ଭୁବନେଶ୍ୱର,(ବି.ବି.ବୁ୍ୟରୋ): ‘କେତେ ପ୍ରାକୃତିକ ବିପର୍ଯ୍ୟୟ ଆମକୁ ହରେଇବାକୁ ଆସିଛି । ହେଲେ ଏ ଜାତି କେବେ ଭାଙ୍ଗି ପଡ଼ିନି କି ଭାଙ୍ଗିବ ନାହିଁ । ଏ ମହାମାରୀ କରୋନା ବି ଚାଲିଯିବ । ପୁଣି ହସିବ ଓଡ଼ିଶା । ଅପେକ୍ଷା କେବଳ ଆଉ କିଛି ଦିନ ।’
ଏକ ମୁ୍ୟଜିକ୍ ଭିଡିଓ ବାର୍ତ୍ତା ଜାରି କରି ସାରା ଓଡ଼ିଶାବାସୀଙ୍କ ମନରେ କରୋନା ସଂକଟ କାଳରେ ଏମିତି ଆତ୍ମବିଶ୍ୱାସର ଦମ୍ଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ଡାଉନ୍ରେ ଲୋକଙ୍କୁ ସାନ୍ତ୍ୱନା ଦେଇ ଧୈର୍ଯ୍ୟ ରଖିବାକୁ ନିବେଦନ କରିବା ସହ ମୁଖ୍ୟମନ୍ତ୍ରୀ ଆଶା ଓ ସମ୍ଭାବନାର ଦୀପଟିଏ ଜାଳିଛନ୍ତି । ମୁ୍ୟଜିକ୍ ଭିଡିଓରେ ନବୀନ କହିଛନ୍ତି, ବାସ୍ ଆଉ କିଛି ଦିନର ଅପେକ୍ଷା । ପୁଣି ଫେରିବ ସେ ଖୁସିର ଦିନ । ଆମ ଧୈର୍ଯ୍ୟ, ଆମ ତ୍ୟାଗ ବଳରେ ଆସିବ ଏକ ନୂଆ ସକାଳ । ଏ ଭିଡିଓଟି ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଛି । ରାଜ୍ୟବାସୀଙ୍କ ମନରେ ଆଶା ଭରିଛି ।
ଆଉ କିଛି ଦିନରେ… । ବାସ୍ ଆଉ କିଛି ଦିନରେ… ଏମିତି ଥିମ୍ରେ ଟିକେ ଅଭିନବ ଢଙ୍ଗରେ କଳାକାର ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନେଇ ଗୀତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଭିଡିଓ ପ୍ରସ୍ତୁତ ହୋଇଛି । ସୋସିଆଲ୍ ମିଡିଆରେ ୩ ମିନିଟ୍ ୨୯ ସେକେଣ୍ଡ୍ର ଏକ ମୁ୍ୟଜିକ୍ ଭିଡିଓ ମାଧ୍ୟମରେ ସରକାର ଲୋକଙ୍କୁ ସଚେତନ କରିଛନ୍ତି, ଜାଗ୍ରତ କରିଛନ୍ତି ଏବଂ ଜନସାଧାରଣଙ୍କ ମନରେ ସକରାତ୍ମକ ଭାବନା ସୃଷ୍ଟି କରିବାର ପ୍ରୟାସ କରିଛନ୍ତି । ଏହି ମୁ୍ୟଜିକ୍ ଭିଡିଓର ନିଦେ୍ର୍ଧଶନା ଦେଇଛନ୍ତି ପ୍ରଖ୍ୟାତ ଚଳଚ୍ଚିତ୍ର ନିଦେ୍ର୍ଧଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା । ସଙ୍ଗୀତ ନିଦେ୍ର୍ଧଶନା ଦେଇଛନ୍ତି ସଙ୍ଗୀତ ନିଦେ୍ର୍ଧଶକ ପ୍ରେମ୍ ଆନନ୍ଦ । ଗୀତଟିକୁ ଗାଇଛନ୍ତି ଯୁବ କଣ୍ଠଶିଳ୍ପୀ ସବିଶେଷ ମିଶ୍ର ଓ ଦୀପ୍ତିରେଖା ପାଢ଼ୀ । ଅଭିନେତ୍ରୀ ଲିପ୍ସା ମିଶ୍ର, ପ୍ରକୃତି ମିଶ୍ର, ଏଲିନା, ଅପରାଜିତା ମହାନ୍ତି, ବିଜୟଲକ୍ଷ୍ମୀ ପ୍ରହରାଜ, ବର୍ଷା, ଅର୍ଚ୍ଚିତା, ହାସ୍ୟ ଅଭିନେତା ପ୍ରଜ୍ଞା, ଅଭିନେତା ଅନୁଭବ, ସବ୍ୟସାଚୀ, ବାବୁସାନ, କେକେ, ନିଦେ୍ର୍ଧଶକ ନୀଳମାଧବ ପଣ୍ଡା, କଣ୍ଠଶିଳ୍ପୀ ଲିପ୍ସା, ଆଥଲେଟ୍ ଦୂତୀ ଚାନ୍ଦ, ଶ୍ରାବଣୀ, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ହକି ତାରକା ଦିଲ୍ଲୀପ ତିର୍କୀ, ଲୋକକବି ପଦ୍ମଶ୍ରୀ ହଳଧର ନାଗ, ଚେସ୍ ତାରକା ପଦ୍ମିନୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ରୋଜାଲିନ ମହାନ୍ତି ଓ ସାଥୀଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି ଭିଡିଓରେ ଦେଖିବାକୁ ମିଳୁଛି । ଏଥିରେ ସାମିଲ ସହ ସମାଜ ପ୍ରତି ନିଜ କର୍ତ୍ତବ୍ୟ ସମ୍ପାଦନା ଲାଗି ସୁଯୋଗ ଦେଇଥିବାରୁ ସମସ୍ତ କଳାକାର ଏହି ମୁ୍ୟଜିକ୍ ଭିଡିଓକୁ ସୋସିଆଲ୍ ମିଡିଆରେ ନିଜ ଆକାଉଣ୍ଟରେ ସେୟାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନିଦେ୍ର୍ଧଶକ ନୀଳମାଧବ ପଣ୍ଡା, ସଙ୍ଗୀତ ନିଦେ୍ର୍ଧଶକ ପ୍ରେମ୍ ଆନନ୍ଦଙ୍କୁ ଶୁଭେଚ୍ଛା ସହ ଧନ୍ୟବାଦ ଦେଇଛନ୍ତି । ବର୍ତ୍ତମାନ ଏହିଭଳି ଏକ କଠିନ ସମୟରେ ଏହି ମୁ୍ୟଜିକ୍ ଭିଡିଓଟି ପ୍ରେରଣା ଦେବା ସାଙ୍ଗକୁ ମନରେ ଆଶା ସଞ୍ଚାର କରିବ ବୋଲି ସମସ୍ତେ ଆଶବ୍ୟକ୍ତ କରିଛନ୍ତି । ମୁ୍ୟଜିକ୍ ଭିଡିଓକୁ ନିଜେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ମଧ୍ୟ ଅପ୍ଲୋଡ କରିଛନ୍ତି ।
ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଏହାକୁ ଜନହିତରେ ଜାରି କରାଯାଇଛି । ଏହି ଭିଡିଓଟି ସୋସିଆଲ୍ ମିଡିଆରେ ରିଲିଜ୍ ହେବା ପରେ ଲକ୍ଷାଧିକ ଦର୍ଶକ ଏହାକୁ ଦେଖିସାରିଲେଣି ।
Comments are closed, but trackbacks and pingbacks are open.