ଆଉ ୧୪ ଦେଶ ଉପରେ ଜାପାନର ଟ୍ରାଭେଲ ବ୍ୟାନ୍

Get real time updates directly on you device, subscribe now.

କରୋନା ସଂକ୍ରମଣ ରୋକିବା ସକାଶେ ଜାପାନ ସରକାର ଏବେ ଆଉ ୧୪ଟି ଦେଶ ଉପରେ ଟ୍ରାଭେଲ ବ୍ୟାନ୍ ଲଗାଇଛନ୍ତି । ଏବେ ଯେଉଁ ଦେଶଗୁଡିକ ଉପରେ କଟକଣା ଲଗାଯାଇଛି, ସେମାନଙ୍କ ଭିତରେ ରୁଷ, ସାଉଦି ଆରବ ଏବଂ ପେରୁ ଆଦି ଅନ୍ତର୍ଭୁକ୍ତ । ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଘୋଷଣା କରିଛନ୍ତି ଯେ ଏଭଳି ପଦକ୍ଷେପ ନେବା ଜରୁରି ହୋଇପଡିଛି । କାରଣ ସରକାର ବ୍ୟକ୍ତିଗତ ସଂସ୍ପର୍ଶ ଯୋଗୁ ବ୍ୟାପୁଥିବା ସଂକ୍ରମଣକୁ ୮୦% କମାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏପ୍ରିଲ ୨୪ରେ ଅନୁÂିତ ଅନ୍ୟ ଏକ ସମୀକ୍ଷା ବୈଠକରେ ଆବେ କହିଥିଲେ ଯେ ଯେଉଁମାନେ ସମ୍ମୁଖ ଭାଗରେ ରହି କରୋନା ସହିତ ଲଢେଇ କରୁଛନ୍ତି, ସେମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପୋଷାକ ଓ ଉପକରଣ ଯୋଗାଇବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । ସରକାର ପୂର୍ବରୁ ୫୮ ନିୟୁତ ସର୍ଜିକାଲ ମାସ୍କ ଯୋଗାଇ ସାରିଥିଲାବଳେ ଏବେ ଅତିରିକ୍ତ ୧୫ ନିୟୁତ ମାସ୍କ ଯୋଗାଇବାକୁ ଉଦ୍ୟମ କରୁଛନ୍ତି । ଜାପାନରେ ଏପପାନନ୍ତ କରୋନା ଯୋଗୁ ୧୩,୩୪୧ ଜଣ ସଂକ୍ରମିତ ହୋଇଥିଲା ବେଳେ ୩୭୨ ଜଣ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons