୨୮ ତାରିଖର କରୋନା ଅପଡେଟ୍‌

Get real time updates directly on you device, subscribe now.

ଭୁବନେଶ୍ବର: ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୭ କରୋନା ଆକ୍ରାନ୍ତ। ୪ ଜଣ ସୁନ୍ଦରଗଡର ଏବଂ ୩ ଜଣ ଭଦ୍ରକର । ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ଭଦ୍ରକ ବାସୁଦେବପୁର ଅଞ୍ଚଳର ସମସ୍ତ ୩ ଆକ୍ରାନ୍ତ ପୁରୁଷ । ସେମାନଙ୍କ ବୟସ ୨୮ରୁ ୪୫ ମଧ୍ୟରେ । ସମସ୍ତେ କୋଲକାତା ଫେରନ୍ତା । ଏହାକୁ ମିଶାଇ ଭଦ୍ରକରେ ସଂକ୍ରମିତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । କୋଲକାତାରୁ ୧୬ ଜଣ ଫେରିଥିବା ବେଳେ ୨ ଜଣ ଦିଲ୍ଲୀ ଏବଂ ଜଣେ ଦୁବାଇରୁ ଫେରିଥିଲେ। ସେହିପରି ସୁନ୍ଦରଗଡ଼ରେ ଚିହ୍ନଟ ୪ ଆକ୍ରାନ୍ତ ରାଉରକେଲା ନାଲା ରୋଡ୍ ଅଞ୍ଚଳର । ଏମାନଙ୍କ ମଧ୍ୟରେ ଅଛନ୍ତି ୨ ମହିଳା ଏବଂ ୨ ଜଣ ପୁରୁଷ । ଭଦ୍ରକ ଓ ସୁନ୍ଦରଗଡ଼ର ଜିଲ୍ଲାର ଏହି ଆକ୍ରାନ୍ତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିଲା । ତେବେ ଏମାନେ କୁଆଡ଼େ ଯାଇଥିଲେ, କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେସବୁ ତଥ୍ୟ ହାସଲ ଲାଗି କଣ୍ଟ୍ରାକ୍ଟ ଟ୍ରେସିଂ ଚାଲିଛି । ଏଯାଏ ରାଜ୍ୟରେ ୨୬୬୮୭ଙ୍କ ଜଣଙ୍କ ନମୂନା ପରୀକ୍ଷା କରାଯାଇଛି । ଯେଉଁଥିରୁ ୧୧୮ ଟି ପଜିଟିଭ୍ ଆସିଛି ।
ଆଉ ୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକ ବାସୁଦେବପୁର ବ୍ଲକର ଆଉ ୨ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବନ୍ତ ବ୍ଲକର କିଛି ଗାଁକୁ ସିଲ୍ କରାଯାଇଛି । ପୂର୍ବରୁ ୫ ବ୍ଲକର ୧୮ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନରେ ଥିଲା । ବର୍ତ୍ତମାନ ଜିଲ୍ଲାର ୨୧ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ କରି ସତର୍କ ଦୃଷ୍ଟି ରଖିଛି ଜିଲ୍ଲା ପ୍ରଶାସନ । ସେପଟେ କଣ୍ଟେନମେଣ୍ଟ ଜୋନରେ ଥିବା ରାଉରକେଲାର ନାଲାରୋଡ଼ ଅଞ୍ଚଳରେ ଘରଘର ବୁଲି ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି
ଜଣେ କର୍ମାଚାରୀ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିବା ପରେ ବାଲେଶ୍ବର ସୋର ସ୍ଥିତ ୟୁକୋ ବ୍ୟାଙ୍କ୍ ସିଲ କରାଯାଇଛି । ବ୍ୟାଙ୍କର ୧୧ କର୍ମଚାରୀଙ୍କୁ କଲେଜ ଛକ କ୍ବରାଣ୍ଟାଇନ ସେଣ୍ଟରରେ ରଖାଯାଇଛି । ୟୁକୋ ବ୍ୟାଙ୍କର ଜଣେ କର୍ମଚାରୀ ନେଳିଆବାଗ କଣ୍ଟେନମେଣ୍ଟନ ଜୋନରେ କରୋନା ଆକ୍ରାନ୍ତଙ୍କ ଘରେ ଭଡାରେ ରହୁଥିଲେ। ସଂପୃକ୍ତ କର୍ମଚାରୀଙ୍କ ସ୍ବାବ୍ ଟେଷ୍ଟ ପାଇଁ ପଠାଇଯାଇଛି ।
ସେପଟେ କରୋନା ମ୍ୟାପ୍ ରେ କୋରାପୁଟର ଏଣ୍ଟ୍ରି ପରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ଆକ୍ରାନ୍ତଙ୍କ ସଂପର୍କରେ ଅଧିକ ତଥ୍ୟ ଦେଇଛି ପ୍ରଶାସନ। ଏହି ଆକ୍ରାନ୍ତ ୨୪ ଜଣ ଲୋକଙ୍କ ସଂପର୍କରେ ଆସିଛନ୍ତି। ଏଥିପାଇଁ ପୋଡ଼ାଗଡ଼ ପଞ୍ଚାୟତର ୨୪ଟି ଗାଁର ସବୁ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏଥିପାଇଁ ୨୧ଟି ଟିମ୍ ଗଠନ କରାଯିବ। ୪୮ ଘଣ୍ଟା ପାଇଁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
ଯାଜପୁର ବାସୁଦେବପୁର ପଞ୍ଚାୟତରେ ପୁଣି ୧୪ ଦିନ ବଢିଛି କଣ୍ଟେନମେଣ୍ଟ ଅବଧି । ମେ ୧୮ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ରହିବ ବାସୁଦେବପୁର ପଞ୍ଚାୟତ। କୋରେଇ, ଦଶରଥପୁର, ବିଞ୍ଝାରପୁର, ବରୀ ବ୍ଲକ ଏବଂ ଯାଜପୁର ପୌରପାଳିକା ଅଞ୍ଚଳ ୨୯ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ରହିବ ଯାଜପୁରକୁ ୧୧୮୨ ଜଣ କୋଲକାତାରୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ପାଖାପାଖି ୯ଶହ ଜଣଙ୍କର ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି ।
ସେପଟେ ରାଜ୍ୟରେ କରୋନାରୁ ସୁସ୍ଥ ହେଉଥିବା ସଂଖ୍ୟା ମଧ୍ୟ ବଢୁଛି। ଆଜି ଭୁବନେଶ୍ବରରେ ଜଣେ ରୋଗୀ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି। ଏଥିସହିତ ଏବେ ସୁଦ୍ଧା ୩୮ ଜଣ ସୁସ୍ଥ ହେଲେଣି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons