ଭୁବନେଶ୍ୱର,(ବି.ବି.ବୁ୍ୟରୋ୍): ଗ୍ରୀନ ଜୋନରେ ଯାତ୍ରୀବାହୀ ବସ୍ ଚାଲିବା ନେଇ ସମ୍ଭାବନା ଦେଖାଦେଇଛି । ଏ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାମ ବେହେରା । ସେ କହିଛନ୍ତି, ଗ୍ରୀନ୍ ଜୋନରେ ବସ୍ ଚାଲିବା ନେଇ ବ୍ୟବସ୍ଥା ହେଉଛି । ଉଭୟ ଘରୋଇ ଓ ଅନ୍ୟାନ୍ୟ ବସ୍କୁ କଣ ସୁବିଧା ଦେଇ ହେବ ସେ ନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ୍ ଯାଇଛି । ଅନୁମୋଦନ ପରେ ବସ୍ ଚାଲିବ । ୫୦% ଯାତ୍ରୀଙ୍କୁ ନେଇ ବସ୍ ଚାଲିଲେ କ୍ଷତି ହେବ ବୋଲି କୁହାଯାଉଛି । ହେଲେ ଏପରି କ୍ଷେତ୍ରରେ ବସ୍ ମାଲିକମାନଙ୍କ ପାଇଁ କଣ ସୁବିଧା କରିହେବ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ସୂଚନାଥାଉ କି, ଗ୍ରୀନ୍ ଜୋନ୍ରେ ଅନେକ କଟକଣା କୋହନ ହୋଇଥିଲେ ବି ବସ୍ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ପୂର୍ବରୁ କେନ୍ଦ୍ରରର ଗାଇଡ୍ଲାଇନ୍ ଅନୁସାରେ ୫୦ ପ୍ରତିଶତ ଯାତ୍ରୀ ସହ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ନିଷେଧ କରିଛନ୍ତି ।
Comments are closed, but trackbacks and pingbacks are open.