷ ।
ରାଉରକେଲା ମହାନଗର ନିଗମ ନିଦେ୍ର୍ଧଶନାମା ଜାରି କରି କହିଛି, ଜନତା ନିବାସ ଲେନ୍ରୁ ମହତାବ ରୋଡ୍ ଯାଏ, ଡେଲି ମାର୍କେଟ୍ର ପରିବା ଲେନ୍ରୁ ରେଲୱେ ଲାଇନ୍ ସୀମା, ଆନନ୍ଦ ଭବନ ଲେନ୍ରୁ ରିଙ୍ଗରୋଡ୍ ପର୍ଯ୍ୟନ୍ତ, ମୁଖ୍ୟରାସ୍ତାର ମଧ୍ୟ ସ୍ଥାନର ଆନନ୍ଦ ଭବନ ବିଗ୍ବଜାର ଲେନ୍କୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ନିଆଯାଇଛି । ଏହି ସବୁ ଅଞ୍ଚଳରେ ଲୋକଙ୍କ ଚଳାଚଳ, ଗାଡିମୋଟର ଚଳାଚଳ, ଦୋକାନ ବଜାର ସବୁ ବନ୍ଦ ରହିବ । ଲୋକଙ୍କ ଘରୁ ବାହାରିବା ଉପରେ ମଧ୍ୟ ରୋକ୍ ଲାଗିଛି । ଏସବୁ ଅଞ୍ଚଳରେ ମହାନଗର ନିଗମ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ସେହିଭଳି ଯାଜପୁର ଜିଲ୍ଲାର ଅଧିକ ଦୁଇଟି ପଞ୍ଚାୟତକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।
Comments are closed, but trackbacks and pingbacks are open.