ଝାରସୁଗୁଡା: ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତିଷ୍ଠିତ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର। ରାଜ୍ୟ ସରକାରଙ୍କ ଦୁଇ ସଚିବ ଜିଲ୍ଲାରେ ଥିବା କୋଭିଡ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି। ଏହାସହ ଲକ୍ଡାଉନ୍ ପରେ ରାଜ୍ୟ ବାହାରୁ ଫେରିବାକୁ ଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ ପ୍ରସ୍ତୁତି ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। କୃଷି କାର୍ୟ୍ୟକଳାପକୁ ସୁଗମ କରିବା ପାଇଁ ଆଲୋଚନା ହୋଇଛି। ମନରେଗା (MGNREGA)ର ଶୀଘ୍ର କାର୍ୟ୍ୟକାରିତା ଲାଗି ଆଲୋଚନା ମଧ୍ୟ ହୋଇଛି।
ରାଜ୍ୟ ସରକାରଙ୍କ ଦ୍ବାରା ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା କୋଭିଡ ହସ୍ପିଟାଲର ସ୍ଥିତି ଲଗାତାର ଭାବେ ତଦାରଖ କରିଛନ୍ତି ୫-ଟି ସଚିବ। ଝାରସୁଗୁଡାରେ ପ୍ରତିଷ୍ଠିତ ୧୧୭ ଶର୍ୟ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରତିଷ୍ଠିତ ହୋଇଛି। ଜିଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି କୋଭିଡ ହସ୍ପିଟାଲ ନିର୍ମାଣ ହୋଇଛି। ହାଇଟେକ୍ ଏବଂ ଡିଏମ୍ଏଫ୍ ଦ୍ବାରା ଏହି ହସ୍ପିଟାଲ ପରିଚାଳିତ। ଲକ୍ଡାଉନ୍ ସଂପର୍କରେ ଜିଲ୍ଲାପାଳଙ୍କ ସହ ୫-ଟି ସଚିବ ଏବଂ ଉନ୍ନୟନ କମିଶନର ଆଲୋଚନା କରିଛନ୍ତି। ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ଲାଗିଥିବା ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମାର ତଦାରଖ ଲାଗି ଜିଲ୍ଲାପାଳଙ୍କ ସହ ଏହି ୨ ସଚିବ ଆଲୋଚନା କରିଛନ୍ତି।
ସେହିପରି ସୁନ୍ଦରଗଡ଼ରେ ଦୁଇଟି ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ନିର୍ମାଣ ହୋଇଛି। ରାଉରକେଲାରେ ନିର୍ମାଣ ହୋଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ୟ୍ୟକ୍ଷମ ହୋଇସାରିଛି। ସେହିପରି ସୁନ୍ଦରଗଡ଼ ଏନ୍ଟିପିସି ମେଡିକାଲ କଲେଜରେ ନିର୍ମାଣ ହୋଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ମଧ୍ୟ କାର୍ୟ୍ୟକ୍ଷମ ହୋଇଛି।
Comments are closed, but trackbacks and pingbacks are open.