ମୁମ୍ବଇର ଚିନ୍ତା ବଢାଇଲେ ଜମାତି

Get real time updates directly on you device, subscribe now.

ମୁମ୍ବଇ: ମୁମ୍ବଇରେ କରୋନା ଭାଇରସ ସ୍ଥିତି ଦିନକୁ ଦି ଭୟାବହ ରୂପ ଧାରଣ କରୁଛି। ଏହି ଭାଇରସ ଯୋଗୁ ମୁମ୍ବଇରେ ବର୍ତ୍ତମାନସୁଦ୍ଧା ୨୧୯ ଜଣଙ୍କର ମୃତ୍ୟୁ ଘଟିଲାଣି। କରୋନା ରୋଗୀଙ୍କ ସଂଖ୍ୟ ୫,୫୮୯ରେ ପହଞ୍ଚିଲାଣି। ଇତି ମଧ୍ୟରେ ତବଲିଗ୍‌ ଜମାତ୍‌ ଲିଙ୍କ ପୁଣି ଥରେ ଚିନ୍ତା ବଢାଇ ଦେଇଛି।
ସବୁଠାରୁ ବେଶି ଚିନ୍ତାର କାରଣ ହେଉଛି, ଯେଉଁ ଜମାତିମାନଙ୍କୁ ଗିରଫ କରାଯାଇଛି, ସେମାନେ ସମସ୍ତେ ଦିଲ୍ଲୀ ନିଜାମୁଦ୍ଦିନ ମରକଜରେ ଆୟୋଜିତ ତବଲିଗି ଜମାତରେ ସାମିଲ ହୋଇଥିଲେ ଏବଂ ଏମାନେ ମୁମ୍ବଇର ଧରାବି ସମେତ ଅନେକ ଅଞ୍ଚଳ ବୁଲିଥିବା ଜାଣିବାକୁ ମିଳିଛି।
ମୁମ୍ବଇ ପୋଲିସର କହିବା ଅନୁଯାୟୀ, ଏହି ୧୨ ଜମାତି ମୁମ୍ବଇ ଆସିବା ପରେ ପଶ୍ଚିମ ବାନ୍ଦ୍ରାର ଏକ ଆପାର୍ଟମେଣ୍ଟରେ ୨୯ ମାର୍ଚ୍ଚ ପର୍ୟ୍ୟନ୍ତ ଥିଲେ। ଏମାନଙ୍କ ମଧ୍ୟରେ ୬ ମହିଳା ଏବଂ ୬ ପୁରୁଷ ଥିଲେ। ପୋଲିସ ଏମାନଙ୍କୁ ହୋଟେଲରେ ହୋମ କ୍ୱାରେଣ୍ଟାଇନ୍‌ରେ ରଖିଥିଲା। ପରେ ଏହି ୧୨ ଜଣଙ୍କ ମଧ୍ୟରୁ ୨ ଜଣ ପଜିଟିଭ ଥିବା ଜଣା ପଡ଼ିଥିଲା। ସେମାନଙ୍କୁ ଡାକ୍ତରଖାନା ପଠାଯାଇଥିଲା। ଅନ୍ୟ ୧୦ ଜଣଙ୍କୁ ଗିରଫ କରିଥିଲା ପୋଲିସ।
ପୋଲିସ ତଦନ୍ତରୁ ଜଣାପଡ଼ିଛି, ମୁମ୍ବଇ ଆସିବା ପରେ ସମସ୍ତ ଜମାତି ଅନେକ ସ୍ଥାନ ବୁଲିଥିଲେ। ଲକ୍‌ଡାଉନ ନିୟମ ମାନି ନ ଥିଲେ। ଏପରିକି ଏମାନେ ଧରାବିରେ ଥିବା ଏକ ମସ୍‌ଜିଦ୍‌କୁ ମଧ୍ୟ ଯାଇଥିଲେ।
ସୂଚନାଥା଼ଉ କି, ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୯ଶହ ଟପିଲାଣି। ବର୍ତ୍ତମାନ ସୁଦ୍ଧା ୯୩୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୬ ହଜାର ୩୬୧ ଜଣ ସୁସ୍ଥ ହୋଇଥିବାରୁ ଦେଶରେ ଏବେ ଆକ୍ଟିଭ୍ କେସ୍ ୨୧ ହଜାର ୧୩୨ ରହିଛି ।
ମହାରାଷ୍ଟ୍ରରେ ସର୍ବାଧିକ ୩୪୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୧୫୧, ମଧ୍ୟପ୍ରଦେଶରେ ୧୦୬ , ଦିଲ୍ଲୀରେ ୫୪, ରାଜସ୍ଥାନରେ ୪୧, ଆନ୍ଧ୍ରପ୍ରଦେଶରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି ।
ଗତକାଲି କରୋନା ଅପଡେଟ୍ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପ୍ଲାଜମା ଥେରାପି ଉପରେ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ । ଏହା ସହ ସେ କହିଛନ୍ତି ଯେ, କରୋନା ଭାଇରସ ବିରୋଧରେ ଦେଶ ଲଢୁଛି। ଆଉ ଏ ଲଢ଼େଇ କରୋନା ରୋଗ ସହ, ରୋଗୀ ସହ ନୁହେଁ । କରୋନା ଚିକିତ୍ସା ସହ ଅନ୍ୟ ରୋଗୀଙ୍କୁ ଅଣଦେଖା ନକରିବାକୁ ବି ସେ ଗୁରୁତ୍ୱ ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons