ବାଲେଶ୍ୱର,(ବି.ବି.ନୁ୍ୟଜ୍): କରୋନା ଭୟରେ ହଜିଗଲା ମାନବିକତା । କାଲିଠାରୁ ଗାଁରେ ମୃତଦେହ ପଡ଼ି ରହିଥିବା ବେଳେ ଶବ ଦାହ କରିବାକୁ ଅମଙ୍ଗ ହେଉଛନ୍ତି ଗ୍ରାମବାସୀ । କରୋନା ସଂକ୍ରମଣ ଭୟରେ ଗାଁଲୋକେ ଶବ ଦାହ ପାଇଁ ଆସୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡ଼ି ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା । ମାର୍ଚ୍ଚ ୩୦ ରେ କୋଲକାତାରୁ ଶ୍ରୀଧର ଦଳାଇ ନାମକ ବ୍ୟକ୍ତି ଘରକୁ ଫେରିଥିଲେ । ହଠାତ୍ ତାଙ୍କ ଦେହ ଖରାପ ହେବାରୁ ସେ ସ୍ଥାନୀୟ ଡାକ୍ତରଖାନା ଓ ପରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଜଣ୍ଡିସ୍ ହୋଇଛି ବୋଲି କହିଥିଲେ । ଅବସ୍ଥା ବିଗିଡ଼ିବାରୁ ଶନିବାର ପୁଣି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଲେଶ୍ୱର । ରବିବାର ରାତିରେ ମୃତଦେହ ଗାଁକୁ ଫେରି ଆସିଥିବା ବେଳେ ଶବଦାହ ହୋଇ ନ ପାରି ପଡି ରହିଛି । ଗ୍ରାମବାସୀ ସହଯୋଗ କରୁନଥିବାରୁ ସ୍ୱାମୀଙ୍କ ଶବ ଦାହ ହୋଇପାରୁ ନଥିବା କୋହଭରା କଣ୍ଠରେ ଶ୍ରୀଧରଙ୍କ ସ୍ତ୍ରୀ କହିଛନ୍ତି । ପୋଲିସ କିମ୍ବା ପ୍ରଶାସନ ତରଫରୁ କେହି ଘଟଣାସ୍ଥଳକୁ ଆସି ନଥିବା ବେଳେ ଘଟଣାର ସମାଧାନ ହୋଇପାରିନି ।
Comments are closed, but trackbacks and pingbacks are open.