ଭୁବନେଶ୍ୱର,(ବି.ବି.ବୁ୍ୟରୋ୍): ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ଜିଡିପି ଅଭୟ କଡ଼ା ଚେତାବନୀ ଦେଇଛନ୍ତି । କରେଣ୍ଟାଇନ୍ ନିୟମ ମାନିବାକୁ ସେ ଟ୍ୱିଟ୍ ଯୋଗେ ସେମାନଙ୍କୁ ଅପିଲ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି , ପ୍ରବାସୀ ଓଡ଼ିଆମାନେ କରେଣ୍ଟଟାଇନ୍ ନିୟମ ନମାନିଲେ ଆଇନ୍ ଅନୁସାରେ କଡ଼ା କାର୍ଯ୍ୟାନୁÂାନ ହେବ । ଅନ୍ୟକୁ କ୍ଷତି ପହଞ୍ଚାଉଥିବା କୌଣସି ହରକତକୁ ବରଦାସ୍ତ କରାଯିବନି । ଆମ ଆତିଥେୟତାର ମାନେ ନୁହେଁ, ସବୁ ବଦମାସୀକୁ ବରଦାସ୍ତ କରାଯିବ । ନିୟମରେ କୌଣସି ବି ଅବହେଳା ହେଲେ କଡ଼ା କାର୍ଯ୍ୟାନୁÂାନ ନିଆଯିବ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ କରେଣ୍ଟଟାଇନ୍ ନିୟମ ମାନିବାକୁ ଅପିଲ କରିଛନ୍ତି ।
Comments are closed, but trackbacks and pingbacks are open.