କେଉଁ ସବୁ ଦୋକାନ ଭୁବନେଶ୍ୱରରେ ଖୋଲିବ? ଦ୍ୱନ୍ଦ୍ୱ ଦୂର କଲେ କମିଶନର

Get real time updates directly on you device, subscribe now.

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କେଉଁ ସବୁ ଦୋକାନ ଖୋଲିବ, ସେ ନେଇ ଦୋକାନୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଉପୁଜିଥିବା ଦ୍ୱନ୍ଦକୁ ଦୂର କରିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଦୋକାନ ଖୋଲିବା ଉପରେ ସୂଚନା ଦେବା ସହ ସାମାଜିକ ଦୂରତ୍ୱ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି।
ସେ କହିଛନ୍ତି, “ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ସପିଙ୍ଗ ମଲ୍‌ ଓ ମାର୍କେଟ କଂପ୍ଲେକ୍ସ ଖୋଲିବ ନାହିଁ। ଯେଉଁଠି ଗୋଟିଏ ବିଲ୍‌ଡିଂରେ ୫ରୁ ଅଧିକ ଦୋକାନ ଥିବ ସେହି ମାର୍କେଟ କଂପ୍ଲେକ୍ସ ଖୋଲିବ ନାହିଁ। ଏକାଠି ୫ରୁ ଅଧିକ ଦୋକାନ ନଥିବା ମାର୍କେଟ ଖୋଲି ପାରିବ। ମାର୍କେଟ କଂପ୍ଲେକ୍ସରେ ନଥିବା ଲୁଗା ଦୋକାନ ଖୋଲି ପାରିବ। ଚା, ପାନ, ଗୁଟଖା, ସେଲୁନ, ସ୍ପା, ଜିମ୍ ଓ ମସାଜ ସେଣ୍ଟର ଖୋଲିପାରିବ ନାହିଁ।”
ସେ ଆହୁରି କହିଛନ୍ତି “ରେଷ୍ଟୁରାଣ୍ଟ ଖୋଲିବ। କିନ୍ତୁ ବସି ଖାଇ ହେବନି। ହୋମ୍ ଡେଲିଭରି ନେଇହେବ। ନିର୍ମାଣ ସାମଗ୍ରୀ ଦୋକାନ ଖୋଲିପାରିବ। ତେବେ ଏଠାରୁ ରାତିରେ ନେବା ଭଲ। ନିର୍ମାଣ ଜାଗାରେ ଶ୍ରମିକ ରହୁଥିଲେ, କାମ କରିହେବ। ବାହାରୁ ଶ୍ରମିକ ଆଣି ନିର୍ମାଣ କାର୍ୟ୍ୟ କରିବାକୁ ଅନୁମତି ନାହିଁ। ଗୋଟିଏ ଦୋକାନରେ ଏକ ସମୟରେ ୫ ଗ୍ରାହକ ଏକାଠି ହେବା ମନା। ଛିଙ୍କ ଓ କାଶ ହେଉଥିବା ଲୋକଙ୍କୁ ଦୋକାନକୁ ଯିବାକୁ ଦେବେନି। ସକାଳ ୮ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ଅନୁମତିପ୍ରାପ୍ତ ଦୋକାନ ଖୋଲିବ। ୫୦% କର୍ମଚାରୀଙ୍କୁ ନେଇ ଦୋକାନ ଖୋଲି ହେବ। ଶିଳ୍ପ ସଂସ୍ଥା ଖୋଲିବାକୁ ଚାହିଁଲେ, ଅନୁମତି ଦିଆଯାଇପାରିବ। ଲକଡାଉନ୍‌ ଥିବାରୁ ଓ ଭୁବନେଶ୍ୱର ରେଡ୍‌ ଜୋନ୍‌ ଯୋଗୁଁ କଟକଣା ରହିବ।”
ପ୍ରକାଶଥାଉକି, ରାଜଧାନୀରେ ଦୋକାନ ବଜାର ଖୋଲିବା ନେଇ କଟକଣା କୋହଳ ପରେ ବି ଅନେକ ଦୋକାନ ଖୋଲିନଥିଲା। ତେବେ ବ୍ୟବସାୟଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି, ଯାହା ଫଳରେ ଏପରି ହୋଇଥିବା ରାଜ୍ୟ ବ୍ୟବସାୟୀ ସଂଘର ସମ୍ପାଦକ ସୁଧାକର ପଣ୍ଡା ଅଭିଯୋଗ ଆଣିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons