ଅବସରପ୍ରାପ୍ତ ଭାରତୀୟ ସାମରିକ ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଇବାକୁ ଅନୁରୋଧ କରିଥିଲେ କୁଏତ ଓ ୟୁନାଇଟେଡ଼ ଆରବ ଇମିରେଟ୍ସ : ଭାରତ ସରକାର ଦେଲେ ଗ୍ରୀନ ସିଗ୍ନାଲ

Get real time updates directly on you device, subscribe now.

ନୂଆଦିଲ୍ଲୀ : କୁଏତ ଓ ୟୁନାଇଟେଡ଼ ଆରବକୁ ଡାକ୍ତର ଓ ନର୍ସ ପଠାଇବା ପାଇଁ ଭାରତ ସରକାର ରାଜି ହୋଇଛନ୍ତି ଜ୍ଝ ଗଲ୍ଫ ଦେଶଗୁଡିକ କରୋନା ସଙ୍କଟ ଦେଇ ଗତି କରୁଥିବାବେଳେ ତାଙ୍କୁ ସାହାଯ୍ୟ କରିବା ପାଇଁ ସହାୟତାର ହାତ ବଢ଼ିଛି ଭାରତ ଜ୍ଝ ଚଳିତ ମାସ ଆରମ୍ଭରୁ କୁଏତ ପ୍ରଧାନମନ୍ତ୍ରୀ ଶେଖ ସବାବ କରୋନା ଚିକିତ୍ସା ପାଇଁ ଚିକିତ୍ସକ ପଠାଇବା ପାଇଁ ମୋଦିଙ୍କୁ ଅନୁରୋଧ କରିଥିଲେ ଜ୍ଝ ଭାରତ କୁଏତର ଅନୁରୋଧ ରକ୍ଷା କରି ୧୫ ଜଣ ମିଲିଟାରୀ ରାପିଡ ରେସ୍ପନ୍ସ ଟିମ ପଠାଇଥିଲା ଜ୍ଝ ଏହି ଟିମ ସୋମବାର ଦିନ ଫେରିଥିଲେ ଜ୍ଝ ତେବେ ଆହୁରି ସ୍ୱାସ୍ଥ୍ୟକର୍ମୀ ଆବଶ୍ୟକ ବୋଲି ସେ ଅନୁରୋଧ କରିଛନ୍ତି ଜ୍ଝ
ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ୟୁନାଇଟେଡ଼ ଆରବ ଇମିରେଟ୍ସ ମଧ୍ୟ ଭାରତ ଠାରୁ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତା ଲୋଡିଛି ଜ୍ଝ ଅନ୍ୟ ଗଲ୍ଫ ଦେଶଗୁଡିକ ମଧ୍ୟ ଭାରତ ଠାରୁ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତା ଦାବି କରିଛନ୍ତି ଜ୍ଝ ଏହାର ଜବାବରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅବସର ପ୍ରାପ୍ତ ଡାକ୍ତର, ନର୍ସ, ଟେକନିସିଆନ ୟୁନାଇଟେଡ଼ ଆରବ ଏବଂ କୁଏତକୁ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଯିବେ ଜ୍ଝ
ଅଧିକାରୀ କହିଛନ୍ତି, “ଅବସରପ୍ରାପ୍ତ ସାମରିକ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଡାକ୍ତର, ନର୍ସ, ଲ୍ୟାବ ଟେକ୍ନିସିଆନ୍ – ଯେଉଁମାନେ ଏହି ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି, ସେମାନେ କେଉଁ ଗଲ୍ଫ ଦେଶଗୁଡିକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହା ବାଛି ପାରିବେ ଜ୍ଝ ପ୍ରତିବର୍ଷ ହାରାହାରି ୧୦୦ ଜଣ ଡାକ୍ତର, ୩୦ ରୁ ୪୦ ନର୍ସ ଏବଂ କିଛି ପାରାମେଡିକ୍ ଆର୍ମି ମେଡିକାଲ କର୍ପସରୁ ଅବସର ନେଇଥାନ୍ତି ଜ୍ଝ ଯେହେତୁ ଏହି ସମୟରେ ସରକାରୀ ଡାକ୍ତର ଅନ୍ୟ ଦେଶକୁ ଯାଇ ସେବା କରିବା ସମ୍ଭବ ନୁହେଁ ତେଣୁ ଆବଶ୍ୟକ ସ୍ଥଳେ ଗଲ୍ଫ ଦେଶଗୁଡିକର ଜରୁରୀ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରାଯିବ ଜ୍ଝ
କୋଭିଡ -୧୯ ଯୋଗୁଁ ଗଲ୍ଫ ଦେଶଗୁଡିକୁ ଭାରତୀୟ ସହାୟତା ପାଇଁ ଅନେକ ଅନୁରୋଧ ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ମୋଦୀ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହା ପୂର୍ବରୁ ଲକ୍ଷ ଲକ୍ଷ ପାରାସିଟାମୋଲ ଏବଂ ହାଇଡ୍ରୋକ୍ଲୋରୋକ୍ୱିନ ଟାବଲେଟ୍ ପଠାଇବା ପାଇଁ ଅନୁରୋଧକୁ ଅନୁମୋଦନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜ୍ଝ
ଏପର୍ୟ୍ୟନ୍ତ ୪୫ ନିୟୁତ ହାଇଡ୍ରୋ କ୍ସିଚ୍ଲୋରୋକାଇନ୍ ଟାବଲେଟ୍ ଏବଂ ୧୧ ମେଟ୍ରିକ୍ ଟନ୍ ଐଉଛ ର ସକ୍ରିୟ ଫାର୍ମାସ୍ୟୁଟିକାଲ୍ ଉପାଦାନଗୁଡିକ ବାଣିଜ୍ୟିକ ଭିତ୍ତିରେ ୬ଟି ଗଲ୍ଫ ଦେଶ, ବହାରେନ, ଜୋର୍ଡାନ, ଓମାନ, କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ପଠାଯିବା ପାଇଁ ସ୍ପଷ୍ଟ କରାଯାଇଛି ଜ୍ଝ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons