ମନଇଚ୍ଛା ଗାଁ ରାସ୍ତାକୁ ଅବରୋଧ କରି ପାରିବେ ନାହିଁ: ମୁଖ୍ୟ ଶାସନ ସଚିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ବିରୋଧରେ ଆମ ଲଢେ଼ଇ ଦୀର୍ଘ ଦିନ ଧରି ଚାଲିବ । କରୋନା କଟକଣା କାରଣରୁ ଶ୍ରମିକ ଦୀର୍ଘଦିନ ହେବ ହାତବାନ୍ଧି ବସିଲେଣି । ଶିଳ୍ପରେ ତାଲା ଲାଗିଛି । ଲୋକଙ୍କ ହାତରେ କାମ ନାହିଁ କି ରେଜଗାର ନାହିଁ । ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲିଲାଣି । କରୋନା ଲଢେ଼ଇ ସହ ସମାନ୍ତରାଳ ଭାବେ ଆମକୁ ଲୋକଙ୍କ ରୋଜଗାରକୁ ଧ୍ୟାନ ଦେବାକୁ ହେବ । ତେଣୁ କଟକଣାମୁକ୍ତ ସମସ୍ତ କ୍ଷେତ୍ରରେ କିଭଳି ତ୍ୱରିତ କାମ ହୋଇପାରିବ ସେ ଦିଗ ପ୍ରତି ଜିଲ୍ଲାପାଳମାନେ ଧ୍ୟାନ ଦିଅନ୍ତୁ । ଆଜି ରାଜ୍ୟର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ଏମିତି ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଗ୍ରାମାଞ୍ଚଳରେ ଥିବା ଶିଳ୍ପାନୁÂାନରେ ଉପôାଦନକୁ ସ୍ୱାଭାବିକ କରିବା ଏବଂ କର୍ମଚାରୀଙ୍କୁ କାମରେ ନିୟୋଜିତ କରିବାକୁ ମୁଖ୍ୟ ସଚିବ ନିଦେ୍ର୍ଧଶ ଦେବା ସହ କୃଷି କାମକୁ ଜୋରଦାର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ବିଭିନ୍ନ ଗାଁ ଗଣ୍ଡାରେ ଗାଁଲୋକ ବାହାର ଲୋକଙ୍କୁ ପୂରାଇ ନଦେବାକୁ ଗାଁ ମୁଣ୍ଡରେ ବାରିକେଡ୍ ନିର୍ମାଣ କରିଛନ୍ତି । ଏହା ମାଲ ପରିବହନରେ ବାଧା ସୃଷ୍ଟି କରୁଛି । ସରକାରୀ ଅଧିକାରୀଙ୍କ ଜରୁରୀ ଗସ୍ତ ମଧ୍ୟ ପ୍ରଭାବିତ ହେଉଛି । କେବଳ କଣ୍ଟେନମେଣ୍ଟ ଏରିଆ ଓ ଆବଦ୍ଧ ଅଞ୍ଚଳକୁ ଛାଡ଼ି ଅନ୍ୟ ସବୁଠୁ ବାରିକେଡ୍ ହଟାଯିବ ବୋଲି ସରକାର ନିଦେ୍ର୍ଧଶ ଦେଇଛନ୍ତି । ଏପରିକି ପ୍ରଶାସନକୁ ଛାଡ଼ି କେହି ବାରିକେଡ୍ କରିପାରିବେନି । ଏହାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଜାରି ହୋଇଛି ।
ଲକ୍ଡାଉନ କଟଣାକୁ ଇତିମଧ୍ୟରେ ୫ ସପ୍ତାହ ବିତିଲାଣି । କାମଧନ୍ଦା ସବୁ ଏକରକମ ଠପ୍ । କଟକଣା ଏବେ ରାଜ୍ୟ ଅର୍ଥନୀତିକୁ ଗିଳିବାକୁ ବସିଲାଣି । ଏଭଳି ସ୍ଥିତିରେ କାମଧନ୍ଦା ଆରମ୍ଭ କରିବାକୁ ସରକାର ବିଭିନ୍ନ କ୍ଷେତ୍ରରୁ କଟକଣା କୋହଳ କରିଛନ୍ତି । କୃଷି କ୍ଷେତ୍ରରେ କିଭଳି ସ୍ୱାଭାବିକ ସ୍ଥିତି ଫେରିଆସିବ ତାକୁ ଅଗ୍ରାଧିକାର ଦିଆଯାଇଛି । କୃଷି କାମ ସହ ଆନୁଷଙ୍ଗିକ ସାମଗ୍ରୀର ପରିବହନକୁ ସମ୍ପୂର୍ଣ୍ଣ କଟକଣାମୁକ୍ତ କରାଯାଇଛି । ତେଣୁ ଖରିଫ ଫସଲ ପ୍ରସ୍ତୁତିକୁ ଜୋରଦାର କରିବା ସହ ରବି ଫସଲ ବିକ୍ରିବଟା ଉପରେ କୌଣସି କଟକଣା ନାହିଁ । ଏ ଦିଗରେ ଯେପରି କିଛି ସମସ୍ୟା ନ ଉପୁଜେ ସେଥିପ୍ରତି ଜିଲ୍ଲାପାଳମାନେ ଗୁରୁତ୍ୱ ଦେବାକୁ କୁହାଯାଇଛି ।
ଗ୍ରାମାଞ୍ଚଳ ସହ ସହରାଞ୍ଚଳରେ ଅଧିକରୁ ଅଧିକ ନିର୍ମାଣ କାମ ଆରମ୍ଭ କରିବା ଉପରେ ସରକାର ଜୋର ଦେଉଛନ୍ତି । ସହରାଞ୍ଚଳରେ ଶ୍ରମଭିତ୍ତିକ କାମ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହାକୁ ତୁରନ୍ତ ବିନିଯୋଗ କରିବାକୁ କୁହାଯାଇଛି । ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ କାମକୁ ଗୁରୁତ୍ୱ ଦେଇ ଆଗେଇନେବା ସହ ଏଥିପାଇଁ ଶ୍ରମିକ ଓ ମାଲ ପରିବହନ ଯେପରି ବିନା ବାଧାରେ ହୋଇପାରିବ ତାକୁ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ, ଚାରା ରୋପଣ, ନୂଆ ଜଙ୍ଗଲ ସୃଷ୍ଟି ନର୍ସରୀ କାମ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀମାନେ ଆଗେଇନେବାକୁ କହିଛନ୍ତି ମୁଖ୍ୟ ସଚିବ । ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅଧିକ ପ୍ରକଳ୍ପ ବଢ଼ାଇବାକୁ ଏବଂ ଜବକାର୍ଡଧାରୀଙ୍କୁ ନିରବଚ୍ଛିନ୍ନ କାମ ଯୋଗାଇବାକୁ ଅଗ୍ରାଧିକାର ଦିଆଯାଇଛି ।
ଗ୍ରାମାଞ୍ଚଳର ଶିଳ୍ପାଞ୍ଚଳରେ ଥିବା ଶିଳ୍ପାନୁÂାନ ସହ କ୍ଷୁଦ୍ର, ମଧ୍ୟମ ଶିଳ୍ପାନୁÂାନ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସହ ଉପôାଦନ ଆରମ୍ଭ କରିବାକୁ କୁହାଯାଇଛି । ଜିଲ୍ଲାପାଳମାନେ ଜିଲ୍ଲାରେ ଥିବା ପରିବହନ ସଂଘ, ଶିଳ୍ପ ଓ ବ୍ୟବସାୟିକ ସଂଘଗୁଡ଼ିକର ବୈଠକ ଡକାଇ ଏସବୁ କ୍ଷେତ୍ରରେ କାର୍ଯ୍ୟକଳାପ ବଢ଼ାଇବା ଉପରେ ଜୋର ଦିଆଯାଇଛି । ଓଡ଼ିଶା ଭିତରେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଶ୍ରମିକ ଓ ଠିକାଦାରମାନଙ୍କ ଯାତାୟତକୁ ସମ୍ପୂର୍ଣ୍ଣ କଟକଣାମୁକ୍ତ କରିବାକୁ ମୁଖ୍ୟ ସଚିବ ନିଦେ୍ର୍ଧଶ ଦେଇଛନ୍ତି । କାର୍ଯ୍ୟ ଆରମ୍ଭ ହୋଇଥିବା କାରଖାନା ଓ କାର୍ଯ୍ୟାଳୟକୁ ସଂପୃକ୍ତ କର୍ମଚାରୀଙ୍କୁ ନିଜ ଗାଡ଼ିରେ ଯାତାୟତ କଟକଣାମୁକ୍ତ ବୋଲି ସ୍ପଷ୍ଟ କରାଯାଇଛି । ଏପରିକି ବିଭିନ୍ନ କଂପାନି ନିଜ କର୍ମଚାରୀଙ୍କୁ ନିଜ ବସରେ ଗୋଟିଏ ସ୍ଥାନରୁ କାର୍ଯ୍ୟାଳୟକୁ ନେଇପାରିବେ । ମାତ୍ର ବସ୍ ସିଟର ୪୦ଧ କର୍ମଚାରୀ ଯିବାକୁ ଅନୁମତି ଦିଆଯାଇଛି ।
ଲୋକସେବା ଭବନରୁ ମୁଖ୍ୟ ସଚିବ ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା ବେଳେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ପଞ୍ଚାୟତିରାଜ ସଚିବ ଦେଓ ରଂଜନ କୁମାର ସିଂହ, ଅର୍ଥ ସଚିବ ଅଶୋକ କୁମାର ମୀନା, ପୂର୍ତ୍ତ ବିଭାଗ ସଚିବ ଡା.କ୍ରିଷନ କୁମାର, ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons