ସମସ୍ତଙ୍କ ଆଖିରେ ଲୁହ ଦେଇଗଲେ ଋଷି କପୁର

Get real time updates directly on you device, subscribe now.

ମୁମ୍ବାଇ : ଲଗାତାର ଦ୍ବିତୀୟ ଦିନ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଉ ଏକ ବଡ ଝଟକା ଲାଗିଛି । ବୁଧବାର ଦିନ ଇରଫାନ ଖାନଙ୍କ ବିୟୋଗର ଦୁଃଖ ଶେଷ ହୋଇ ନଥିବା ବେଳେ ଯେ ଗୁରୁବାର ଦିନ ଅନ୍ୟ ଜଣେ ଭେଟେରାନ ଅଭିନେତା ବିଦାୟ ନେଇଛନ୍ତି । ଗୁରୁବାର ମୁମ୍ବାଇର ଏକ ଡାକ୍ତରଖାନାରେ ଋଷି କପୁର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।ଦେଶର ଅନେକ ନେତାଙ୍କ ସମେତ ବଲିଉଡ୍ ସେଲିବ୍ରିଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଋଷି କପୁର କ୍ୟାନସର ରୋଗରେ ପୀଡିତ ଥିଲେ ଏବଂ ଗୁରୁବାର ୬୭ବର୍ଷ ବୟସରେ ମୁମ୍ବାଇର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି ।
ଋଷି କପୁରଙ୍କ ବନ୍ଧୁ, ସମ୍ପର୍କୀୟ ତଥା ସୁପରଷ୍ଟାର ଅମିତାଭ ବଚ୍ଚନ ଟ୍ବିଟ୍ କରି ଋଷି କପୁରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘ସେ ଗଲେ । ଋଷି କପୁର ଚାଲିଗଲେ । ବର୍ତ୍ତମାନ ତାଙ୍କର ନିଧନ ହୋଇଛି । ମୁଁ ଭାଙ୍ଗି ପଡିଛି ।’
ବଲିଉଡ୍ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲ ଋଷି କପୁରଙ୍କ ମୃତ୍ୟୁକୁ ନେଇ ତାଙ୍କ ଏକ ଫଟୋ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଲେଖିଛନ୍ତି ଯେ ଋଷି କପୁରଙ୍କ ପରଲୋକ ତାଙ୍କୁ ଗଭୀର ଆଘାତ ଦେଇଛି । ସେ ଜଣେ ମହାନ ଅଭିନେତା ଏବଂ ଭଲ ମଣିଷ ଥିଲେ ।ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଟ୍ବିଟ୍ କରି ଲେଖିଛନ୍ତି ଯେ, ଫିଲ୍ମ ଅଭିନେତା ଋଷି କପୁରଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ । ତାଙ୍କ ବିୟୋଗରେ ଦେଶ ଜଣେ ମହାନ ଅଭିନେତାଙ୍କୁ ହରାଇଲା ।କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଋଷି କପୁରଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ଏହି ସପ୍ତାହ ଭାରତୀୟ ସିନେମା ପାଇଁ ବହୁତ କ୍ଷତି ପହଞ୍ଚାଇବାକୁ ଯାଉଛି । ଅନ୍ୟ ଜଣେ କିମ୍ବଦନ୍ତୀ ଋଷି କପୁର ଆଜି ଆମକୁ ଛାଡି ଚାଲିଯାଇଛନ୍ତି । ସେ ଜଣେ ଉଜ୍ବଳ ଅଭିନେତା ଯିଏ ପ୍ରତ୍ୟେକ ପୀଢି ପାଇଁ ପ୍ରେରଣା ଥିଲେ ।ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ଋଷି କପୁରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ, ଋଷି କପୁରଙ୍କ ହଠାତ୍ ବିଦାୟ ଅତ୍ୟନ୍ତ ଆଶ୍ଚର୍ୟ୍ୟଜନକ ଅଟେ । ସେ ଜଣେ ଉଜ୍ବଳ ଅଭିନେତା ତଥା ଜଣେ ଉଜ୍ବଳ ମଣିଷ ଥିଲେ । ତାଙ୍କ ପରିବାର ପ୍ରତି ସମବେଦନା ।ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଟ୍ବିଟ୍ କରି ଲେଖିଛନ୍ତି ଯେ, ଲାଗୁଛି ଯେ ଆମେ ଏକ ଦୁଃସ୍ବପ୍ନ ମଧ୍ୟରେ ଅଛୁ, ଋଷି କପୁରଙ୍କ ବିୟୋଗ ଏକ ବଡ ଧକ୍କା ଦେଇଛି । ଏହା ହୃଦୟ ବିଦାରକ ଅଟେ । ସେ ମହାନ, ଜଣେ ଉଜ୍ବଳ ବନ୍ଧୁ ଥିଲେ ।ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଋଷି କପୁରଙ୍କ ସହ ନିଜର ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ପ୍ରିୟଙ୍କା ଲେଖିଛନ୍ତି ଯେ, ହୃଦୟ ଭାରି କାରଣ ଆଜି ଏକ ଶତାବ୍ଦୀ ଶେଷ ହୋଇଛି ।ବଲିଉଡର ସବୁଠୁ ବଡ ପରିବାର କପୁର ପରିବାରର ଚିରାଗ ଋଷି କପୁର ତାଙ୍କ ପରିବାରର ପଥ ଅନୁସରଣ କରି ଫିଲ୍ମରେ ଭାଗ୍ୟ ପରୀକ୍ଷା କରିଥିଲେ । ସେ ୧୯୭୩ମସିହାରେ ବବି ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ସେବେଠାରୁ ସେ ସମସ୍ତଙ୍କ ହୃଦୟରେ ରାଜ୍ କରିଆସୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons