ଗତ ୪ ସପ୍ତାହରେ ବଢ଼ିଛି କରୋନା ଟେଷ୍ଟିଂ: ଶାଳିନୀ ପଣ୍ଡିତ

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟରେ ଗତ ୪ ସପ୍ତାହରେ ବଢ଼ିଛି କରୋନା ଟେଷ୍ଟିଂ। ଦ୍ରୁତ ଗତିରେ ଟେଷ୍ଟ ବଢ଼ିବା ଯୋଗୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।
ମାସକ ପୂର୍ବେ ସପ୍ତାହକୁ ୧୫ ଶହ ସାମ୍ପଲ ଟେଷ୍ଟ କରାଯାଉଥିଲା। ତେବେ ପ୍ରତି ସପ୍ତାହରେ ଏବେ ୧୫ ହଜାର ଟେଷ୍ଟ କରାଯାଉଛି। ରାଜ୍ୟରେ ୮ଟି ଲ୍ୟାବ୍‌ରେ କରୋନା ଟେଷ୍ଟ ହେଉଛି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ସେହି ଅନୁପାତରେ ଚିହ୍ନଟ ହେଉଛନ୍ତି।
ଏବେ ଓଡ଼ିଶାରେ ପଜିଟିଭ ହାର ୦.୪ ପ୍ରତିଶତ ରହିଛି। ତେବେ ଏନେଇ ଅଧିକ ଭୟଭୀତ ହେବା କୌଣସି କାରଣ ନାହିଁ ବୋଲି କହିଛନ୍ତି NHM ନିର୍ଦ୍ଦେଶିକା। ଅଧିକ ପଜିଟିଭ ବାହାର କରିବା ହିଁ ଟେଷ୍ଟ କରିବାର ମୂଳ ଲକ୍ଷ୍ୟ। ସଠିକ୍ ଭାବେ ଚିହ୍ନଟ ହୋଇପାରିଲେ କରୋନା ମୁକାବିଲା କରିବା ସହ ଏହାକୁ ନିୟନ୍ତ୍ରଣକୁ ଆଣିପାରିବା। ଯେତେ ଅଧିକ ଚିହ୍ନଟ ହେବେ ସେତେ ଶୀଘ୍ର ଏହା ଉପରେ ରୋକ ଲାଗି ପାରିବ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons