ଅମାନିଆଙ୍କୁ ପୁଲିସର ମାଡ଼, ଚାଲିଛି କଣ୍ଟାକ୍ଟ ଟ୍ରେସିଂ

Get real time updates directly on you device, subscribe now.

ଝାରସୁଗୁଡ଼ା, (ବି.ବି.ନୁ୍ୟଜ୍): ବ୍ରଜରାଜନଗର ବୁଢ଼ୀଜାମ କଲୋନିରୁ ଜଣେ ବଙ୍ଗୀୟ ଯୁବତୀ କରୋନା ପଜିଟିଭ ବାହାରିବା ପରେ ବୁଧବାର ରାତିରେ ବ୍ରଜରାଜନଗରର ସେହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଗତ ରାତିରୁ ସେହି ଅଞ୍ଚଳରେ ଲୋକଙ୍କ ଯାତାୟାତ ଏବଂ ଯାନବାହାନ ଚଳାଚଳ ସମ୍ପୂୂର୍ଣ୍ଣ ବନ୍ଦ ରହିଛି । ହେଲେ କିଛି ଅମାନିଅାଁ ଆଜି ସେହି ଅଞ୍ଚଳରେ ବାଇକ୍ରେ ଯିବାର ପ୍ରୟାସ କରି ପୁଲିସ ହାବୁଡ଼ରେ ପଡ଼ି ମାଡ଼ ଖାଇଛନ୍ତି । ପୁଲିସ ବି ଉକ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ବିଭିନ୍ନ ଛକରେ ଜଗି ରହି ଯେଭଳି ଲୋକେ ଅବାଧ ମିଳାମିଶା କରି ନ ପାରିବେ ଏବଂ ବାହାର ଲୋକେ ପ୍ରବେଶ ନ କରି ପାରିବେ ତାହାରି ଉପରେ ଲଗାମ ଲଗାଇଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ଘଣ୍ଟିିଆ କଣ୍ଟେ୍ରାଲ ରୁମ ଖୋଲାଯିବା ସହ ଘରକୁ ଘର ବୁଲି ଆକ୍ଟିଭ ସର୍ଭିଲାନ୍ସ ଆରମ୍ଭ ହୋଇଛି । ଆଜି ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଘର ଘର ବୁଲି ପ୍ରତି ପରିବାର ସଦସ୍ୟଙ୍କୁ ଯୋଗାଯୋଗ କରିବା ସହ କାହା ପାଖରେ ଜ୍ୱର, କାଶ, ଛିଙ୍କ, ତଣ୍ଟି ପଡ଼ିବା ଆଦି ଲକ୍ଷଣ ଅଛି ନା ନାହିଁ ତାହା ପଚାରି ବୁଝୁଛନ୍ତି । ଆଜି କଣ୍ଟେନମେଣ୍ଟ ଜୋନରେ ସଂପୃକ୍ତ କରୋନା ପଜିଟିଭ ରୋଗୀଙ୍କ ସହ କେଉଁମାନେ ସଂସ୍ପର୍ଶରେ ଆସିଥିଲେ ତାହାର ତଦନ୍ତ କରାଯାଉଛି । ଅସମର୍ଥିତ ସୂତ୍ରରୁ ପ୍ରାପ୍ତ ସୂଚନାନୁଯାୟୀ ୩୨ ଜଣ ସଂପୃକ୍ତ ପଜିଟିଭ ରୋଗୀଙ୍କ ସମ୍ପର୍କରେ ଆସିଥିଲେ । ଯେଉଁଥିରୁ ଆଜି ୧୫ ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇଛି । ପୂର୍ବରୁ ଉକ୍ତ ପଜିଟିଭ ରୋଗୀଙ୍କ ସହ ତାଙ୍କ ପିତା, ମାତା ଏବଂ ଭାଇଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇଥିଲା । ଯେଉଁମାନେ ପଜିଟିଭ ଚିହ୍ନଟ ହୋଇଥିବା ଯୁବତୀଙ୍କ ସମ୍ପର୍କରେ ଆସିଥିଲେ ସେମାନଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି । ଯୁବତୀଙ୍କ ସହ କୋଲକାତାରୁ ଆସିଥିବା ତାଙ୍କ ବାପା, ମା’ ଏବଂ ସମ୍ପର୍କୀୟ ଭାଇଙ୍କୁ ବ୍ରଜରାଜନଗର ଠାରେ ଆଇସୋଲେସନ କେନ୍ଦ୍ରରେ ରଖାଯାଇଛି । ହେଲେ ଯେଉଁମାନେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଆଇସୋଲେସନ କେନ୍ଦ୍ରରେ ରଖା ନ ଯାଇ ହୋମ୍ ଆଇସୋଲେସନ୍ରେ କାହିଁକି ରଖାଯାଇଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ହୋମ ଆଇସୋଲେସନରେ ଥିବା ଲୋକଙ୍କ ଠାରୁ ଆଗକୁ ସଂକ୍ରମଣ ଆଶଙ୍କା ଥିବା କହି ଲୋକେ ପ୍ରଶାସନ ପାଖରେ ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଉ ବୋଲି ଦାବି ଜଣାଇଛନ୍ତି । ଅନ୍ୟ ପକ୍ଷରେ ସ୍ୱାବ୍ ନମୁନା ସଂଗ୍ରହ ପୂର୍ବକ ପରୀକ୍ଷା ଲାଗି ପଠା ଯାଇଥିବାରୁ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ବାହାର ରାଜ୍ୟରୁ ଜିଲ୍ଲାକୁ ଆସିଥିବା ୨୬୮୭ ଜଣ ଏବଂ ବାହାର ଜିଲ୍ଲାରୁ ଆସିଥିବା ୪୨୮ ଜଣଙ୍କ ମଧ୍ୟରୁ ୭୪୯ ଜଣ କ୍ୱାରେନଟାଇନରେ ରହିଛନ୍ତି । ଅନ୍ୟ ମାନଙ୍କ କ୍ୱାରେନଟାଇନ ଅବଧି ଶେଷ ହୋଇଛି । ଆଜି ସମୁଦାୟ ୩୮ ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠା ଯାଇଛି । ପୂର୍ବରୁ ପଠା ଯାଇଥିବା ଏବଂ ଆଜି ପଠା ଯାଇଥିବା ସ୍ୱାବ୍ ନମୁନା ମିଶି ସମୁଦାୟ ୫୧୪ ଜଣଙ୍କର ସ୍ୱାବ୍ ପଠାଯାଇଥିଲା । ଯେଉଥିରୁ ଆଜି ଆସିଥିବା ୪୦ ଏବଂ ପୂର୍ବରୁ ଆସିଥିବା ରିପୋର୍ଟ ମିଶି ସମୁଦାୟ ୩୮୦ ଜଣଙ୍କର ରିପୋର୍ଟ ହସ୍ତଗତ ହୋଇଥିବା ବେଳେ କେବଳ ଜଣକର (ଉପରୋକ୍ତ ଯୁବତୀ)ଙ୍କ ପଜିଟିଭ ବାହାରିଛି । କନଟେନମେଣ୍ଟ ଜୋନ ଏବଂ ବଫର ଜୋନ ଉପରେ ଏବେ ଜିଲ୍ଲା ପ୍ରଶାସନର ଫୋକସ ଥିବା ବେଳେ ଆଗକୁ ଯେଭଳି ଏହି ଇଲାକାରେ କରୋନା ଭୂତାଣୁ ସଂକ୍ରମଣ ନ ହେବ ସେଥିଲାଗି ପୁରା ଦମରେ ଲାଗି ପଡ଼ିଛି ପ୍ରଶାସନ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons